ହେଡଲାଇନସ୍:

ଓଡଗାଁରେ ଜାଗରଯାତ୍ରା ପାଳିତ : ପ୍ରଭୁ ଦୂତିକେଶ୍ୱର ମହାଦେବ, ରାମେଶ୍ୱର ଓ ଶ୍ରୀରଘୁନାଥଙ୍କ ପୀଠରେ ଜାଗର ଜାଳିଲେ ଶ୍ରଦ୍ଧାଳୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ପବିତ୍ର ଜାଗର ଯାତ୍ରା ଅବସରରେ ସୋମବାରଦିନ ସ୍ଥାନୀୟ ଶୈବପୀଠ ମାନଙ୍କରେ ଜାକଯମକରେ ଜାଗର ଯାତ୍ରା ପାଳିତ ହୋଇଯାଇଛି । ଜାମୁପାଟଣା ନିକଟସ୍ଥ  ଶୁଳିଆ ପାଦଦେଶରେ ବିରାଜିତ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠ, ଓଡଗ୍ରାମରେ ରାମ ସାଗର ପୋଖରୀ କୂଳରେ ବିରାଜିତ ପ୍ରଭୁ ରାମେଶ୍ୱର ଓ ଶ୍ରୀରଘୁନାଥଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଜାଗର ଜାଳିଥିଲେ । ଜାଗର ପର୍ବ ଅବସରରେ ଶ୍ରୀରଘୁନାଥଙ୍କୁ ଆଜି ସୁନା ବେଶରେ ସଜିତ କରାଯାଇଥିଲା । ବାବା ଦୂତିକେଶ୍ୱରଙ୍କ  ଭୋର ୩ଟାରୁ  ଦ୍ୱାର ଫିଟା ହୋଇ ୪ଟା ପର୍ଯ୍ୟନ୍ତ ଅବକାଶ ନିତୀ ସମ୍ପନ୍ନ ହୋଇଥିଲା । ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ସମାପନ ପରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓ ୭ଟାରୁ ରାତି ସାଢେ ୧୦ ପର୍ଯ୍ୟନ୍ତ ପ୍ରଭୁ ଶଦ୍ଧାଳୁଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ମାନସୀକ ଧାରୀମାନେ ଦିନତମାମ ଉପବାସ ଓ ଉଜାଗର ରହି ମନ୍ଦିର ବେଢାରେ ଜାଗର ଜାଳିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମଶାବାରୀ ଗାୟତ୍ରୀ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ମନ୍ଦିର ପୋଖରୀ ଚତୁଃ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ସମୁହ ଅଖଣ୍ଡ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି । ମନ୍ଦିର ଟ୍ରଷ୍ଟି ଗୋଦାବରୀଶ ମିଶ୍ରଙ୍କ ସୁଚନା ମୁତାବକ ରାତି  ୧୧ଟାରେ ବାବାଙ୍କର ବେଢା ପରିକ୍ରମା ସରିବା ପରେ ମହାଦୀପ ଉଠିଥିଲା । ସେହିପରି ସ୍ଥାନୀୟ ରାମ ସାଗରପୋଖରୀ ନିକଟରେ ବିଜେ ପ୍ରଭୂ ରାମେଶ୍ୱର ମହାଦେବଙ୍କ ପୀଠରେ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସହିତ ବହୁ ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିବା ସହିତ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ବିଜେ ପାଶ୍ୱର୍ଦେବତା ପ୍ରଭୁ ରାମେଶ୍ୱର, ମଶାବାରୀ-ପନ୍ତିଖାରୀ-ରଙ୍ଗଣୀ ପାଟଣା ଓ ଗୋଠବଣ ଠାରେ ବିଜେ ନୀଳକଣ୍ଠେଶ୍ୱର, ବାହାଡ଼ାଝୋଲାରେ ବିଜେ  ଫୁଲେଶ୍ୱର,  ରାବେରା ଗ୍ରାମରେ ବିଜେ ମଧୁକେଶ୍ୱର, ହେମାମାଳି ମନ୍ଦିର ପରିସରରେ ଥିବା ମହାଦେବଙ୍କ ପୀଠ ସମେତ ପ୍ରତି ଗାଁ ଗହଳୀରେ ପୂଜା ପଉଥିବା ମହାଦେବଙ୍କ ମନ୍ଦିରରେ  ଶ୍ରଦ୍ଧାଳୁମାନେ ଜାଗର ଜାଳି ପରିବାରର ମଙ୍ଗଳ କାମନା କରିଥିଲେ ।

0
0
0
s2sdefault