ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୮୮ହଜାରଟଙ୍କା ଲୁଟ୍
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁରେ ୭ଦିନ ମଧ୍ୟରେ ଦେଢଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ପୋଲିସର ଚିନ୍ତା ବଢାଇଦେଇଛି । ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତାର ପଲିଟେକନିକ୍ କଲେଜ ଠାରୁ ୪ଜଣ ଦୁର୍ବୃତ୍ତ ୩ଟି ବାଇକରେ ଆସି ଘରୋଇ ଅର୍ଥଲଗାଣକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୮୮ହଜାର ଟଙ୍କା ଛଢାଇ ନେରଥିବା ସମ୍ପର୍କରେ କର୍ମଚାରୀ ଯୁଗଳ ନାୟକ(୨୨) ଓଡଗାଁ ଥାନାରେ ଅଭିଯୋଗ କରିଛନ୍ତି । ୪୫/୧୯ରେ ମାମଲା ରୁଜୁକରି ପୋଲିସ ଅଫିସର ସଞ୍ଜୟ କୁମାର ବେହେରା ତଦନ୍ତ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟବର୍ତ୍ତୀ ବେଲଗୁଣ୍ଠା ଗ୍ରାମର ତଥା ଓଡଗାଁର ଅର୍ଥଲଗାଣକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯୁଗଳ ଶରଣକୁଳ ଅଂଚଳରୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ ରୁଣ ଟଙ୍କା ଆଦାୟକରି ଓଡଗାଁ କାର୍ଯ୍ୟାଳୟକୁ ଫେରୁଥିଲେ । ତାଙ୍କୁ ପିଛ କରୁଥିବା ଦୁର୍ବୃତ୍ତ ମାନେ ଓଡଗାଁ ପଲିଟେକନିକ ଠାରେ ଦିନ ୧୨.୩୦ ମିନିଟ ସମୟରେ ମାଉଜର ଦେଖାଇ ଟଙ୍କା ଲୁଟି ନେଇଥରଲେ । ଏଠାରେ ସୁଚନା ଯୋଗ୍ୟଯେ ଗତ ୧୩ ଦିନ ଏହି ରାସ୍ତାର ଗୋଡିପଲ୍ଲୀ ଢାବା ନିକଟରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୪୨ହଜାର ୪୬୦ଟଙ୍କା ଛଡାଇ ନେଇଥିଲେ । ଅର୍ଥଲଗାଣକାରୀ ସଂସ୍ଥାମାନେ ଅର୍ଥ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଏହା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର କରୁଥିବା ଲୁଟେରା ମାନଙ୍କ ପାଇଁ ପରୋକ୍ଷରେ ସୁଯୋଗ ସୃଷ୍ଟି କରୁଛି ।