ହେଡଲାଇନସ୍:

ସାଧାରଣ ନିର୍ବାଚନ ପ୍ରକ୍ରିୟା  ସମାପ୍ତ ପରେ କୃଷକ ଓ ଶ୍ରମିକମାନଙ୍କୁ ନେଇ ରାଜ୍ୟସ୍ତରରେ ବ୍ୟାପକ ଆନ୍ଦୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳସେଚନ ନିଗମ କର୍ମଚାରୀ ଫେଡେ଼ରେସନର ରାଜ୍ୟ କମିଟି ବୈଠକ

ବ୍ୟାସନଗର(ଜୟଶଙ୍କର ଦାଶ) ଓଡ଼ିଶା ଉଠାଜଳସେଚନ ନିଗମ କର୍ମଚାରୀ ରାଜ୍ୟ ଫେଡେ଼ରେସନର କାର୍ଯ୍ୟକାରୀ କମିଟି ବୈଠକ ଦଳା ସ୍ଥିତ କର୍ମଚାରୀ ସଂଘ ଗୃହରେ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ  ହୋଇଯାଇଅଛି । ଫେଡେ଼ରେସନର ବରିଷ୍ଠ  ଉପ-ସଭାପତି ତଥା ରାଜ୍ୟ ଏ.ଆଇ.ଟି.ୟୁ.ସି. ଋ ସଂପାଦକ ଡଃ ସୌରୀବନ୍ଧୁ  କର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଗୌରାଙ୍ଗ  ପାଣିଗ୍ରାହୀ ଆଲୋଚନାର ବିଷୟ ବୈଠକରେ ଆଗତ କରିଥିଲେ । ନିଗମରୁ ଅବସର ନେଇଥିବା ପ୍ରାୟ ୪ ହଜାର କର୍ମଚାରୀଙ୍କୁ ଅଦ୍ୟାବଧି ପେନସନ ଦିଆଯାଇନାହିଁ । ୨୦୦୩ ମସିହାରୁ ଅବସର ନେଇଥିବା କେତେକ କର୍ମଚାରୀ ଗତ ୧୫ବର୍ଷ ମଧ୍ୟରେ ପେନସନ୍ ଦିଆଯାଇନାହିଁ । ୨୦୦୩ ମସିହାରୁ ଅବସର ନେଇଥିବା କେତେକ କମର୍ଚାରୀ ଗତ ୧୫ ବର୍ଷ ମଧ୍ୟରେ ପେନସନ୍ ନପାଇ ମୃତ୍ୟୁବରଣ କଲେଣି । ନିଗମ କର୍ତ୍ତୁପକ୍ଷ ଗତ ୬ ମାସ ତଳେ ସ୍ୱଳ୍ପ ବେତନ ଭୋଗୀ ୩ୟ ଓ ୪ର୍ଥ ଶ୍ରେଣୀର ପ୍ରାୟ ୧୫ଜଣଙ୍କୁ ସମସ୍ତ ଆଇନକୁ ଉଲଙ୍ଘନ କରି ବଦଳି କରିଅଛନ୍ତି । ବହୁ ଆବେଦନ ଓ ନିବେଦନ ପରେ ମଧ୍ୟ ଏହି କର୍ମଚାରୀମାନଙ୍କର ବଦଳି ଆଦେଶ ବାତିଲ କରାଯାଇନାହିଁ । ନିଗମ କର୍ତ୍ତୁପକ୍ଷ ପାଣି ପଞ୍ଚାୟତ ଯୋଜନାରେ କୃଷକମାନଙ୍କୁ ହସ୍ତାନ୍ତର କରିଥିବା ଅନେକ ସେଚପ୍ରକଳ୍ପ ଅଚଳ ହୋଇପଡ଼ିଛି । କୃଷକମାନେ ନିଗମ ଉପରୁ ଭରଷା ତୁଟାଇ ଦେଉଛନ୍ତି । ତେଣୁ ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରିୟା  ସମାପ୍ତ ପରେ କୃଷକ ଓ ଶ୍ରମିକମାନଙ୍କୁ ନେଇ ରାଜ୍ୟସ୍ତରରେ ବ୍ୟାପକ ଆନ୍ଦୋଳନ  ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ନିର୍ବାଚନରେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ରାଜନୈତିକ ଦଳ ଓ ବ୍ୟକ୍ତିଙ୍କୁ ଜୟଯୁକ୍ତ କରାଇବାକୁ ସାହାଯ୍ୟ ଓ ସହଯୋଗ ପାଇଁ ନିବେଦନ କରାଯାଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଂଘମାନଙ୍କର ପ୍ରତିନିଧି ଭାବେ ନିରଞ୍ଜନ ପରିଡ଼ା , ସୁବାସ ଚନ୍ଦ୍ର ମଲ୍ଲ, ରମେଶ ସାହୁ, ଉପେନ୍ଦ୍ର ପରିଡ଼ା, ଶ୍ୟାମସୁନ୍ଦର ଜେନା, କୁଳମଣି ସାମଲ, ପିତାମ୍ବର ମହାନ୍ତି ଓ ଏଆଇଟିୟୁସିର ଯାଜପୁର ଜିଲ୍ଲା ସଂପାଦକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅମୂଲ୍ୟ ବଳ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ । 

 

 

 

0
0
0
s2sdefault