ହେଡଲାଇନସ୍:

ମିଛ କହିବା ନବୀନ ପଟ୍ଟନାୟକ ଏବଂ ବିଜେଡି ଲୋକଙ୍କ ଠାରୁ ଶିଖିବା ଦରକାର : ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଳବାଇ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ଆସନ୍ତୁ ବୋଲି ଚାଲେଞ୍ଜ ଦେଲେ ପ୍ରଧାନ

  ଭୁବନେଶ୍ୱର – ୨୦୧୪ ମସିହାରେ ଆନ୍ଧ୍ରର ପୁନର୍ଗଠନର ବିଧି ଆଇନରେ ପରିଣତ ହେବା ସମୟରେ ବିଜୁ ଜନତା ଦଳର ବନ୍ଧୁମାନେ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଥିଲେ । ରେଲୱେ ଜୋନ ୱାଲଟିୟରରେ ହେବା ପ୍ରସଙ୍ଗରେ ବିଜେଡିର ସାଂସଦ ମାନେ ପଦୁଟିଏ ହେଲେ ପାଟି ଫିଟେଇନଥିଲେ । ସେତେବେଳେ ଚୁପ ରହି ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ ମିଛ କହିବା ନବୀନ ପଟ୍ଟନାୟକ ଏବଂ ବିଜେଡି ଲୋକଙ୍କ ଠାରୁ ଶିଖିବା ଦରକାର । ବିଜେଡି ଲୋକମାନେ ସାଂସଦରେ ଏହି ପ୍ରସଙ୍ଗରେ ମୂଳ ପ୍ରଶ୍ନକୁ ଉଠାଇ ନଥିଲେ । ବିଜୁ ଜନତା ଦଳର ଲୋକମାନେ ଏପଟସେପଟ ପଇଁତରା କରି କଥା କହିବାରେ ଧୂରନ୍ଧର ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାୟଗଡାରେ ରେଳ ଡିଭିଜନ ହେବା ନେଇ ବିଜେଡିର ଏତେ ରାଗ କାହିଁକି ? ରାୟଗଡାରେ ରେଳ ଡିଭିଜନ ହେବା ନେଇ କାହିଁକି ବିରୋଧ କରାଯାଉଛି । ଯେତେବେଳେ ପ୍ରଧାନମନ୍ତ୍ରୀ କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ଆକାଂକ୍ଷୀ ଜିଲ୍ଲା ଭାବେ ପ୍ରସ୍ତାବ ଦେଲେ, ସେତେବେଳେ ରାଜ୍ୟ ସରକାର ଏହାକୁ ବିରୋଧ କରିଥିଲେ । ଆଜି ମଧ୍ୟ ରାୟଗଡାରେ ରେଳ ଡିଭିଜନ ହେବା ବେଳେ ଏହାକୁ ବିରୋଧ କରାଯାଉଛି । ବିରୋଧ କରିବା ଛଳରେ ଓଡିଶାର ପ୍ରଗତିକୁ ନରେନ୍ଦ୍ର ମୋଦି ଯେଉଁ ଗତି ଦେଉଛନ୍ତି ତାକୁ ରାଜ୍ୟ ସରକାର ବାଧା ଦେଉଛନ୍ତି ବୋଲି ସେ କହିଛନ୍ତି ।

ବିଗତ ୭୦ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାର ରେଳବାଇ ବିଭାଗର ଯେତିକି ଦାୟିତ୍ୱ ନେଇଛନ୍ତି ଭାରତବର୍ଷରେ ଅନ୍ୟ କେଉଁ ସରକାର ରେଳବାଇ ବିଭାଗର ଦାୟିତ୍ୱ ନେଇଛି, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ  ଆସିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।  ରେଳ ପ୍ରକଳ୍ପରେ ଖୋଦ୍ଧା-ବାଲାଙ୍ଗୀର ପାଇଁ ଜମି ମିଳିନାହିଁ, ହରିଦାସପୁର-ପାରାଦୀପରେ ଆଇନଶୃଙ୍ଖଳା କିଏ ତିଆରି କରୁଛି ? ଏ ସବୁ ପ୍ରଶ୍ନ ଗୁଡିକର ଉତର ଦେବା ପାଇଁ ପଡିବ ବୋଲି ମୁହଁଫୁଟାଣି ଦେଖଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

0
0
0
s2sdefault