ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ସେବା ହିଁ ପରମ ଧର୍ମ । ସ୍ୱଚ୍ଛ ରହିଲେ ପରିବେଶ, ସୁସ୍ଥ ରହିବ ସମାଜ । ଭାରତର ସର୍ବ ବୃହତ୍ ହିନ୍ଦୁ ଯୁବ ସଂଗଠନ ବଜରଙ୍ଗ ଦଳ, ଭଦ୍ରକ ତରଫରୁ ଯୁବା ସେବା ସପ୍ତାହ ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠ ପରିସରରେ ଏକ ସଫେଇ/ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ବଜରଙ୍ଗ ଦଳ ଭଦ୍ରକ ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ମନ୍ଦିର ପରିସର, ମନ୍ଦିର ବେଢା ଏବଂ ମନ୍ଦିର ସମ୍ମୁଖ ପଡିଆକୁ କାର୍ଯ୍ୟକର୍ତ୍ତାମାନେ ସଫେଇ କରିଥିଲେ । ଏତଦ୍ବ୍ୟତୀତ ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଅବଗତ ତଥା ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ କାହ୍ନୁଚରଣ ସିଂ, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ମାତୃଶକ୍ତିର ଜିଲ୍ଲା ପ୍ରମୁଖ ସରୋଜିନୀ ଦାସ, ପୁନିଲ ସାମନ୍ତ, ଦେବାଶିଷ ଜେନା, ପ୍ରଶାନ୍ତ ମଲ୍ଲିକ, ହେମନ୍ତ ବିଶ୍ୱାଳ, ରାଜକିଶୋର ପାତ୍ର, ତପନ ଦାଶ, ମହେଶ୍ୱର ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସାମିଲ ରହିଥିଲେ । ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ ସେବା ସପ୍ତାହ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ କାର୍ଯ୍ୟକ୍ରମ ‘ଧର୍ମ ରକ୍ଷା ନିଧି’ ବାବଦରେ ସୂଚନା ଦେଇଥିଲେ ।