ହେଡଲାଇନସ୍:

ସରିଲା ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି ନବୀନ’ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାର ୮୬ଲକ୍ଷ ପରିବାରଙ୍କ ଠାରୁ ସଂଗ୍ରହ ହେଲା ମତାମତ , ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଁଚିଲା  ମତାମତ ବାକ୍ସ

ଭୁବନେଶ୍ୱର : ଜନସାଧାରଣଙ୍କ ମତାମତକୁ ଗ୍ରହଣ କରି ଲୋକାଭିମୁଖି ସରକାର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ଆରମ୍ଭ କରିଥିଲା “ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି ନବୀନ ।” ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୮୬ଲକ୍ଷ ପରିବାରଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ପର୍ଯ୍ୟାୟରେ ଜନସାଧାରଣଙ୍କ ମତାମତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଆସିଥିବା ଏହି ପ୍ରଥମ ମତାମତ ବାକ୍ସକୁ ଦଳର ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ମିନତି ବେହେରା, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଗ୍ରହଣ କରିଥିଲେ । ଏହି ଅବସରରେ ଡ. ସାହୁ କହିଥିଲେ ଯେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବା ପାଇଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ଗାଁକୁ ପଠାଯାଇଥିଲା ଏବଂ ମତାମତ ଗ୍ରହଣ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ସ୍ଥିର କରାଯାଇଥିଲା । ଆସିଥିବା ଜନସାଧାରଣଙ୍କ ମତାମତକୁ ତର୍ଜମା କରି ଇସ୍ତାହାର କମିଟି ଗ୍ରହଣ କରିବ ଏବଂ ପରେ ସଭାପତିଙ୍କ ଅନୁମୋଦନକ୍ରମେ ଇସ୍ତାହାର ପ୍ରକାଶ ପାଇବ ବୋଲି ଡ. ସାହୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡିର ସ୍ନିଗ୍ଧା ପାଣିଗ୍ରାହୀ, ଆରତୀ ଦେବୀ, ସଂଯୁକ୍ତା ମହାନ୍ତି, ସନ୍ଧ୍ୟା ବିଶ୍ୱାଳ, ସରୋଜିନୀ ନନ୍ଦ, ଲୋରା ମହାପାତ୍ର, ଦିବ୍ୟା ସାସ୍ୱତୀ, ମୀନାକ୍ଷି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault