ହେଡଲାଇନସ୍:

କମନ୍ ସର୍ଭିସ୍ ସେଂଟର ମାଧ୍ୟମରେ ଗାଁର ଘରେ ଘରେ ପହଁଚିବ ଗ୍ୟାସ ସିଲିଣ୍ଡର - ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ ଏବଂ ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ମେସିନ ବିତରଣ କାର୍ଯ୍ୟକ୍ରମ

 ଦିଲ୍ଲୀ, ଭୁବନେଶ୍ୱର ଭଳି ଓଡିଶାର ଗାଁଗଣ୍ଡାରେ ୱାଇ -ଫାଇର ବ୍ୟବସ୍ଥା

 ନରେନ୍ଦ୍ର ମୋଦି କମନ ସର୍ଭିସ୍ ସେଂଟର ମାଧ୍ୟମରେ ଗରିବ ଲୋକଙ୍କ ସାହାଯ୍ୟ କରୁଛନ୍ତି

 ଓଡିଶାର ୨ ହଜାର କମନ ସର୍ଭିସ୍ ସେଂଟରରେ ଏଲପିଜି ବିତରଣର ଉପକେନ୍ଦ୍ର ତିଆରି କରାଯିବ

 ଉଜ୍ଜଳା ନାପକିନର ସେବା : ସବୁ  ବ୍ଲକରେ କମନ୍ ସର୍ଭିସ ସେଂଟରରେ ଗୋଟିଏ ଭେଣ୍ଡିଂ ମେସିନ୍ 

ଭୁବନେଶ୍ୱର – ଆଜି ତୈଳ କମ୍ପାନୀ ଏବଂ କମନ୍ ସର୍ଭିସ ସେଂଟର (ସିଏସ୍ସି) ଭିତରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଫଳରେ ଓଡିଶାର ୨ ହଜାର କମନ ସର୍ଭିସ୍ ସେଂଟରରେ ଏଲପିଜି ବିତରଣର ଉପକେନ୍ଦ୍ର ତିଆରି କରାଯିବା ସହ ସାନିଟାରୀ ନାପକିନ୍ ପ୍ରସ୍ତୁତି କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଯାହା ଫଳରେ ଗାଁରେ କମନ ସର୍ଭିସ୍ ସେଂଟର ମାଧ୍ୟମରେ ଗ୍ୟାସ ସିଲିଣ୍ଡର ପହଁଚିବ । ଦୁଇ ପଇସା କମନ ସର୍ଭିସ ସେଂଟରରେ କାର୍ଯ୍ୟ କରୁଥିବା ଲୋକ ପାଇବେ, ବୁକିଂ କରିବାର ସୁବିଧା ରହିବ, ନୂଆ କନେକ୍ସନ ବା କେୱାଇସି ଭରିବାର ସୁବିଧା ମଧ୍ୟ ରହିବ । ଏ ପ୍ରକାର ଏକ ଗ୍ରାମୀଣ ବିକେନ୍ଦ୍ରୀକରଣର ବ୍ୟବସାୟର ଆଜି ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ ଏବଂ ଉଜ୍ଜଳା ସାନିଟାରୀନାପକିନ୍ ପ୍ରସ୍ତୁତି ମେସିନ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶିବ ରାତ୍ରିରେ ଓଡିଶା ପାଇଁ ଅନେକ ଗୁଡିଏ ଉପହାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଦେଇଛନ୍ତି । ଦୁଇଟି ଟ୍ରେନ୍ ତଥା ଗଣ୍ଡୁଆନା ଏକ୍ସପ୍ରେସ ଭାୟା ଦିଲ୍ଲୀରୁ ଆସି ଛତିଶଗଡର ବିଳାସପୁର ପର୍ଯ୍ୟନ୍ତ ଆସୁଥିଲା । ଏଣିକି ଏହି ଟ୍ରେନ୍ ପ୍ରତିଦିନ ସମ୍ବଲପୁର ପର୍ଯ୍ୟନ୍ତ ଆସିବ । ଓଡିଶାକୁ ଦିଲ୍ଲୀ ପାଇଁ ଆଉ ଗୋଟିଏ ନୂଆ ଟ୍ରେନ୍ ମଧ୍ୟ ଯୋଡାଗଲା । ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ ଅଂଚଳ ଏବଂ ଓଡିଶାର ଅନ୍ୟାନ୍ୟ ଯାତ୍ରୀ ଏହା ଦ୍ୱାରା ଲାଭଭି ପାଇପାରିବେ । ପଶ୍ଚିମ ଓଡିଶା ପାଇଁ ଆଜି ଏକ ଶୁଭ ଦିନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ମଧ୍ୟ ଭାଗ ତାଳଚେର ଅନୁଗୁଳ ଓ ଢେଙ୍କାନାଳ ଶିଳ୍ପାଚଂଳ ଗଢି ଉଠିଥିବା ବେଳେ ଏଥିପାଇଁ ଏକ ସିଧା ଟ୍ରେନ୍ କଲିକତାର ହାୱାଡା ପର୍ଯ୍ୟନ୍ତ ବ୍ୟବସ୍ଥା କରାଗଲା । ରାଜ୍ୟର ଅନେକ ରେଳଷ୍ଟେସନରେ ଟ୍ରେନ୍ ରହଣୀ, ତାଳଚେର ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନର ଯାତ୍ରୀ ସୁବିଧା ପାଇଁ ଫୁଟ୍ ଓଭର ବ୍ରିଜ୍ ଏବଂ ଏସ୍କାଲେଟରର ମଧ୍ୟ କାମ ଆରମ୍ଭ କରାଗଲା । ପୂର୍ବ ସରକାର ଏହି ସବୁ କାର୍ଯ୍ୟକୁ ପ୍ରାଥମିକତା ନଥିବାବେଳେ ନରେନ୍ଦ୍ର ମୋଦିଙ୍କ ସରକାର ପିୟୂଷ ଗୋଏଲ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ନେତୃତ୍ୱରେ ଏସବୁକୁ ପ୍ରାଥମିକତା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଏସ୍ଏନଏଲର ଗୁଡିଏ ସୁବିଧା ପାଇଁ ମଧ୍ୟ ଅନେକ ଲୋକାର୍ପଣ କରାଗଲା । ରାଜ୍ୟରେ ସବୁ ପଂଚାୟତକୁ ଇଂଟରନେଟ୍ ଲଗାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦୦ କୋଟି ଟଙ୍କା ଦେଲେ । ପାଖାପାଖି ୩ ହଜାରରୁ ଅଧିକ ପଂଚାୟତରେ ବିଏଏସଏନଏଲ୍ ନେତୃତ୍ୱରେ ଇଂଟରନେଟ୍ ସେବା ଲାଗୁ ହେଲା । ସେହିପରି ଓଡିଶାର ଦୂରାଦୂରାନ୍ତ ଅଂଚଳ ପାଇଁ ୧୦୦ଟି ଟାୱାର ଲଗାଇବା କାମର ମଧ୍ୟ ଶୁଭାରମ୍ଭ କରାଗଲା ।

ଜଗତସିଂହପୁର ଜିଲ୍ଲାରେ ଅନେକ ପଂଚାୟତକୁ ୱାଇ-ଫାଇ କରାଗଲା । ଦିଲ୍ଲୀ, ଭୁବନେଶ୍ୱର ଭଳି ଓଡିଶାର ଗାଁଗଣ୍ଡାରେ ଓାଇ -ଫାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ମାଧ୍ୟମରେ ବ୍ୟବସ୍ଥା କରାଗଲା । ଗୁଜୁରାଟର ଖାକ୍ରା ଯଦି ବିଶ୍ୱର ଅନ୍ୟ ଅଂଚଳକୁ ଯାଇପାରୁଛି ତେବେ ଓଡିଶାର, ରାଶି ଲଡୁ, କାକେରା ପିଠା, ଆରିସା ପିଠା କାହିଁକି ବିଶ୍ୱ ବାଜରରେ ବିକ୍ରି ହେବା ନାହିଁ ଏବଂ କାହିଁକି କମନ ସର୍ଭସ ସେଂଟର ଏହାର ପ୍ରାଥମିକତା ନହେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରଛନ୍ତି । ଭାରତବର୍ଷର କମନ ସର୍ଭିସ୍ ସେଂଟର ଗୁଡିଏ ବ୍ୟବସ୍ଥାକୁ ପାରଦର୍ଶିତା କରିବାକୁ ଯାଉଛି । ୩୦ ବର୍ଷ ପରେ ନରେନ୍ଦ୍ର ମୋଦି କମନ ସର୍ଭିସ୍ ସେଂଟରକୁ ଭରସା କରି କମନ ସର୍ଭିସବି ସେଣ୍ଟର  ମାଧ୍ୟମରେ ଗରିବ ଲୋକଙ୍କ ସାହାଯ୍ୟ କରୁଛନ୍ତି ।

ନରେନ୍ଦ୍ର ମୋଦିଙ୍କ ସରକାର କମନ ସର୍ଭିସ୍ ସେଂଟର ମାଧ୍ୟମରେ ମା ଭଉଣୀ ମାନଙ୍କ ପାଇଁ ୩ ଲକ୍ଷ ଟଙ୍କା ୟୁନିଟ ବ୍ୟବସାୟ ବଢାଇବା ପାଇଁ ପୁଞ୍ଜି ଦେବା ପାଇଁ କହିଲେ । ଏନଟିପିସି ଆଜି ୧୦୦ ଟି ମେସିନ ଦେବାର ନୀତିଗତ ନିଷ୍ପତି କଲା । ସେହିପରି ନାଲକୋ ମଧ୍ୟ ୧୦୦ଟି ମେସିନ୍ ଦେବାର ବ୍ୟବସ୍ଥା କଲା । ଏଭଳି ୨୫୬ଟି ମେସିନ୍ ଆଜି ସୁଦ୍ଧା ଲାଗିବାର ବ୍ୟବସ୍ଥା ହେଲା । ସେହିପରି ଖୁବ ଶୀଘ୍ର ଆଉ ୨୫୦ଟି ମେସିନ୍ କମନ ସର୍ଭିସ ସେଂଟରକୁ ଆସିବ । ମୋଟ ୫୦୬ଟି ଏପ୍ରକାର ମେସିନ୍ ଆସିବା ଫଳରେ ଓଡିଶାର ଗୋଟେ ବି ବ୍ଲକ ନଥିବ, ଯେଉଁ ବ୍ଲକରେ କମନ୍ ସର୍ଭିସ ସେଂଟର ନେତୃତ୍ୱରେ ଗୋଟିଏ ଭେଣ୍ଡିଂ ମେସିନ୍ ଲାଗିନଥିବ । ଏହି ଭେଣ୍ଡିଂ ମେସିନ କୁ ଆଧାର କରି ଓଡିଶାର ମାଆ ଭଉଣୀ ମାନଙ୍କୁ ଉଜ୍ଜଳା ନାପକିନର ସେବା ଦିଆଯିବ । କମନ୍ ସର୍ଭିସ ସେଂଟର ସହ ଏପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।  ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡିଶାର ଦାୟିତ୍ୱ ନେବା ପରେ ଓଡିଶାରେ ୨୦ ଲକ୍ଷ ପରିବାରରେ ଏଲପିଜି କନେକ୍ସନ ଥିଲା । ଏବେ ସେ କନେକ୍ସନ ସଂଖ୍ୟା ୮୦ ଲକ୍ଷ ପହଁଚିଥିବା ବେଳେ ତନ୍ମଧ୍ୟରୁ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ପରିବାରରେ ଗ୍ୟାସ ପହଁଚିଲାଣି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ବନିବ । ଓଡିଶା ନୂଆ ନହେଲେ ନୂଆ ଭାରତ ଅସମ୍ଭବ । ନୂଆ ଓଡିଶା ସେବେ ହେବ ଯେବେ ବିଏସଏନଏଲ ଇଂଟରନେଟର ଉପଯୋଗରେ ଓଡିଶାର ଆରିସା ପିଠା ନ୍ୟୁୟର୍କ ପହଁଚିବ । ଯେବେ ଓଡିଶାର ସବୁ ଘରେ କମନ ସର୍ଭିସ୍ ସେଂଟର ନେତୃତ୍ୱରେ ଉଜ୍ଜଳା ସାନିଟାରୀ ନାପକିନ ପହଁଚିବ, ଘରେ ଘରେ ସ୍ୱଚ୍ଛ ଇନ୍ଧନ ପହଁଚିବ ଅସମ୍ଭବକୁ ସମ୍ଭବ କରିବାର ନାଁ ହେଲା ନରେନ୍ଦ୍ର ମୋଦି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

 

 

0
0
0
s2sdefault