ହେଡଲାଇନସ୍:

ବିନା ଡରରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କଲା ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ବେଳେ ନିର୍ଭୟର ସହ ଭୋଟଦାନ ସଚେତନତା ପାଇଁ ସହର ବ୍ୟାପି ପୋଲିସ ପ୍ଲାଗମାର୍ଚ୍ଚ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଆସନ୍ତା ସାଧାରଣ ନିର୍ବାଚନ ବେଳେ ଭୋଟର ମାନେ ନିର୍ବାଚନ ଆଗରୁ କି ନିର୍ବାଚନ ବେଳେ କୌଣସି ପ୍ରକାର ଭୟକୁ ଖାତିର ନକରି ନିର୍ଭୟତାର ସହ ଭୋଟଦାନ କରିବା ଦିଗରେ ସଚେତନତା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ବ୍ୟାପି ସି.ଆଇ.ଏସ .ଏଫ ଯବାନ ଓ ସ୍ଥାନୀୟ ପୋଲିସ ବାହିନୀ ଦ୍ୱାରା ଏକ ବିରାଟ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଏବଂ ସିଆଇଏସଏଫର ସୁବେଦାର ମେଜେର ଡି.କେ ଧúରଙ୍କ ମିଳିତ ନେତୃତ୍ୱରେ ଏକ କମ୍ପାନୀ ସିଆଇଏଏଫ ଯବାନ ଜିଲ୍ଲା ପୋଲିସ ବାହିନୀ ଏକ ବିରାଟ ଫ୍ଲାଗମାର୍ଚ୍ଚ ସଚେତନତା କାର୍ଯ୍ୟକ୍ରମରେ ଆଦର୍ଶ ଥାନା ପରିସରରୁ ବାହାରିଥିଲେ । ଫ୍ଲାଗମାର୍ଚ ପାରଳା ସହରର ସମସ୍ତ ମୁଖ୍ୟ ରାସ୍ତା , ଛକ ଦେଇ  ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳ ସମେତ ଉତ୍ତେଜନା ପ୍ରବଣ ମତ ଦାନ କେନ୍ଦ୍ର ଗୁଡିକ ଦେଇ ଯାଇଥିଲେ । ଫ୍ଲାଗମାର୍ଚ୍ଚ ବେଳେ ବିଭିନ୍ନ ଛକ ଓ ସାହି ବସ୍ତି ଅଞ୍ଚଳରେ କିଛି ସମୟ ଅଟକି ରହି ସେମାନଙ୍କ ଉପସ୍ଥିତ ଜାହିରି କରିଥିଲେ । 

ଏ ଦିଗରେ ଅଧିକ ସୂଚନା ଦେଇ ଏସଡିପିଓ ଠାକୁର ପ୍ରସାଦ ପାତ୍ର ସାମ୍ୱାଦିକ ମାନଙ୍କୁ କହିଥିଲେଯେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଫ୍ଲାଗମାର୍ଚ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ମୁଖ୍ୟତଃ ସହରରେ ଓ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆଗରୁ କିମ୍ୱା ନିର୍ବାଚନ ଦିନ ଲୋକ ମାନେ ଶାନ୍ତିଶୃଙ୍ଖଳାର ସହ କୌଣସି ଧମକ ଓ ଡର ଭୟ ପ୍ରତି ଖାତିର ନକରି ଏବଂ ଭୟଭୀତ ନ ହୋଇ ନିର୍ଭୟତାର ସହ ଭୋଟ ଦାନ କରିବେ । ପୋଲିସ ପ୍ରଶାସନ ଲୋକମାନଙ୍କ ପଛରେ ରହିଛନ୍ତି ବୋଲି ଲୋକମାନେ ଯେଭଳି ଅନୁଭବ କରି ନିର୍ଭୟତାର ସହ ଭୋଟଦାନ କରିବେ । ସେ ଦିଗରେ ଭୋଟର ମାନଙ୍କୁ ସଚେତନତା କରାଇବା ଏହି ଫ୍ଲାଗମାର୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । 

ଅନ୍ୟପକ୍ଷରେ ଗଜପତି ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ଦୁଇଗୋଟି ସିଆଇଏସଏଫ କମ୍ପାନୀ ଯବାନ ଆସିଛନ୍ତି ।  ଗୋଟିଏ କମ୍ପାନୀ ପାରଳାଖେମୁଣ୍ଡି ଓ ଅନ୍ୟଗୋଟିଏ କମ୍ପାନୀ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୃତୟନ ହେବେ । ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଅଧିକ ଧ୍ୟାନ ଦେବେ ବୋଲି କହିଥିଲେ ।

ସିଆଇଏସଏଫ ସୁଭେଦାର ମେଜର ଡି.କେ ଧúର କହିଥିଲେଯେ ନିର୍ବାଚନ ବେଳେ ଜିଲ୍ଲା ପୋଲିସ ପ୍ରଶାସନର ନିୟମ କାନୁନ ଆଦେଶକୁ ମାନି ଡ୍ୟୁଟି କରିବା ଆମର କାମ । ଅନ୍ୟପକ୍ଷରେ ପୋଲିସ ପ୍ରଶାସନକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରି ସୁଖ ଶାନ୍ତିରେ ସାଧାରଣ ନିର୍ବାଚନକୁ ସଫଳ କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ ।

 

0
0
0
s2sdefault