ହେଡଲାଇନସ୍:

କରଞ୍ଜିଆ ସିଂହାସନ : କିଏ କିଣିବ ଭୋଟର ଭଗବାନଙ୍କ ମନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଗଡ଼ ରକ୍ଷା ଲାଗି ବିଜେଡିର ପ୍ରାଣମୂର୍ଛା ଉଦ୍ୟମ 

ନୁଆ ମୁହଁ ସପକ୍ଷରେ ଭୋଟର, ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର

ନିର୍ଣ୍ଣାୟକ ହେବେ କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦୁଝର ଲୋକସଭା କ୍ଷେତ୍ର ସହିତ ମିଶିଥିବା ମୟୂରଭଞ୍ଜ ଜିଲ୍ଲାର ୩୦ ନଂ କରଞ୍ଜିଆ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ କରଞ୍ଜିଆ ଏନଏସିର ୧୫ ୱାଡର଼୍ ସହ କରଞ୍ଜିଆ ବ୍ଲକର ୧୫ଟି ପଞ୍ଚାୟତ ଅଧୀନରେ ଥିବା ୧୮୦ ୱାଡର଼୍, ଠାକୁରମୁଣ୍ଡା ବ୍ଲକର ୧୮ ଟି ପଞ୍ଚାୟତ ଅଧୀନରେ ଥିବା ୨୬୬ଟି ୱାଡର଼୍ ଏବଂ କପ୍ତିପଦା ବ୍ଲକର ୯ଟି ପଞ୍ଚାୟତ ଅଧୀନରେ ଥିବା ୧୨୨ ୱାଡର଼୍  ନେଇ ଗଠିତ ହୋଇଥିବା ସମୟରେ ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀରେ ୯୧,୩୮୭ ପୁରୁଷ , ୯୧,୭୦୩ ମହିଳା ଓ ୬ ଜଣ ଅନ୍ୟାନ୍ୟଙ୍କୁ ମିଶାଇ ମୋଟ ୧,୮୩,୦୯୬ ଭୋଟର ରହିଛନ୍ତି । ଗତ ମାର୍ଚ୍ଚ ୧୦ରେ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଥିଲେ ଦେଶର ମୁଖ୍ୟ ନିର୍ବାଚନ କମିଶନ  । କେନ୍ଦୁଝର ଲୋକସଭା ସହିତ କରଞ୍ଜିଆ ବିଧାନସଭା ନିମନ୍ତେ ଆସନ୍ତା ଏପ୍ରିଲ ୨୩ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁÂିତ ହେଉଥିବା ବେଳେ  ଆସନ୍ତା ମାର୍ଚ୍ଚ ୨୮ରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ତାତିଖ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇସାରିଛି ଅଙ୍କକଷା । ଏଥି ନିମନ୍ତେ ଶାସକ ବିଜଦ, ଭାଜପା, କଂଗ୍ରେସ ଓ ଝାମୁମୋ ଦଳରେ ଆଶାୟୀମାନଙ୍କର ଲମ୍ବା ଧାଡ଼ି ଲାଗିଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି । ଭାଜପାରୁ ପଦ୍ମଚରଣ ହାଇବୁରୁ ପ୍ରାର୍ଥୀ ହେଉଥିବାର ଏକପ୍ରକାର ଚୁଡ଼ାନ୍ତ ହୋଇସାରିଥିବା ବେଳେ ବିଜଦରୁ କିଏ ପ୍ରାର୍ଥୀ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଜଦ ସ୍ୱତନ୍ତ୍ର ରଣକୌଶଳ ଓ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ମାଧ୍ୟମରେ ତାର ଦୁର୍ଗ ରକ୍ଷା କରିବା ନିମନ୍ତେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରିରଖିଛି । ସେହିପରି ଭାଜପା ୨୦୧୯ରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀକୁ ଦଖଲ କରି ପ୍ରଥମ ବିଜୟର ସ୍ୱାଦ ଚାଖିବା ନିମନ୍ତେ ଆଶାବାଦୀ ହୋଇପଡ଼ିଛି । ପଛରେ ପଡ଼ିଯାଇ ନାହିଁ କଂଗ୍ରେସ । ୧୯୮୫ ନିର୍ବାଚନର ଫଳାଫଳକୁ ଦୋହରାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ନିର୍ବାଚନୀ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେବାକୁ ଯାଉଛି କଂଗ୍ରେସ । 

             ୨୦୦୦ରେ ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବେ ପ୍ରଥମେ ଓଡ଼ିଶାରେ ଭାଜପା ସହ ମେଣ୍ଟ କରି ନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଥିଲା । ଏହି ସମୟରେ  କରଞ୍ଜିଆ(ସଂ) ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପଦ୍ମ ଚରଣ ହାଇବୁରୁ ବିଜେଡ଼ି ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ ଏବଂ  ୨୦୦୪ଠାରୁ ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଖଲରେ ରହିଆସିଛି । ଏଥି ସହିତ ୨୦୦୯ ଓ ୨୦୧୪ରେ ବିଜୟ ନାଏକ ଲଗାତର ଦୁଇଥର ବିଜଦରୁ ବିଧାୟକ ହୋଇଥିବା ବେଳେ ୨୦୧୯ରେ ହେଟ୍ରିକ୍ ପାଇଁ ଆଶା ବାନ୍ଧିଛନ୍ତି । କିନ୍ତୁ ଏହି ପୂରଣ ହେବା ଭଳି ମନେ ହେଉନାହିଁ । ୨୦୦୯ ନିର୍ବାଚନରେ ବିଜଦ ବିଧାୟକ ବିଜୟ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇ ୩୭.୨୫ ପ୍ରତିଶତ ହାରରେ ୩୮,୯୩୪ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଜବାମଣି ଟୁଡ଼ୁଙ୍କୁ ୨୧,୪୦୧ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଏବଂ ଶ୍ରୀମତୀ ଟୁଡ଼ୁ ୧୬.୭୭ ପ୍ରତିଶତ ହାରରେ ୧୭,୫୩୩ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଭାଜପା ପ୍ରାର୍ଥୀ ସୁମନ୍ତରା ନାଏକ ୧୫.୯୬ ପ୍ରତିଶତ ହାରରେ ୧୬,୬୮୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଏବଂ ସ୍ୱାଧୀନ ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ୧୩.୯୬ ପ୍ରତିଶତ ହାରରେ ୧୪,୫୯୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । ନିର୍ବାଚନ ମଣ୍ଡଳୀରେ ୧,୫୧,୬୫୧ ଭୋଟରମାନଙ୍କ ମଧ୍ୟରୁ ୬୮.୯୩ ପ୍ରତିଶତ ହାରରେ ମୋଟ ୧,୦୪,୫୨୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଏଥି ସହିତ ୨୦୧୪ ନିର୍ବାଚନ ବେଳେ ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ନବୀନ ଲହଡ଼ି ଭାଙ୍ଗୁଥିବା ବେଳେ ବିଜଦରୁ ବିଜୟ ନାଏକ ପୁଣି ଥରେ ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ୧,୬୫,୫୮୨ ଭୋଟରଙ୍କ ମଧ୍ୟରୁ  ୭୮.୨୩ ପ୍ରତିଶତ ହାରରେ ୧,୨୯,୫୮୩ ଭୋଟ ପଡ଼ିଥିବା ବେଳେ ବିଧାୟକ ଶ୍ରୀନାଏକ ୨୯.୭୯ ପ୍ରତିଶତ ହାରରେ ୩୮,୬୦୯ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ଭାଜପା ପ୍ରାର୍ଥୀ ଜ୍ୟୋତ୍ସ୍ନା ଭାନ ସିଂଙ୍କୁ ୧୩,୫୫୧ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ସମୟରେ ଶ୍ରୀମତୀ ସିଂଙ୍କୁ ୨୫,୦୫୮ଖଣ୍ଡ ଭୋଟ ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ୧୮.୫୪ ପ୍ରତିଶତ ହାରରେ ୨୪,୦୩୦ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ପ୍ରାର୍ଥୀ ବୈଦ୍ୟନାଥ ସିଂ ୧୪.୮୪ ପ୍ରତିଶତ ହାରରେ ୧୯,୨୨୬ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନକୁ ତୁଳନା କଲେ ବିଜଦ ବିଧାୟକଙ୍କୁ ମିଳିଥିବା ଭୋଟର ହାର ହ୍ରାସପାଇଥିବାର ସୂଚନା ଦେଉଛି । ୨୦୧୪ ନିର୍ବାଚନରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ନୂତନ ଭୋଟର ସଂଖ୍ୟା ୧୩,୯୩୧ ବୃଦ୍ଧି ପାଇଥିବା ବେଳେ ବିଜଦ ବିଧାୟକଙ୍କ ଭୋଟର ହାର ୨୦୦୯ ତୁଳନାରେ ବୃଦ୍ଧି ପାଇବା ବଦଳରେ ୭.