ହେଡଲାଇନସ୍:

ବରଗଡ଼ ଜିଲ୍ଲାର ଲୋକଙ୍କ ଭିତରେ ବଢିଛି ଉତ୍ସାହ, କର୍ମୀଙ୍କ ଭିତରେ ଉତ୍ସବର ମାହୋଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବରଗଡ / ବିଜେପୁର / ଭଟଲି / ସୋହେଲା / ବରପାଲି :- ପୁଣି ଚର୍ଚ୍ଚାରେ ବିଜେପୁର । ଗତ ଠିକ ବର୍ଷେ ପୂର୍ବରୁ କେବଳ ରାଜ୍ୟ ନୁହେଁ ଦେଶ ଆଉ ବିଦେଶରେ ମଧ୍ୟ ବିଜେପୁର ଚର୍ଚ୍ଚାର କେନ୍ଦ୍ର ଥିଲା କାରଣ ଥିଲା ଉପନିର୍ବାଚନ । ତତ୍କାଳୀନ ବିଜେପୁର ବିଧାୟକ ସୁବଳ ସାହୁ ଙ୍କର ଦେହାନ୍ତ ପରେ ବିଜେପୁର ଆସନ ଖାଲି ହେଇଯିବାରୁ ଉପନିର୍ବାଚନ ହେଇଥିଲା । ସେତେବେଳେ ବିଜେପୁର ରେ ଦେଖିବାକୁ ମିଳିଥିଲା ହାଇ ଫାଇ  ନିର୍ବାଚନୀ ପ୍ରଚାର । ଖୁବ ସରଗରମ ଥିଲା ମହୋଲ । 

          ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିବା ପରେ ପୁଣିଥରେ ସମସ୍ତଙ୍କର ନଜରରେ ଓ ଚର୍ଚ୍ଚାରେ ବିଜେପୁର । ପ୍ରଥମ ଥର ପାଇଁ ବିଧାନସଭା ରେ  ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଖାସ କରି ବରଗଡ଼ ଜିଲ୍ଲା ବିଜେପୁର ର ପତିନିଧିତ୍ୱ କରିବା ପାଇଁ ଯାଉଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ଏ କଥା ପ୍ରଚାର ହେବା ପରେ ବିଜେପୁର ର ବିଜୁ ଜନତା ଦଳ ର କର୍ମୀ ଓ ସାଧାରଣ ଜନତାଙ୍କର ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ । ଏଥର ବିଜେପୁର ର ଜନସାଧାରଣ ନିଜ ପାଇଁ କେବଳ ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ବାଛିବାର ଖୁସି ଅନୁଭବ କରୁଛନ୍ତି । ସମଗ୍ର ନିର୍ବାଚନ ମଣ୍ଡଳୀର ଉତ୍ସବର ମାହୋଲ । ଲୋକେ ଚାହିଁ ବସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଆଗମନ କୁ ।ଗତ ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତି ରିତା ସାହୁ 42 ହଜାର ର ଉର୍ଦ୍ବ ବ୍ୟବଧାନରେ ନିଜର ନିକଟସ୍ଥ ପ୍ରତିଦ୍ବନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀ ଙ୍କୁ ପରାଜିତ କରିଥିଲେ । ଏଥର ନିଜେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ , ଅବସ୍ଥା କଣ ହେବ ଆଗରୁ କହିବା ଯଦିବା ସହଜ ନୁହେଁ ତେବ ଗତ ମଧ୍ୟ ରାତ୍ରି ରେ କଂଗ୍ରେସ ନିଜର ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତାକୁ ଦେଖିଲେ କିଛିଟା ଅନୁମାନ ନିଶ୍ଚିତ ଭାବରେ କରାଯାଇ ପାରେ । କାରଣ କଂଗ୍ରେସ ବିଜେପୁର ଉପନିର୍ବାଚନ ର ଫଳାଫଳ ଜାଣିଛି । ଅନ୍ୟ କଥାଟି ହେଲା ସେତେବେଳର କଂଗ୍ରେସ ପ୍ରାର୍ଥୀ ବର୍ତ୍ତମାନ ବିଜେଡି ଶିବିରରେ । ଆଜି ବରଗଡ଼ ର ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ ମଧ୍ୟ କଂଗ୍ରେସ କୁ ଟାଟା କରିଦେଲେ ।ପୂର୍ବରୁ ତ କଂଗ୍ରେସର ଅବସ୍ଥା ଭଲ ନଥିଲା ଏବେ ଆହୁରି ଖରାପ ହେବାରେ ଲାଗିଛି । ଯଦିଓ ବିଜେପି ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ଘୋଷଣା କରିନାହିଁ , କିନ୍ତୁ ବର୍ତମାନ ର ପରିସ୍ଥିତି ପୁରାପୁରି ଅଲଗା । ଉପନିର୍ବାଚନ ରେ ହୈ ଫାଇ ପ୍ରଚାର ପରେଭି  ପ୍ରାୟ 60 ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ବିଜେପି କୁ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ମନୋନୟନ ନିଶ୍ଚିତ ଭାବରେ ମୁଣ୍ଡ ବ୍ୟଥାର କାରଣ ହେବ ।

 

0
0
0
s2sdefault