ହେଡଲାଇନସ୍:

ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ମାମଲା : ୭ ଅଭିଯୁକ୍ତଙ୍କ ଜାମିନ ଖାରଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ) ; ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଜେଲ ଯାଇଥିବା ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଓ ଲିଟିସର୍ଗୀ ଅଚଂଳର ୭ ଜଣ ଅଭିଯୁକ୍ତ ଙ୍କ ଜାମିନ ଆବେଦନ କୁ ଖଡିଆଳ ଜେ,ଏମ୍.ଏଫ.ସି ମାଜିଷ୍ଟେ୍ରଟ ଶ୍ରଦ୍ଧା ମାଣ୍ଡୋଟିଆ ଖାରଜ କରିଦେଇଛନ୍ତି । ଫଳରେ ପୁଣି ଥରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି । ଗତ ୨୨ ତାରିଖରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ ପରିକ୍ଷା ର ପ୍ରଥମ ଦିନର ସାହିତ୍ୟ ପ୍ରଶ୍ନ ପତ୍ର ଲିକ ଘଟଣାରେ ବୋଡେନ ପୋଲିସ ୨ ଜଣ ସୁପରିଟେଣ୍ଡେ ଣ୍ଟ ଜଣେ ଯୁବକ ଙ୍କ ସହିତ ମୋଟ ୭ ଜଣ ଶିକ୍ଷକ ଙ୍କୁ  ଗିରଫ କରି ଖଡିଆଳ କୋର୍ଟ କୁ ଚଲାଣ କରିଥିଲା । ଅଭିଯୁକ୍ତ ମାନେ ହେଲେ କରଙ୍ଗାମାଲ ହାଇସ୍କୁଲ ପରିକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ପତି,ମୁକୁନ୍ଦ ଶବର,ବିଘ୍ନରାଜ ସୁପକାର,ଜ୍ଞାନଦତ ସୁପକାର ଏବଂ ଲିଟିସର୍ଗି ହାଇସ୍କୁଲ କେନ୍ଦ୍ରର ସୁପରିଟେଣ୍ଡେ ଣ୍ଟ ସୁଶୀଲ କୁମାର ଯୋଶୀ,ଅର୍ଜୁନଯୟ ପଣ୍ଡା । ଦଫା ୪୦୯,୧୨୦.(ଖ) (୫୬/୧୯) ମାମଲା କୁ ସରକାର ଙ୍କ ତରଫରୁ ପି.ପି ଅକମଲ ସରିଫ ପରିଚାଳନା କରିଥିଲେ ।

0
0
0
s2sdefault