ହେଡଲାଇନସ୍:

ଭଦ୍ରକରେ ଗର୍ଜିଲେ ମଦମୁକ୍ତି ଅଭିଯାତ୍ରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ମଦ ବିରୋଧରେ ଆରମ୍ଭ ହୋଇଥିବା ମଦମୁକ୍ତି ଅଭିଯାତ୍ରା ଆଜି ଭଦ୍ରକରେ ପହଞ୍ଚିଛି  । ଏହି ଯାତ୍ରା ଗତ ୨୩ ତାରିଖଠାରୁ ଭୁବନେଶ୍ୱରରେ ବାହାରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ହୋଇ ଆଜି ଭଦ୍ରକରେ ପହଞ୍ଚିଛି  । ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରେ ମଦକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀ ନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ଏବଂ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏହି ମଦମୁକ୍ତି ଅଭିଯାତ୍ରାର ଶୁଭାରମ୍ଭ ହୋଇଛି  । ଫେବୃୟାରୀ ୨୩ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ମାଧ୍ୟମରେ ମଦମୁକ୍ତି କାର୍ଯ୍ୟକର୍ତ୍ତାମାନେ ୧୧ଟି ଜିଲ୍ଲାରେ ବିଭିନ୍ନ ଗାଁ ଏବଂ ବ୍ଲକ ଆଦି ପରିଭ୍ରମଣ କରି ନିର୍ବାଚନ ପୂର୍ବରୁ ୧୯୫୬ ସଂପୂର୍ଣ୍ଣ ନିଶାନିବାରଣ ଆଇନକୁ ଲାଗୁ କରି ଓଡିଶାକୁ ସଂପୂର୍ଣ୍ଣ ମଦମୁକ୍ତି କରିବା ପାଇଁ ଆହ୍ୱାନ ଦେଇଥିଲେ  । ଏହି ଅଭିଯାତ୍ରୀ ଦଳ ବନ୍ତଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି କଚେରୀ, ନୂଆବଜାର ହୋଇ ଗାନ୍ଧୀ ପଡିଆ ପର୍ଯ୍ୟନ୍ତ ମଦ ହଟାଅ ଦେଶ ବଂଚାଅ, ଗାନ୍ଧୀ ଦେଶରେ ମଦର ପ୍ରସାର ଚଳିବ ନାହିଁ, ୧୯୫୬ ମସିହାର ନିଶା ନିବାରଣକୁ ଲାଗୁ କର, ଆମର ସଂକଳ୍ପ ମଦମୁକ୍ତ ଓଡିଶା ପ୍ରଭୃତି ଧ୍ୱନୀ ଦେଇ ଅତିକ୍ରମ କରିଥିଲେ  ।  ଏହି ଯାତ୍ରା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ ପ୍ରଭୃତି ଜିଲ୍ଲା ଦେଇ ଭୁବନେଶ୍ୱରରେ ୫ ତାରିଖରେ ସମାପ୍ତ ହେବ  । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିରାକାର ଜେନା, ଅଗଣି ଚରଣ ଜେନା, ଗିରିଧାରୀ ନାଥ, ଶାନ୍ତନୁ କୁମାର ରାଉତ, ଅନ୍ନପୂର୍ଣ୍ଣା ସାହୁ, ଗୋକୁଳାନନ୍ଦ ରାଉତ ପ୍ରଭୃତି ସ୍ୱାଗତ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ସତ୍ୟବ୍ରତ ପୃଷ୍ଟି, କାହ୍ନୁଚରଣ ବେଉରା, ଖଗେଶ୍ୱର ବଳ, ରମାକାନ୍ତ ମଣ୍ଡଳ, ମଳୟ ତ୍ରିପାଠୀ, ପ୍ରିୟନାଥ ଆଚାର୍ଯ୍ୟ, ତ୍ରିଲୋଚନ ପଣ୍ଡା, ଚନ୍ଦ୍ରଗୁପ୍ତ ଲେଙ୍କା, ରମେଶ ନାୟକ ପ୍ରଭୃତି ନେତୃତ୍ୱ ନେଇଥିଲେ  ।

0
0
0
s2sdefault