ହେଡଲାଇନସ୍:

ଗାଦରଗୁଡା ଲ୍ୟାଣ୍ଡମାଇନ୍ ଠାବ ଘଟଣା: ମାଓବାଦୀ ନେତା ସବ୍ୟସାଚି ପଣ୍ଡା ନିର୍ଦୋଷରେ ଖଲାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ର ଗାଦରଗୁଡା ଅଞ୍ଚଳ ରେ 2006 ରେ ଲ୍ୟାଣ୍ଡମାଇନ୍ ଠାବ କରାଯାଇଥିଲା । ଏହି ଘଟଣା ରେ ମାଓବାଦୀ ନେତା ସବ୍ୟସାଚି ପଣ୍ଡା ଙ୍କ ନାମ ରେ ମାମଲା ରୁଜୁ ହୋଇଥିଲା । ଏହାର ବିଚାର ଗୁଣପୁର ଏ ଡ଼ି ଜେ ଙ୍କ କୋର୍ଟ ରେ ଗତକାଲି ହୋଇ ମାମଲା ର ରାୟ ପ୍ରକାଶ ପାଇଥିଲା ।

ଏ ଡ଼ି ଜେ ଶ୍ରୀ ନିଶିଥ୍ ନିଶଙ୍କ ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଅଭିଯୁକ୍ତ ସବ୍ୟସାଚୀ ଙ୍କୁ ନିର୍ଦୋଷ ରେ ଖଲାସ କରିଥିବା ତାଙ୍କ ଓକିଲ ଶ୍ରୀ ଵ୍ରମ୍ହାନନ୍ଦ ପଟ୍ଟନାୟକ କହିଥିଲେ । ସରକାର ଙ୍କ ପକ୍ଷରୁ ମାମଲା ର ପରିଚାଳନା ଶ୍ରୀ ଉମା ଚରଣ ପଟ୍ଟନାୟକ କରୁଥିଲେ ।

0
0
0
s2sdefault