୪୬ ପ୍ରତିଶତ ତଳକୁ ଖସି ଆସିଥିଲା । ଅର୍ଥାତ୍ ନିର୍ବାଚନୀ ଫଳାଫଳ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀନାଏକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ଦିଗକୁ ଅଙ୍ଗୁଳି ନିଦେ୍ର୍ଧଶ କରାଇଥିଲା । ଏଥିସହିତ ବିଧାୟକ ଶ୍ରୀନାଏକ ଏକ ଷ୍ଟିଙ୍ଗ ଅପରେସନରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ କାରଖାନା ନିମନ୍ତେ ଚାନ୍ଦା ମାଗିବା ଧରାପଡ଼ିବା ପରେ ସେ ବିବାଦ ମଧ୍ୟକୁ ଟାଣି ହୋଇଆସିଥିଲେ । ପୁଣି ମିଥ୍ୟା ସତ୍ୟପାଠ ମାମଲାରେ ମଧ୍ୟ ଛନ୍ଦି ହେବା ସାଙ୍ଗକୁ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଫିଲ୍ମ ଷ୍ଟାଇଲରେ  ଆକ୍ରମଣ କରିବା ଅଭିଯୋଗରେ ଫସି ଯାଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ଗତ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସମୟରେ ଶ୍ରୀନାଏକଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବା ପାଇଁ ନାମ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ନିଜର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ଉଦେଶଗତରେ ବାଦ ଦେବାକୁ ବାଧ୍ୟ ହୋଇଥିଲେ । ମୋଟ ଉପରେ ବିଭିନ୍ନ କାରଣରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଧାୟକ ତାଙ୍କର ଲୋକପ୍ରିୟତା ହରାଇ ବସିଥିବା ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନଙ୍କ ହସ୍ତଗତ ହେବା ପରେ ୨୦୧୯ ନିର୍ବାନରେ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀନାଏକଙ୍କ ବଦଳରେ ନୂଆ ମୁହଁ ସପକ୍ଷରେ ରହିଥିବାର ଜଣାପଡ଼ିଛି । ଫଳରେ ନିର୍ବାଚନ ମଣ୍ଡଳୀରୁ ବିଜଦ ଟିକଟ ଲବିରେ ଆଶାୟୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ରେସର ସମ୍ମୁଖରେ ବିଧାୟକ ଶ୍ରୀନାଏକଙ୍କ ସହ  ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ବାସନ୍ତୀ ହେମ୍ବ୍ରମ, ସରକାରୀ କର୍ମଚାରୀ ବ୍ରଜ ନାଏକ ଓ ଇଂ ବୈଦ୍ୟନାଥ ସିଂ ବଦ୍ରା  ପ୍ରମୁଖ ନାମ ଚର୍ଚ୍ଚା ପରିସରରେ ରହିଥିବା ବେଳେ କଂଗ୍ରେସରୁ ପୂର୍ବତନ ପ୍ରାର୍ଥୀ ଜବାମଣି ଟୁଡ଼ୁ ଓ  ଶିକ୍ଷକ ସୁଦାମ ନାଏକ ପ୍ରମୁଖ ଏବଂ ଭାଜପା ଦଳରୁ ବିଜେପି ହାତ ଧରଥିବା ପୂର୍ବତନ ସ୍ୱାଧୀନ ବିଧାୟକ ପଦ୍ମ ଚରଣ ହାଇବୁରୁ, ଯୁଗଳ କିଶୋର ନାଏକ, ବିଜୟ ପୁର୍ତ୍ତି, ସାମାଇ ପୁର୍ତ୍ତି, ସମ୍ବିତ ସୋରେନ ପ୍ରମୁଖ ରହିଛନ୍ତି । ଉକ୍ତ ଆସନରେ ଜେଏମଏମ ପ୍ରାର୍ଥୀ ଛିଡ଼ା ନକରି କଂଗ୍ରେସକୁ ଛାଡ଼ି ଦେବାର ନିଷ୍ପତ୍ତି ନେଇଛି । ତେବେ ପଦ୍ମ ଚରଣ ହାଇବୁରୁଙ୍କ ଲୋକପ୍ରିୟତା ପଛରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଆର୍ଶୀବାଦ ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ପୂର୍ବତନ ବିଧାୟକ ଶ୍ରୀ ହାଇବୁରୁଙ୍କ  ବିଜେପି ହାତ ଧରିବା ପରେ ରାଜନୈତିକ ସମୀକରଣ କେଉଁ ଦିଗରେ ଗତି କରୁଛି ଏବଂ ଶ୍ରୀହାଇବୁରୁ ତାଙ୍କ ଲୋକପ୍ରିତାକୁ ବଜାଇ ରଖିପାରୁଛନ୍ତି କି ନାହିଁ, ତାହା କେବଳ ସମୟହିଁ କହିପାରିବ । ତେବେ ଏକ ଆକଳନରୁ ଜଣାପଡେ଼, କରଞ୍ଜିଆ(ସଂ) ନିର୍ବାଚନ ମଣ୍ଡଳୀରେ ପ୍ରାୟ ୭୫ ଭାଗ ଆଦିବାସୀ ସମ୍ପ୍ରଦାୟର । ଏମାନଙ୍କ ମଧ୍ୟରୁ କୋହ୍ଲ ସମ୍ପ୍ରଦାୟ ପ୍ରାୟ ୪୦ ପ୍ରତିଶତ ରହିଥିବା ବେଳେ ବାଥୁଡ଼ି ସମ୍ପ୍ରଦାୟ ୩୫ ପ୍ରତିଶତ । ଅବଶିଷ୍ଟ ୨୫ ପ୍ରତିଶତ ସାନ୍ତାଳ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି । ୨୫ ପ୍ରତିଶତ ସାଧାରଣ ବର୍ଗ ମଧ୍ୟରୁ ଅଧିକାଂଶ ମହାନ୍ତ ସମ୍ପ୍ରଦାୟ ରହିଛନ୍ତି । ତେବେ କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଲିଭାଇଥାନ୍ତି । 

0
0
0
s2sdefault