ହେଡଲାଇନସ୍:

କାନ୍ଥ ଭୁଶୁଡି କିଛି ଅଘଟଣ ହେଲେ କାହାର ବା କି ଯାଏ !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅସୁରକ୍ଷିତ କୋଠରୀରେ ଚାଲିଛି ପାଠ ପଢା ,ଦେଶର ଭବିଷ୍ୟତଙ୍କ ସହ ଏ କି ପ୍ରକାର ନୀତି ???

ପଦ୍ମପୁର(ଶାସକ ପ୍ରଶାସକ) - ସଭିଏ ପଢିବେ ସଭିଏ ବଢିବେ ନାରାସହ ସରକାର ଶିକ୍ଷାକୁ ଆଗାଉଛନ୍ତି ଏବଂ ଆଦର୍ଶ ବିଦ୍ୟାଳୟ ପରି ସ୍କୁଲ  ନିର୍ମାଣ କରି ବେସରକାରୀ ସ୍କୁଲ ସହିତ ନିଯ ଶିକ୍ଷାବ୍ୟବସ୍ଥାକୁ ଉନ୍ନତ କରିବାକୁ ଚେଷ୍ଟାକରୁଛନ୍ତି । ହେଲେ ଆଯି ମଧ୍ୟ ଏପରି କିଛି ବିଦ୍ୟଲୟ ଅଛି ଯେଉଁଠି ଆବଶ୍ୟକିୟ ସ୍କୁଲ ଗୃହ ନାହିଁ ,ଯେଉଁଠି ଛାତ୍ରଛାତ୍ରୀ କେତେବେଲେ ବାରଣ୍ଡାରେ ତ କେତେ ବେଲେ ଗଛ ମୂଲରେ ତ କେତେ ବେଳେ ଗୋଟିଏ କୋଠରିରେ ପାଠ ପଢୁଛନ୍ତ । ଏପରି ଏକ ସ୍କୁଲ ହେଉଛି ପଦ୍ମପୁର ଉପଖଣ୍ଡ ବରିକେଲ ପଂଚାୟତ ଅନ୍ତର୍ଗତ ଚିତାଖୋଳ ପ୍ରାଥମିକ ବିଦ୍ୟାଳୟ, ଯେଉଁଠି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ କୋଠରିରେ ପାଠ ପଢୁଛନ୍ତି  ।

            ପଦ୍ମପୁର ସହରରୁ ପ୍ରାୟ ୦୬ କିମି ଦୁରତାରେ ଅବସ୍ଥିତ ଚିତାଖୋଳ ଗ୍ରାମ  ।ଏହି ଗ୍ରାମର ପିଲା ମାନଙ୍କୁ ଶିକ୍ଷିତ କରିବା ପାଇଁ ୧୯୯୮ ମସିହାରେ ଓଡିଶା ସରକାର ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା  କରିଥିଲେ । ଏହି ସ୍କୁଲରେ ପ୍ରଥମ ରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣର ବ୍ୟବସ୍ଥା ରହିଛି ହେଲେ ବିଗତ ଦୁଇ ବର୍ଷ ହେବ ଏହି ବିଦ୍ୟାଳୟର ଶ୍ରେଣୀ ଗୃହର ଅବ୍ୟବସ୍ଥା ଲାଗି ରହିଛି । ପାଂଚଟି ଶ୍ରେଣୀର ପିଲାଙ୍କ ପାଠ ପଢିବା ପାଇଁ ଗୋଟିଏ କୋଠା ଏବଂ ଗୋଟିଏ କୋଠାରେ ଶିକ୍ଷା ଦେଉଛନ୍ତି  ଶିକ୍ଷକ । ସେହି କୋଠାରେ ଶିକ୍ଷାଗ୍ରହଣ କରିବା ସହିତ ମଧ୍ୟାନ୍ନ ଭୋଜନ ମଧ୍ୟ ଖାଉଛନ୍ତି ଶିଶୁ ମାନେ । ସ୍କଲ ପାଚେରି ମଧ୍ୟ ନାହିଁ ତେଣୁ ସାପ,କୁକୁର,ଗାଇ ପରି ଜନ୍ତୁ ସ୍କଲକୁ ପଶି ଆସୁଥିବାରୁ ଛାତ୍ରଛତ୍ରୀ  ଭୟଭିତ ଆବସ୍ତାରେ ରହୁଛନ୍ତି । ପୁରୁଣା ସମସ୍ତ କୋଠରି ଏବେ ଜରାଜିଣ୍ଣ ଅବସ୍ତାରେ ଏବଂ ଛାତରୁ ତୁହାକୁ ତୁହା ସିମେଂଟଣ୍ଟ ଖସୁଛି ସେଥୀ ପାଇଁ ସେହିି କୋଠରି ଗୁଡିକ ଏବେ ଛାତ୍ରଛତ୍ରୀ ମାନଙ୍କ ପାଇଁ ମରନ ଯନ୍ତା ପାଲଟିଛି ।

          ସ୍କୁଲର ଏପରି ଅବ୍ୟବସ୍ଥା ଯୋଗୁଁ  ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ  ସବୁ ସମୟରେ ଭୟବିତ ରହୁଛନ୍ତି, ଏବଂ ପିଲା ମାନେ ଭୟଭିତ ହୋଇ ସ୍କୁଲ ଯିବା ପାଇଁ ମନା କରୁଥିବା କହିଛନ୍ତି ଯାହାକି ସିଧାସଲଖ ଭାବେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିବ । ସ୍କୁଲର ଏହି ଅସୁବିଧା ବିଷୟରେ ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ କାଥାକୁ ଧ୍ୟାନ ଦେଉନଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷୟୀତ୍ରି ସିଆରସିସି ଏବଂ ବିଇଓଙ୍କୁ ଏ ବିଷୟରେ ଜଣାଇଥିବା କହିଛନ୍ତି । ଏହି ସ୍କୁଲ ସମସ୍ୟା ବାବଦରେ ପଦ୍ମପୁର ବିଇଓଙ୍କୁ ପଚାରାଯିବାରୁ ସେ ଏଥି ପ୍ରତି ଶିଘ୍ର ଧ୍ୟାନ ଦେବା ସହ ଏ ବିଷୟରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବେ  ବୋଲି କହିଛନ୍ତି ।

      ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗ୍ରହଣ ନିମନ୍ତେ ନିତାନ୍ତ ଜରୁରୀ ଆବଶ୍ୟକତା ଉପରେ ସରକାର ଧ୍ୟାନ ଦେବା ଦରକାର ଏବଂ ଏହି ଚିତାଖୋଲ ଗ୍ରାମ ସ୍କୁଲର କୋଠରିର ସମସ୍ୟାର ଶିଘ୍ର ସମଧାନ ହେବା  ଆବଶ୍ୟକ ନ ହେଲେ ଏହା ସିଧାସଲଖ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିବ ।

 

0
0
0
s2sdefault