ହେଡଲାଇନସ୍:

ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା  ଆଚରଣ ବିଧି : ୧୧ ତାରିଖରୁ ମତଦାନ ଆରମ୍ଭ , ଚାରୋଟି ପର୍ଯ୍ୟାୟରେ ଓଡିଶାରେ ମତଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

New Delhi : ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା  ଆଚରଣ ବିଧି | ଘୋଷିତ ହେଲା ନିର୍ବାଚନ ତାରିଖ | ଏପ୍ରିଲ ୧୧ ତାରିଖରୁ ମତଦାନ ଆରମ୍ଭ ହୋଇ  ୭ଟି ପର୍ଯ୍ୟାୟରେ ହେବ ଭୋଟ ହେବ ସହ ୧୯ ମେ ରେ ସରିବ ଭୋଟ   | ୨୩ ମେ ରେ ମତ ଗଣନା | ୯୦ କୋଟି ମତଦାତା ଦେବେ ଭୋଟ |  ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସହ ଆଜିଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ମତଦାନ  ଅପ୍ରେଲ ୧୧ରେ , ଦ୍ୱିତୀୟ ପର୍ଯ୍ୟାୟ  ଅପ୍ରେଲ ୧୮ରେ ,ତୃତୀୟ ପର୍ଯ୍ୟାୟ ଅପ୍ରେଲ ୨୩, ଚତୁର୍ଥ ପର୍ଯ୍ୟାୟ  ଅପ୍ରେଲ ୨୯ରେ, ପଂଚମ ପର୍ଯ୍ୟାୟ  ମେ’ ୬ରେ, ଷଷ୍ଠ ପର୍ଯ୍ୟାୟ ମେ’ ୧୨ରେ ଓ ସପ୍ତମ ତଥା ଶେଷ ପର୍ଯ୍ୟାୟ ମେ’ ୧୯ରେ ଅନୁଷ୍ଠିତ ହେବ | 

ପ୍ରଥମ ପର୍ୟାୟରେ  ୨୦ ଟି ରାଜ୍ୟର ୯୨ଟି ଲୋକସଭା ଆସନ, ଦ୍ଵିତୀୟରେ ୧୩ ଟି ରାଜ୍ୟର ୯୭ଟି ଆସନ, ତୃତୀୟରେ  ୧୪ଟି ରାଜ୍ୟର ୧୧୫ ଆସନ, ଚତୁର୍ଥରେ ୯ଟି ରାଜ୍ୟର ୭୧ ଆସନ, ପଂଚମରେ ୭ଟି ରାଜ୍ୟର ୫୧ ଆସନ, ଷଷ୍ଠରେ ୭ଟି ରାଜ୍ୟର ୫୯ ଆସନ ଓ ସପ୍ତମ ଓ ଶେଷ ପର୍ୟାୟରେ ୮ଟି ରାଜ୍ୟର ୫୯ ଆସନରେ ନିର୍ବାଚନ ହେବ | ଗୋଟିଏ ପର୍ୟାୟରେ ନିର୍ବାଚନ ଶେଷ ହେଉଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସଂଖ୍ୟା ୨୨ | ୨ଟି ପର୍ଯ୍ୟାୟରେ କର୍ଣ୍ଣାଟକ, ମଣିପୁର, ରାଜସ୍ଥାନ, ତ୍ରିପୁରା, ତିନୋଟି ପର୍ଯ୍ୟାୟରେ ଆସାମ ଓ ଛତିଶଗଡ଼, ଚାରୋଟି ପର୍ଯ୍ୟାୟରେ ଝାରଖଣ୍ଡ, ଏମପି, ମହାରାଷ୍ଟ୍ର ଓ ଓଡିଶା, ୫ଟି ପର୍ଯ୍ୟାୟରେ ଜାମୁ କାଶ୍ମୀର ଓ ୭ଟି ପର୍ଯ୍ୟାୟରେ ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ନିର୍ବାଚନ ହେବ | 

ସାରା ଭାରତରେ ଭୋଟ ଗ୍ରହଣ ପାଇଁ ୧୦ ଲକ୍ଷ ପୋଲିଂ ବୁଥ  କରାଯାଇଛି  । ଓଡ଼ିଶାରେ ୩୭୬୦୬ ବୁଥ ରହିଥିବା ବେଳେ ସବୁ ବୁଥ ପାଇଁ  ଭିଭିପାଟ ବ୍ୟବସ୍ଥା ମଧ୍ୟ କରାଯାଇଛି ।  ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଙ୍ଗ କୁ ମଧ୍ୟ କଡାକଡି କରାଯିବ  । ସୋସିଆଲ ମିଡିଆରେ ଦଳ ଓ ପ୍ରାର୍ଥୀମାନେ ସବିଶେଷ ସୂଚନା ଦେବାକୁ ମଧ୍ୟ କୁହାଯାଇଛି  ।  ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ଚେତାଇ ଦେଇଛନ୍ତି  । ଗଣମାଧ୍ୟମ ଦାୟିତ୍ବପୁର୍ଣ ଓ ଗଠନମୂଳକ ରିପୋର୍ଟ ପ୍ରକାଶ କରିବା ପାଇଁ  ମୁଖ୍ୟ ନିର୍ବାଚନ କମିଶନ ଆପିଲ କରିଛନ୍ତି   ।

ସୂଚନାଯୋଗ୍ୟ ଯେ  ୨୦୧୪ (ଷୋଡ଼ଶ) ଲୋକସଭାର କାର୍ଯ୍ୟକାଳ ଜୁନ୍‌ ୩ରେ ଶେଷ ହେଉଥିବା ବେଳେ, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜୁନ୍‌ ୧୮, ଓଡ଼ିଶା ବିଧାନସଭାର ଜୁନ୍‌ ୧୧ ଓ ସିକିମ୍‌ ବିଧାନସଭାର କାର୍ଯ୍ୟକାଳ ମେ ୨୭ରେ ଶେଷ ହେଉଥିଲା।

0
0
0
s2sdefault