ହେଡଲାଇନସ୍:

ଶଙ୍ଖ ଫୁଙ୍କିଲା ପରେ ରଘୁନନ୍ଦନ ...କାହାପାଇଁ ନିଦାଘ ତ କାହାପାଇଁ ଶୀତଳ ଚନ୍ଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏରସମା-ବାଲିକୁଦା ବିଜେପିକୁ ଝଟକା

ତିର୍ତ୍ତୋଲ/ବାଲିକୁଦା: ରମେଶ ମହାନ୍ତି -୨୦୧୯ ସାଧାରଣ ନିର୍ବାଚନ ଏରସମା-ବଲିକୁଦା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୯ତାରିଖରେ ହେବାକୁ ଘୋଷଣା ହେବା ପରେ ସବୁ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଉଠିଛି।ଡ଼ ଦାମୋଦର ରାଉତ ବିଜେପିରେ ମିଶିବା ପରେ ନିଜର ଜନ୍ମମାଟି ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଠାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ପ୍ରମୁଖ ଦାବିଦାର ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି।ଏନେଇ ବାଲିକୁଦା ବିଜେପିକୁ ଏକ ଶକ୍ତ ଝଟକା ଲାଗିବା ସହିତ ବର୍ତମାନ ବିଜେଡିର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲିଙ୍କ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାର ଆଶା ସୂତାଖିଅରେ ଝୁଲୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଇଛି।ଦିନେ ଏରସମା-ବାଲିକୁଦା ବିଜେପିର ସ୍ଥିତି ନଥିଲା ଏଇ କିଛି ବର୍ଷ ମଧ୍ୟରେ ନେତା ଓ କର୍ମୀଙ୍କ ପ୍ରଚେଷ୍ଟାରେ ବିଜେପି ଦଳ ଆଗାମୀ ବିଧାନସଭା ନିର୍ବାଚନରେ ନିଜକୁ ପ୍ରମୁଖ ଦାବିଦାର ବୋଲି ଭାବୁଥିବା ବେଳେ ଦାମ ବାବୁ ବିଜେପିରେ ମିଶିବା ପରେ ନିଜ ଜନ୍ମମାଟି ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେବା ପରଠୁଁ ବିଜେପିର ନେତା ଓ କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳିଥିଲା।ଦଳପାଇଁ ଅଦମ୍ୟ ଇଚ୍ଛାଶକ୍ତିକୁ ନେଇ କାର୍ଯ୍ୟ କରୁଥିବା ନେତାଙ୍କ ପ୍ରଚେଷ୍ଟା ଓ ଦଳରେ ପ୍ରତ୍ୟେକ କର୍ମୀଙ୍କ ଅବଦାନ ପାଇଁ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଆଜି ବିଜେପିର ସ୍ଥିତି ସୁଦୃଢ଼ ହୋଇଛି।ଏଭଳି ସ୍ଥିତିରେ ଦାମବାବୁଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି ହେଉଥିବା ଚର୍ଚ୍ଚା ଦାବିଦାର ଆଶାୟୀ ପ୍ରାର୍ଥୀଙ୍କ ଶିବିରରେ ନିରାଶା ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିଲା।ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଏହି ନିର୍ବାଚନମଣ୍ଡଳୀ ବିଜେପିର ପ୍ରମୁଖ ଦାବିଦାର ଟିକେଟ୍ ଆଶାୟୀ ପ୍ରାର୍ଥୀ ବାଲିକୁଦା ଅଞ୍ଚଳର ରଘୁନନ୍ଦନ ଦାସ ସୋମବାର ଅପରାହ୍ନରେ ନବୀନ ନିବାସରେ ପହଞ୍ଚି ବିଜେଡିରେ ଯୋଗଦେଇଛନ୍ତି।ଗତ ୨୦୧୪ ବିଧାନସଭା ନିର୍ବାଚନରେ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ରଘୁନନ୍ଦନ ସ୍ୱାଧୀନ ପ୍ରାର୍ଥୀ ହୋଇ ୩୨ହଜାର ୧୩୫ଖଣ୍ଡ ଭୋଟ୍ ପାଇ ୩ୟ ସ୍ଥାନରେ ରହିଥିଲେ।ଏପରିକି ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଯାଗାରେ ରଘୁନନ୍ଦନଙ୍କ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେ ବିଜେପି ଛାଡି ବିଜେଡିରେ ଯୋଗଦେବା ଏହି ନିର୍ବାଚନମଣ୍ଡଳୀର ବିଜେପିକୁ ଏକ ଶକ୍ତ ଧକ୍କା ଲାଗିବା ସହିତ ଆଗାମୀ ନିର୍ବାଚନରେ ଦଳ ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ବର୍ତ୍ତମାନ ବିଜେଡିର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲି ୨୦୧୪ ନିର୍ବାଚନରେ ସମୁଦାୟ ୬୯ହଜାର ୩୩୫ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଠାରୁ ୨୯ହଜାର ୩୫୪ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।କିନ୍ତୁ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ପ୍ରଶାନ୍ତଙ୍କ ସ୍ଥିତି ଭଲ ନଥିବା କୁହାଯାଉଥିବା ବେଳେ ରଘୁନନ୍ଦନ ବିଜେପି ଛାଡି ବିଜେଡିରେ ଯୋଗଦେବା ପରେ ଚଳିତ ନିର୍ବାଚନରେ ବିଜେଡି ପ୍ରଶାନ୍ତଙ୍କୁ ପ୍ରାର୍ଥୀ ନକରି ରଘୁନନ୍ଦନଙ୍କୁ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

 

0
0
0
s2sdefault