ହେଡଲାଇନସ୍:

 କାହାପାଇଁ ଇସ୍ତାହାର ପ୍ରତିଶ୍ରୁତି ପୁସ୍ତିକା ହୋଇପାରେ, ବିଜେଡି ପାଇଁ ପ୍ରତିଶ୍ରୁତି ହେଉଛି ପ୍ରତିବଦ୍ଧତା : ଡ଼ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ମାନସୀ ମିଶ୍ର): ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡ଼ିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ ଭିତରେ ଏହାର ଗ୍ରହଣୀୟତା ବଢ଼ି ବଢ଼ି ଚାଲିଛ, ଯାହା ଏକ ଆଞ୍ଚଳିକ ଦଳ ପାଇଁ ନିଶ୍ଚିତ ରୂପେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ । ବିଜୁ ଜନତା ଦଳ ତା’ର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି । ଅନ୍ୟମାନଙ୍କ ପାଇଁ ନିର୍ବାଚନ ପରେ ଇସ୍ତାହାରର କୌଣସି ପ୍ରାସଂଗିକତା ପ୍ରାୟତଃ ନଥାଏ । ଏହା କେବଳ ପ୍ରତିଶ୍ରୁତି ପୁସ୍ତିକା ଭାବରେ ନିର୍ବାଚନରେ ବ୍ୟବହୃତ ହୋଇଥାଏ । କିନ୍ତୁ ବିଜୁ ଜନତା ଦଳ କ୍ଷେତ୍ରରେ ଏହା ଅଲଗା । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି | ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତା’ର ଇସ୍ତାହାରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ନବନିର୍ବାଚିତ ସରକାର ଗଠନ ହେବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ତାକୁ ସଂକଳ୍ପ ଭାବରେ ଗ୍ରହଣ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଥିଲା, ଏବଂ ତା’ପରଠାରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିÿକୁ ଅକ୍ଷରେ ଅକ୍ଷରେ କେବଳ ପାଳନ କରାଯାଇ ନାହିଁ, ତା’ଠାରୁ ଅଧିକ କାର୍ଯ୍ୟ ମଧ୍ୟ ସଂପାଦିତ ହୋଇଛି । ଏହାକୁ ବିରୋଧୀମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ । ସାଧାରଣ ଲୋକମାନେ ମର୍ମେ ମର୍ମେ ସରକାରଙ୍କ ପ୍ରଗତିର ସୁଫଳ ଅନୁଭବ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ, ସବୁ ବର୍ଗର ଲୋକଙ୍କ ପାଇଁ । ସମସ୍ତଙ୍କ ପାଇଁ ବିକାଶ ସହିତ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ବିଜୁ ଜନତା ଦଳ ସରକାର ରାଜ୍ୟର ପ୍ରଗତି କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଛି । କିନ୍ତୁ ବିଜୁ ଜନତା ଦଳର ଇସ୍ତାହାର ପ୍ରସ୍ତୁତ କରନ୍ତି ଓଡ଼ିଶାର ଜନସାଧାରଣ । ଅର୍ଥାତ୍‍ ଜନସାଧାରଣଙ୍କ ସକ୍ରିୟ ସଂପୃକ୍ତି, ସହଯୋଗ, ମତାମତକୁ ଆଧାର କରି ପ୍ରସ୍ତୁତ ହୁଏ ଇସ୍ତାହାର ଓ ବିଜୁ ଜନତା ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ତାକୁ ସଂକଳ୍ପ ଭାବେ ଗ୍ରହଣ କରି କାର୍ଯ୍ୟକାରୀ କରିଥାନ୍ତି । କେବଳ ଭୌତିକ ବିକାଶ ନୁହେଁ, ଓଡ଼ିଶାବାସୀଙ୍କ ଖୁସି ପାଇଁ ବିଜୁ ଜନତା ଦଳ ବଦ୍ଧପରିକର । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସାଲିସହୀନ ସଂଗ୍ରାମ ଫଳରେ ଓଡ଼ିଶାର ଅସ୍ମିତା ଓ ପରିଚିତି ଆଜି ସ୍ପର୍ଶ କରିଛି ନୂତନ ଶିଖର ଏବଂ ଜାତୀୟ ପ୍ରେକ୍ଷାପଟ୍ଟରେ ଓଡ଼ିଶା ନିଜର ସମ୍ମାନଜନକ ସ୍ଥିତି ଜାହିର କରିପାରିଛି ।

ପ୍ରଗତି ପ୍ରକ୍ରିୟାକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ପାଇଁ ଲୋକମାନଙ୍କର ଆଶା ଓ ଅଭିପ୍‍ସାର ସଠିକ୍‍ ଆକଳନ କରିବା ସହିତ ସେମାନଙ୍କ ମତ, ଉପଦେଶ, ପରାମର୍ଶ ଓ ପ୍ରସ୍ତାବକୁ ସଂକଳିତ କରି ବାସ୍ତବ ରୂପ ଦେବା ଲକ୍ଷ୍ୟରେ ବିଜୁ ଜନତା ଦଳ ଗ୍ରହଣ କରିବାକୁ ଯାଉଛି ଏକ ଅଭିନବ ପ୍ରୟାସ । ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ ଓ ଏହାକୁ ନେଇ ନିର୍ମାଣ କରାଯିବ ଲୋକକ୍ଷେତ୍ର । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପାଦାନ ସଂଗ୍ରହ କରାଯିବ ଏବଂ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନୂଆ ଚିନ୍ତନ ଓ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ବିଜୁ ଜନତା ଦଳର ଇସ୍ତାହାର ଏବଂ ତାକୁ କାର୍ଯ୍ୟରେ ପରିଣତ କରିବାକୁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ ରହିବ । ବିଜୁ ଜନତା ଦଳ ସରକାର ଲୋକମାନଙ୍କର । ଏହା ସବୁଦିନେ ଲୋକମାନଙ୍କ ସହିତ ରହିଆସିଛି ଏବଂ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ନିଆଯାଉଛି ଏଭଳି ଏକ ପ୍ରୟାସ । ବିଜୁ ଜନତା ଦଳର ଇସ୍ତାହାରରେ ପ୍ରତିଫଳିତ ହେବ ଲୋକମାନଙ୍କର ପ୍ରସ୍ତାବ ଓ ପରାମର୍ଶ ଏବଂ ତାକୁ କାର୍ଯ୍ୟକାରୀ କରିବେ ନବୀନ ପଟ୍ଟନାୟକଙ୍କ ସରକାର ।

ବିଜୁ ଜନତା ଦଳର “ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ” ଅଭିଯାନକୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରୁ ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅଭିଯାନକୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହ ମହିଳାମାନେ ମିଶି ରାଜ୍ୟର ସମସ୍ତ ଘରେ ଘରେ ପହଞ୍ଚାଇବେ । ଏଥିରେ ପ୍ରତ୍ୟେକ ଓଡ଼ିଶାବାସୀ ସାମିଲ ହେବାକୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ମୁଖପାତ୍ର ଡ. ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ମିନତୀ ବେହେରା, ଦଳର ମୁଖପାତ୍ର ଡ.ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ପ୍ରମୁଖ ଦଳ ପକ୍ଷରୁ ବିନମ୍ର ନିବେଦନ କରିଛନ୍ତି ।

 

0
0
0
s2sdefault