ହେଡଲାଇନସ୍:

ଶ୍ରୀରଘୁନାଥଜିଉଙ୍କ ନବଦିନ ଯାତ୍ରା ପ୍ରସ୍ତତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ଠାରେ ବିରାଜିତ ଶ୍ରୀରଘୁନାଥଜିଉଙ୍କ ନବଦିନ ଯାତ୍ରା ଉପଲକ୍ଷେ ପ୍ରସ୍ତତି ବୈଠକ ବ୍ଲକ ସମିଲନୀ କ୩ରେ ଅନୁଷ୍ଠିତ  ହୋଇଯାଇଛିି । ଏପ୍ରିଲ୧୩ ତାରିଖ ଶ୍ରୀରାମଙ୍କ ଜନ୍ମ ଠାରୁ କ୍ରମାନ୍ୱୟରେ ରାମାୟଣ କଥାବସ୍ତୁ ଆଦାରୀତ ବିଭିନ୍ନ ସନ୍ଧ୍ୟା ବେଷରେ ୨୪ ତାରିଖ ପଯର୍ୟନ୍ତ ପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୈାଭାଗ୍ୟ ଅର୍ଯନ କରିବେ । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାରେ ବହୁ ଭକ୍ତଙ୍କର ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତହସିଲଦାର ପ୍ରମୋଦ କୁମାର ନାୟକ, ଦେବୋତ୍ତର  ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ, ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁ ଓ ସୁବାଷ ଚନ୍ଦ୍ର ବରାଡ ପ୍ରମୁଖ ଯୋଗ ଦେଇ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ବୈଠକରେ ଆଲୋଚନା କରିଥିଲେ । ଶ୍ରୀଜିଉଙ୍କ ନବଦିନ ସନ୍ଧ୍ୟାବେଶ, ନୀତିକାନ୍ତି, ଯାତ୍ରୀ ଦର୍ଶନ, ପରିମଳ, ଆଲୋକୀକରଣ , ପାନୀୟ ଜଳଯୋଗାଣ, ଅଗ୍ନି ନିବାରଣ, ଆଶୁ ଚିକିତ୍ସା  କେନ୍ଦ୍ର,  ସୂଚନା କେନ୍ଦ୍ର, ଅସ୍ଥାୟୀ ଦୋକାନ ବଂଟନ, ଟ୍ରାଫିକ ନିୟନ୍ତ୍ରଣ ଓ ଠାକୁରଙ୍କ ସୁନାରୂପା ରକ୍ଷଣାବେକ୍ଷଣ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ପୂଜକ ପରିଷଦର ସମସ୍ତ କର୍ମକର୍ତା, ସୁଆର ସେବକ ସଂଘର କର୍ମକର୍ତା, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ମନ୍ଦିର ପରିଚ୍ଛା ଉପସ୍ଥିତ ଥିଲେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault