ହେଡଲାଇନସ୍:

ଓଡଗାଁ ବନକର୍ମଚାରୀଙ୍କୁ ଦଳଗତ ଆକ୍ରମଣ ଘଟଣାରେ ଜଣେ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ/Shrikant Mishra :  ଚଳିତ ମାସ ୨ ତାରିଖ ସନ୍ଧ୍ୟାରେ ଜଙ୍ଗଲରେ ନିଆଁଲାଗିଥିବା ଖବର ପାଇ ଓଡଗାଁ ବନବିଭାଗ କର୍ମଚାରି ଘଟଣା ସ୍ଥଳରେ ପହଁଚି ଥିଲେ । ପୁର୍ବନିର୍ଦ୍ଧାରିତ ଯୋଜନା ଅନୁସାରେ ଦଳଗତ  ଭାବରେ  ବନକର୍ମଚାରୀ ମାନଙ୍କୁ ମରଣାନ୍ତକ  ଆକ୍ରମଣ କରିଥିବା କାଠ ମାଫିଆ ଓ ସହଯୋଗୀ ମାନଙ୍କ ମଧ୍ୟରୁ ଓଡଗାଁ ପୋଲିସ ଆଜି ସକାଳେ ଶରଣକୁଳ ଥାନା ହରିହରପୁ ଗ୍ରାମର ଅଭିଯୁକ୍ତ ଦିଲ୍ଲୀପ କୁମାର ଦାସକୁ ତାଘରୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  ସୂଚନା ଯୋଗ୍ୟଯେ ଓଡଗାଁ ଏବଂ ସରନକୁଳ ବନାଂଚଳ ଅନ୍ତର୍ଗତ ଗୟଳସିଂ ସଂରକ୍ଷୀତ ଜଙ୍ଗଲରୁ ପ୍ରଭାବ ଶାଳି କାଠ ମାଫିଆ ମାନେ ମୁଲ୍ୟବାନ କାଠ ଲୁଟ କରିଥାନ୍ତି । ବନ ବିଭାଗ ଏଥିରେ ତାଙ୍କର ବାଧକ ସାଜୁଥିବାରୁ ତାଙ୍କୁ ଭୟଭିତ କରିବା ପାଇଁ ଯୋଜନା ମୁତାବକ ଆକ୍ରମଣ କରିବା ସହିତ ଓ ଆର ୨୫ ସି ୬୯୬୪ ବୋଲେର ଗାଡିକୁ ଭାଙ୍ଗି ଦେଇଥିଲେ । ଫରେଷ୍ଟର ଜୋତିରଞ୍ଜନ ମାନସିଂ ଏବଂ ବୋଲେର ଚାଳକ ବିଜୟ ରଞ୍ଜନ ମିଶ୍ର ଆକ୍ରମଣରେ ଗୁରୁତର ହୋଇଥରବା ବେଳେ ଅନ୍ୟ ୮ଜଣ ସହଯୋଗି ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ଓଡଗାଂ ବନାଂଚଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ଡା ଓଡଗାଂ ଥାନାରେ ଲିଖିତ ଅଭିଯୋଗ ପରେ ୩୪/୧୯ରେ ମାମଲା ରୁଜୁକରି ସବ୍ ଇନିସ ପେକ୍ଟର ସଞ୍ଜୟ କୁମାର ପରିଡା ଘଟଣାର ତଦନ୍ତ ଆରମ୍ବ କରିଛନ୍ତି । 

0
0
0
s2sdefault