ହେଡଲାଇନସ୍:

ସରସ୍ଵତୀ ପୂଜାରେ ସରିବ ବଂଶଧାରା ବସନ୍ତ ମହୋତ୍ସବ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 
  • ଜନଜାତି କଳା ସଂସ୍କୁତି ଓ ପ୍ରତିଭା ପ୍ରଦର୍ଶନକୁ ଦିଆଯିବ ଗୁରୁତ୍ବ

  • ପରୀକ୍ଷା ରୁତୂ ପୁର୍ବରୁ ସାରିବାକୁ ଯୋଜନା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଏଥର ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜାରେ ସରିବ ରାୟଗଡା ଜିଲ୍ଲା ଗୁଣପୁର ର ତ୍ରୟୋଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ଫେବୃଆରୀ ୧୫ ପରେ ପରୀକ୍ଷା ରୂତୁ ଆରମ୍ଭ ହେଉ ଥିବାରୁ ଜାନୁଆରୀ ୨୭ ରେ ମିନି ମାରାଥାନ ଓ ଗଙ୍ଗା ଆବାହନ କରି ୨୮ ରେ ଆରମ୍ଭ କରି ଫେବୃଆରୀ ୨ ତାରିଖ ବସନ୍ତ ପଞ୍ଚମୀ ରେ ଏହି ଉତ୍ସବ ସାରିବାକୁ ନିଷ୍ପତ୍ତି ହୋଇଛି। ତେବେ ମେଳା ଫେବୃଆରୀ ୪ ତାରିଖ ଯାଏଁ ଚାଲିବ ବୋଲି ଜଣାପଡିଛି। ସ୍ଥାନୀୟ କାନ୍ଯାକା ପରମେଶ୍ଵରୀ ମନ୍ଦିର ପରିସରରେ ଗୁଣପୁର ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉତ୍ସବର ସମସ୍ତ ରୂପରଖେ ଚୁଡାନ୍ତ ହୋଇଛି। କମିଟି ପୁଃନ ଗଠନ ଓ ଗତ ବର୍ଷର ହିସାବ ପ୍ରଦାନ ପରେ ଆରମ୍ଭ ହୋଇଥିଲା ବୈଠକ। ଜନଜାତି ମାନଙ୍କ କଳା ସଂସ୍କୃତି ସହ ସ୍ଥାନୀୟ ପ୍ରତିଭା ଗୁଡିକର ପ୍ରଦଶନ ପାଇଁ ବଡ ଧରଣର ମେଳା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପୁର୍ବରୁ ଜାନୁଆରୀ ୧୨ ତାରିଖରୁ ମେଗା କ୍ରିଡା ଉତ୍ସବ ଆରମ୍ଭ କରିବା ସହ ବଳରାମ ପଣ୍ଡା ସ୍ମାରକୀ ଡ୍ଯୁଜ୍ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଂଶଧାରା କପ୍ କୁ ତୃତୀୟ ଥର ପାଇଁ ମହା ଆଡମ୍ବର ସହକାରେ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଆଜି ନବ ନିର୍ବାଚିତ ବିଧାୟକ ସତ୍ଯଜିତ୍ ଗମାଙ୍ଗ ଙ୍କୁ ସହର ବାସିଙ୍କ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ଏହି ଅବସରରେ ବିଧାୟକଙ୍କୁ ଉତ୍ସବ ଅଭ୍ଯର୍ଥନା କମିଟିର ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇ ଥିଲା। ପରିଚାଳନା କମିଟିର ଉପ ସଭାପତି ଉମା ଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ରଂଜିତ ପାଢି ଗତ ବର୍ଷର ଅନୁଭୁତି ଓ ଚଳିତ ବର୍ଷର ଯୋଜନା ସମ୍ପର୍କରେ କହିଥିଲେ। କୋଷାଧ୍ୟକ୍ଷ ପ୍ରଶାନ୍ତ ମିଶ୍ର ଓ ରାଜେଶ ପାଢି ଗତ ବର୍ଷର ଆୟବ୍ଯୟର ବିବରଣୀ ଦେଇଥିଲେ। ଏହି ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷା ମମତା ଗୌଡ, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ରାଜେନ୍ଦ୍ର ପାଢି, ଓକିଲ ସଂଘ ସଭାପତି ଦେବୀ ଆଚାର୍ଯ୍ୟ, ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା, ବିଜେପି ନେତା ଓ୍ବାଇ ଗଣପତି, କାଉନସିଲର ଭାଗିରଥି ବିଶ୍ବୋୟୀ, ଶିବ ପାଢି, କଳା ପରିଷଦ ସଭାପତି କୈଳାସ ଦାସ, ବଂଶଧାରା ର ସମ୍ପାଦିକା ଡଃ ଇନ୍ଦିରା ଅଧିକାରୀ, ତିରୁପତି ମହାନ୍ତି, ନରସିଂହ ଶତପଥି, ଗୁଡଲା ଗୋବିନ୍ଦା, ଗଙ୍ଗାଧର ମହାପାତ୍ର, ପ୍ରେସକ୍ଲବ ସଭାପତି ରାଧାକୃଷ୍ଣ ପଟ୍ଟନାୟକ, ଅବସରପ୍ରାପ୍ତ ଅଧ୍ଯାପକ ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ଲାଡି ଇଶ୍ବର ରାଓ, ରାମ ପଣ୍ଡା, ଲକ୍ଷ୍ମୀ ମହାଙ୍କୁଡ, ମୁନା ପାଣି, କ୍ରିଡା ପରିଷଦ ସମ୍ପାଦକ ସପନ ଦାସ, ଅନିଲ ସାଉକାର, ସମାଜସେବୀ ରାଜେଶ୍ୱରୀ ଦଳେଇ, ଅମ୍ବିକା ମହାପାତ୍ର, କଣ୍ଠଶିଳ୍ପୀ ସର୍ମିଳା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ଶେଷରେ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

0
0
0
s2sdefault