ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) - ଜିଲ୍ଲା ସ୍ତରୀୟ ମହିଳା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା , ସାଧାରଣ ସଭା ଓ ପୁରସ୍କାର ବିତରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ " ସେହେଡା'ର ମିଳିତ ଆନୁକୂଲ୍ୟରେ ଏକ ସଭା ସ୍ଥାନୀୟ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା ।ସଭା ପୂର୍ବରୁ ସ୍ୱୟଂ ସହାୟ ଗୋଷ୍ଠୀ , ପଞ୍ଚାୟତିରାଜ ପ୍ରତିନିଧି , ଛାତ୍ର/ଛାତ୍ରୀ , ସ୍ବେଛା ସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ପାରା ଲିଗାଲ ସ୍ବେଚ୍ଛାସେବୀମାନେ ବେହେରାମାଲ ଛକଠାରୁ ସଂସ୍କୃତି ଭଵନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ଜିଲ୍ଲା ତଥା ଦୌରା ଜଜ ଡ଼.ରାଧାକାନ୍ତ ମିଶ୍ର ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ସଂସ୍କୃତି ଭବନଠାରେ ଆୟୋଜିତ ସଭାରେ ପିଡ଼ି ଡିଆରଡିଏ ସତ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ ।
ଶ୍ରୀ ଦାଶ ତାଙ୍କ ବକ୍ତବ୍ୟ ରେ ନାରୀମାନେ ତାଙ୍କ ଅଧିକାର ନିଜ ଅଧିକାର ପ୍ରତି ସଚେତନ ରହିବା ସଙ୍ଗେ ସଂଗେ ନିଜ ହକ ହାସଲ ପାଇଁ ଲଢେ଼ଇ କରିବାକୁ ଓ ଶିକ୍ଷା ଓ ସଂସ୍କାର ସହ ନାରୀମାନେ ଆଗକୁ ବଢିଲେ ଦେଶ ତଥା ପ୍ରଗତି ପଥରେ ଆଗେଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜାନକୀ ବିଶ୍ୱାଳ ନାରୀ ମାନଙ୍କ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ । ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ମାଧୁରୀ ପଟେଲ କନ୍ୟାଭୃଣ ହତ୍ୟା ଓ ଲିଙ୍ଗଗତ ତାରତମ୍ୟ ସମ୍ପର୍କରେ ବୁଝାଇ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦା ନ କରିଥିଲେ । ସେହେଡା ର ନିର୍ଦେଶିକା ଆନନ୍ଦିନୀ ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଥିବା ଆଇନ ସମ୍ପର୍କରେ କହିଥିଲେ । ମହିଳା ସୁରକ୍ଷା ଅଧିକାରୀ ବୃନ୍ଦାବତୀ ପଣ୍ଡା ପାରିବାରିକ ହିଂସା ଆଇନ-୨୦୦୫ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାର ଶ୍ରେଷ୍ଠ ତିନିଟି ସ୍ବୟଂ ସହାୟ ଗୋଷ୍ଠି ଭିକମ୍ ପାଲିର ଜୟ ମା ପଦ୍ମାସିନୀ ,କିର୍ମିରାର ଲକ୍ଷ୍ମୀପ୍ରିୟା ଓ ଝାରସୁଗୁଡା ବ୍ଲକର ମା' ବୀଣାପାଣି ଏସ ଏଚ ଜୀଙ୍କୁ ମାନପତ୍ର ଓ ପନ୍ଦର ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାର ସାତ ଜଣ ଅଂଗନବାଡ଼ି କର୍ମୀ ରେମଜାର ସବିତା ଗରୁଡ଼ , ଦାନିକଟାର ଯଶୋଦା ମାଝୀ , ସରବେର୍ଣାର ମେରୀ ମିଞ୍ଜ , ନାଚେନଡିହି ର ମମତା ସୁନାନୀ , କୋଲବିରାର ଲବଙ୍ଗ ରୋହିଦାସ , ଗମ୍ଭାରୀଗୁଡାର ଚୁମକୀ ବେହେରା ଓ ଜୟବୁଡ଼ିଆର କୁନ୍ତଳା ରାଉତଙ୍କୁ ସମ୍ମାନିତ କରାଯାଇଥିଲା । ସ୍ଵଧାର ଗୃହ ଅନ୍ତେବାସିନୀମାନଙ୍କ ଦ୍ୱାରା ଏକ ସଚେତନତା ମୂଳକ ନାଟକ ପରିବେଷଣ କରାଯାଇଥିଲା