ହେଡଲାଇନସ୍:

ନିର୍ବାଚନକୁ ପ୍ରଭାବିତ କରିପାରନ୍ତି  ଫରେଷ୍ଟ ରେଞ୍ଜର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର - ଆସନ୍ତ ଏପ୍ରିଲରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହାକୁ ନିରପେକ୍ଷ ଓ ଅବାଧ ଭାବରେ ପରିଚାଳିତ କରିବାକୁ ନିର୍ବାଚନ କମିଶନ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ବିଭାଗରେ ୩ ବର୍ଷରୁ ଅଧିକ  ରହିଥିବା ଅଧିକାରୀ ମାନଙ୍କୁ ଜିଲ୍ଲାରୁ ବଦଳି କରୁଛନ୍ତି । ବଲାଙ୍ଗିର ଜିଲ୍ଲାର କେତେକ ବିଭାଗରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଜଙ୍ଗଲ ବିଭାଗରେ ଏହା କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାରେ ରହିଥିବା ୧୧ ଟି ରେଞ୍ଜରୁ ୯ ଟି ରେଞ୍ଜରେ ସ୍ଥାନୀୟ ଲୋକ ରହିଛନ୍ତି ଓ ସେମାନେ ଦୀର୍ଘ ଦିନ ହେଲା ଏହି ଜିଲ୍ଲାରେ ଅବସ୍ଥାପିତ ହୋଇ ଅନେକ ବିବାଦରେ ରହିଛନ୍ତି । ସେଥି ମଧ୍ୟରୁ ଅନେକ ରେଞ୍ଜର ସ୍ଥାନୀୟ ନେତାମାନଙ୍କ ପାଇଁ କାମ ବି କରୁଛନ୍ତି । ଜଙ୍ଗଲ ବିଭାଗର ଠିକା କାମକୁ ବିଭାଗୀୟ ଆକାରରେ କରାଉଥିବା ଦର୍ଶାଇ ନେତାମାନଙ୍କର ଲୋକଙ୍କୁ ଠିକାରେ ଦେଉଛନ୍ତି । ଯାହାକି ବିବାଦିୟ ପରିସ୍ଥିତି ସୃଷ୍ଟି କରିଛି । ବଲାଙ୍ଗିର ଜିଲ୍ଲାର ସବୁଠୁ ବିବାଦୀୟ ହୋଇଛି ଲୋଇସିଂହା ରେଞ୍ଜ ଓ ବଲାଙ୍ଗିର ରେଞ୍ଜ । ଲୋଇସିଂହାରେ ରେଞ୍ଜର ଭାବରେ ଅବସ୍ଥାପିତ ରାଜ କିଶୋର ନାଏକ କେବଳ ଲୋଇସିଂହାରେ ଦୀର୍ଘ ୧୦ ବର୍ଷରୁ  ଉର୍ଧ୍ଵ  ସମୟ ରହିଲେଣି । ଜିଲ୍ଲାର ଦେଓଗାଁ କୁ ତାଙ୍କୁ ବଦଳି ହୋଇଥିଲା । କିନ୍ତୁ ସେ ପୁଣି ଲୋଇସିଂହା କୁ ପଳାଇ ଆସିଲେ । ଲୋଇସିଂହାରେ ବିଧାୟକ ଥିବା ଯୋଗେନ୍ଦ୍ର ବେହେରା ତାଙ୍କର ନିଜ ସଶୁର । ଗତ ନିର୍ବାଚନ ବେଳେ ରେଞ୍ଜର ନାଏକ ଓ ତାଙ୍କ ପତ୍ନୀ ଯୋଗେନ୍ଦ୍ର ଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ରହିଥିଲା । ଏହା ସହିତ ତାଙ୍କ ନାମରେ ରିର୍ଜଭ ଜଙ୍ଗଲରୁ କାଠ ବିକ୍ରି କରିବା, ମରିଥିବା ଦନ୍ତା ହାତୀର ଦାନ୍ତ ଚୋରୀ ଘଟଣାରେ ବିବାଦୀୟ ହେବା ତଥା ଜଙ୍ଗଲରୁ ମାଙ୍ଗାନିଜ ଚୋରୀ କରି ବିକ୍ରି କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ଅନେକ ଗୁଡିଏ ଅଭିଯୋଗକୁ ଚପାଇବାରେ ତାଙ୍କ ସଶୁର ପ୍ରମୁଖ ଭୂମିକା ନେଇଛନ୍ତି । ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ସେ ଲୋଇସିଂହାର ସ୍ଥାନୀୟ ଲୋକ ହୋଇଥିବା ବେଳେ ଜଙ୍ଗଲ ବିଭାଗ କିଭଳି ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କୁ ଏଠାରେ ଅବସ୍ଥାପିତ କରିଛି ତାହା ଜନସାଧାରଣରେ ପ୍ରଶ୍ନ ହେଉଛି । ସେହିପରି ବଲାଙ୍ଗିର ରେଞ୍ଜର ମଧ୍ୟ ବିବାଦରେ ରହିଛନ୍ତି । ସେ ମଧ୍ୟ ସ୍ଥାନୀୟ ଲୋକ ହୋଇଥିବା ବେଳେ ସ୍ଥାନୀୟ କିଛି ରାଜନେତାଙ୍କ ସମର୍ଥକଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ରାଜନେତାଙ୍କ ପାଖ ଲୋକ କହି ବିଭାଗରେ ନିଜର ପତିଆରା ଦେଖାଇଛନ୍ତି । ସେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଥିବା ବେଳେ ସେଠାରେ ବେଆଇନ କାଠ ଚୋରା ଚାଳାଣ କରୁଥିବା ମାଫିଆଙ୍କ ସାଙ୍ଗରେ ମିଶି ଥିବା ଅଭିଯୋଗ ହୋଇଥିଲା । ଫଳରେ ଏକ ସ୍ପେଶାଲ ସ୍କାର୍ଡ ଯାଇ ସେଠାରୁ ପ୍ରାୟ କୋଟି କୋଟି ଟଙ୍କାର କାଠ ଜବତ କରିଥିଲେ । ଫଳରେ ସେଠାରେ ତାଙ୍କୁ ହଟାଇଦିଆଯାଇଥିଲା । ଏବେ ବଲାଙ୍ଗିରକୁ ଆସିଲା ପରେ ସେ ରାଜନେତାଙ୍କ ପାଖ ଲୋକ ହେଇଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ଗଛ କଟା ପ୍ରସଙ୍ଗରେ ସେ ବିବାଦିୟ ହୋଇଥିଲେ । ଏବେ ଆଗକୁ ନିର୍ବାଚନ ଥିବାରୁ ସେ ରହିଲେ ନିର୍ବାଚନ ପ୍ରଭାବିତ ହେବାର ମଧ୍ୟ ଆଶାଙ୍କା ରହିଛି । ଏ ନେଇ ବଲାଙ୍ଗିର ଡିଏଫ୍ଓ ସମୀର  ଶତପଥିଙ୍କୁ ପଚାରିବାରୁ କେବଳ ନିର୍ବାଚନ ଡ୍ୟୁଟି  ପାଇଁ ଷ୍ଟାଫ୍ ପୋଜିସନ୍ ମଗାଯାଇଥିଲା ବୋଲି କହିଛନ୍ତି । ସେହିପରି ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଚାରିବାରୁ ରିପୋର୍ଟ ମଗାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

0
0
0
s2sdefault