ହେଡଲାଇନସ୍:

ଦୋକାନ ଗୃହ ବଣ୍ଟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଦୋକାନଗୃହକୁ ଆଜି ଧର୍ମଗୋଳା ମାଧ୍ୟମରେ ବଣ୍ଟନ କରାଯାଇଛି । ଏଥିରେ ରହିଥିବା ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ପ୍ରକୃତ  ଯୋଗ୍ୟ ଓ ଗରୀବ ହିତାଧିକାରୀମାନେ ଏଥିରୁ ବାଦ ପଡ଼ିଥିବା ବେଳେ ସହରର କୋଟିପତି ଧନୀ ବର୍ଗକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଯାହାକୁ ନେଇ ପୌରପରିଷଦରେ ଦେଖାଦେଇଛି ଜନଅସନ୍ତୋଷ । ତେବେ ଦୋକାନଗୃହ ବଣ୍ଟନ ବ୍ୟବସ୍ଥାରେ କୌଣସି ପକ୍ଷପାତିତା ଅଥବା ଅନିୟମିତତା କରାଯାଇ ନାହିଁ ଏବଂ ଶତପ୍ରତିଶତ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ଯାହା ହୋଇଛି ଆଇନ ଅନୁଯାୟୀ ହୋଇଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କୃଷ୍ଣଚନ୍ଦ୍ର ଗୋଲେଇର ରାସ୍ତା ପାଶ୍ୱର୍ରେ ପୌରପରିଷଦ ପକ୍ଷରୁ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୋକାନଗୃହ ଲାଇସେନ୍ସ ନେଇ ଦୋକାନ କରି ପରିବାର ଚଳାଉଥିବା ବ୍ୟକ୍ତିମାନଙ୍କୁ ପୌରପରିଷଦ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ୨୦୧୩-୧୪ ଓ ୨୦୧୭-୧୮ରେ ଉଚ୍ଛେଦ କରାଯାଇଥିଲା । ଏମାନଙ୍କୁ ପୌରପରିଷଦ ସ୍ଥାୟୀ ଦୋକାନଗୃହ ନିର୍ମାଣ କରି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବାର କୁହାଯାଇଥିଲା ଏବଂ  ପୌରପରିଷଦ ଗୋଲେଇ ପାଶ୍ୱର୍ରେ ଏ ଓ ବି ବ୍ଲକ ନାମରେ ଦୁଇଟି ଦୁଇତଳ କୋଠା ନିର୍ମାଣ କରାଯାଇଥିଲା । ଏବ୍ଲକର ତଳ ମହଲାରେ ୧୨/୧୦ ଫୁଟର ୧୦ଟି ଏବଂ ଉପର ମହଲାରେ ୧୦ଟି କୋଠରୀ ଥିବା ବେଳେ ବି ବ୍ଲକର ତଳେ ୬ଟି ଏବଂ ଉପରେ ୮ଟି ଥିଲା । ଉପରେ ଏହି ଆଠଟି କୋଠରୀ ମଧ୍ୟରୁ ଉଭୟ ପାଶ୍ୱର୍ରେ ୮/୧୨ ଫୁଟ ସାଇଜରେ ଦୁଇଟି କୋଠରୀ ଥିଲା । ଉକ୍ତ ଦୋକାନଗୃହ ବଣ୍ଟନ କରାଯିବା ନିମନ୍ତେ ପୌରପରିଷଦ ପକ୍ଷରୁ ଆବେଦନ ଫର୍ମ ପକାଇବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବରୁ ଉଚ୍ଛେଦ କରାଯାଇଥିବା ଦୋକାନୀ ସହ ସାଧାରଣବର୍ଗର ମୋଟ ୩୦୨ ଜଣ ଆବେଦନକାରୀ ଫର୍ମ ପକାଇବା ସଂଗେସଂଗେ ଆବେଦନରେ ଥିବା ସର୍ତ୍ତାବଳୀ ଅନୁସାରେ ୧୨/୧୦ ନିମନ୍ତେ ୬୦ ଓ ୧୨/୮ ନିମନ୍ତେ ୫୦ ହଜାର ଟଙ୍କାର ସିକୁ୍ୟରିଟି ମନି ଡ୍ରାଫ୍ଟ ଆକାରରେ ଜମା କରିଥିଲେ । ପୌରପରିଷଦ ପକ୍ଷରୁ କାଉନସିଲର ପ୍ରଭାତ ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସରୋଜ ମହାପାତ୍ର, ପ୍ରଶାନ୍ତ ପଟ୍ଟନାୟକ ଓ ଶ୍ରାବଣୀ ଦାସଙ୍କ ସହ ପୌରପରିଷଦର ମୁଖ୍ୟ କିରାଣୀ ନୀଳକଣ୍ଠ ଦାସ, ବରିÂ କିରାଣୀ ରୂପକ କୁମାର ଦାସ, ପୂର୍ତ୍ତ ବିଭାଗ ସହାୟକ ଦିଲ୍ଲୀପ କୁମାର ସିଂ ଓ ସହକାରୀ ତି ଦାରୋଗା ରାମଚନ୍ଦ୍ର ନାଏକଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇ ଆବେଦନ ଫର୍ମଗୁଡ଼ିକୁ ଯାଞ୍ଚ କରାଯିବା ପରେ ମୋଟ ୧୬୬ ଆବେଦନ ଫର୍ମ ଯୋଗ୍ୟ ବିବେଚିତ ହୋଇଥିଲା । ଏମାନଙ୍କ ମଧ୍ୟରେ ୧୨/୮ ଫୁଟ ଦୋକାନ ଗୃହ ନିମନ୍ତେ ୧୮ ଜଣ ଆବେଦନକାରୀ ରହିଥିବା ସମୟରେ ପୂର୍ବରୁ ଦୋକାନ ଗୃହକୁ ଉଚ୍ଛେଦ କରାଯାଇଥିବା ୧୮  ଜଣ ଆବେଦନକାରୀ ରହିଥିଲେ । ଆଜି ପୂର୍ବ ନୋଟିଫିକେସନ ଆଧାରରେ ଧର୍ମଗୋଳା ମାଧ୍ୟମରେ ପ୍ରଥମେ ତଳ ମହଲାରେ ଉଭୟ ବ୍ଲକରେ ଥିବା ୧୬ଟି ଦୋକାନଗୃହକୁ ପ୍ରାଥମିକତା ଦୃଷ୍ଟିକୋଣରୁ ପ୍ରଥମେ ପୂର୍ବରୁ ଉଚ୍ଛେଦ କରାଯାଇଥିବା ଦୋକାନର ଆବେଦନକାରୀମାନଙ୍କୁ ସୁଯୋଗ ଦିଆଯାଇ ଦୋକାନର କ୍ରମିକ ନଂ ଚିହ୍ନଟ କରାଯିବା ପରେ ଉପରମହଲାରେ ଥିବା ୧୮ଟି ଦୋକାନଗୃହ ବଣ୍ଟନ ଓ କ୍ରମିକ ନଂ ଚିହ୍ନଟ ନିମନ୍ତେ ସାଧାରଣ ବର୍ଗଙ୍କ ନିମନ୍ତେ ଧର୍ମଗୋଳା କରାଯାଇଥିଲା । କିନ୍ତୁ, ଏହି ପୂର୍ବରୁ ଉଚ୍ଛେଦ କରାଯାଇଥିବା ଦୋକାନ ଗୃହ ଚିହ୍ନଟରେ ସ୍ୱଚ୍ଛତା ଉପରକୁ ଜନସାଧାରଣ ଅଙ୍ଗୁଳି ଉଠାଇଥିଲେ । ଯାଞ୍ଚ କମିଟି ଗଠନରେ ପୌରପରିଷଦର ପୁରୁଣା କର୍ମଚାରୀ ଯଥା ଅମୀନ ଓ ଟ୍ୟାକ୍ସ କଲେକ୍ଟର ଆଦିଙ୍କୁ ବାଦ ଦିଆଯାଇଥିଲା । ଫଳରେ ୨୦୧୩ରେ ମନୀଷ ଅଗ୍ରୱାଲା ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ବେଳେ କୃଷ୍ଣଚନ୍ଦ୍ର ଗୋଲେଇରୁ କେତେ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା ଏବଂ ୨୦୧୭-୧୮ରେ କେତେ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା ଏହାର ସଠିକ୍ ବିବରଣୀ ମିଳିପାରିନଥିଲେ । ଏଥି ସହିତ ୨୦୧୩-୧୪ ଉଚ୍ଛେଦ ସମୟରେ ବାରିପଦା ପୌରନିର୍ବାହୀ ଅଧିକାରୀଙ୍କ ସହ ବରିÂ କିରାଣୀ ପ୍ରମୁଖ ବର୍ତ୍ତମାନ ନଥିବାରୁ କେତେକ ଯୋଗ୍ୟ ପୁରୁଖା ହିତାଧିକାରୀ ପୌରପରିଷଦର ସର୍ତ୍ତ ଅନୁସାରେ ଆବେଦନ ଓ ନିର୍ଦ୍ଧାରିତ ସିକୁ୍ୟରିଟି ମନିର ଡ୍ରାଫ୍ଟ ଜମାକରି ମଧ୍ୟ ଦୋକାନଗୃହ ପାଇବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ପୂର୍ବତନ କାଉନସିଲର ପ୍ରଦୋଷ ଦାସ ଓ ୬ ନମ୍ବର କାଉନସିଲର ନୀରୋଜ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ଯୋଗ୍ୟ ହିତାଧିକାରୀ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସଂଗେସଂଗେ ଆଜିର ଏହି ଧର୍ମଗୋଳା କାର୍ଯ୍ୟକ୍ରମକୁ ବନ୍ଦ ରଖିବା  ନିମନ୍ତେ ଅଡ଼ିବସିବା ଫଳରେ ୨ଟି ଦୋକାନଗୃହକୁ ୱେଟିଂ ତାଲିକାରେ ରଖାଯାଇଛି ଏବଂ ନିରପେକ୍ଷ ତଦନ୍ତ କରାଯିବା ପରେ ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ୱେଟିଂରେ ଥିବା ଦୋକାନଗୃହ ସେମାନଙ୍କୁ ବଣ୍ଟନ କରାଯିବ ବୋଲି ନିର୍ବାହୀ ଅଧିକାରୀ ନିଦେ୍ର୍ଧଶ ଦେଇଥିଲେ । ୱେଟିଂରେ ୨ଟି ଦୋକାନ ଗୃହ ରଖାଯିବା ଯାଞ୍ଚ କମିଟି ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ଫର୍ମ ଯାଞ୍ଚରେ ଥିବା ସ୍ୱଚ୍ଛତା ଉପରୁ ପରଦା ହଟାଇ ଦେଇଛି । ତେଣୁ ଦୋକାନଗୃହ ବଣ୍ଟନକୁ ନେଇ ଦେଖାଦେଇଥିବା ଜନଅସନ୍ତୋଷ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ପୌରନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ପରିଲକ୍ଷିତ ହୋଇଛି ।

0
0
0
s2sdefault