ହେଡଲାଇନସ୍:

ଦିବ୍ୟାଙ୍ଗଙ୍କୁ ଉପକରଣ ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ଆଜି ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କୁ ଦିବ୍ୟାଙ୍ଗ ଉପକରଣ ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସୋହେଲା ବ୍ଲକ ଅଫିସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ଏହି ଉପକରଣ ବଂଟନ କରିଥଲେ  । ସମ୍ମାନୀତ ଅତିଥିଭାବରେ ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ,ଜିଲା ପରିଷଦ ସଦସ୍ୟ ଦୟାନିଧି ପଟେଲ ଓ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୯୪ଜଣଙ୍କୁ ଟ୍ରାଇସାଇକେଲ,୩୭ଜଣଙ୍କୁ ହ୍ୱିଲ ଚେୟାର,୫ଜଣଙ୍କୁ ମମତା ହ୍ୱିଲ ଚେୟାର,୧୨ଜଣଙ୍କୁ ଆଶା ବାଡି, ୩ଜଣ ମାନସିକ ଅନଗ୍ରସରଙ୍କୁ ହ୍ୱିଲ ଚେୟାର,୮ଜଣଙ୍କୁ ୱାକିଂ ଷ୍ଟିକ,୮ଜଣଙ୍କୁ ଅନ୍ଧ ବାଡି,୨ଜଣ ମାନସିକ ଅନଗ୍ରସରଙ୍କୁ ମାନସିକ ବିକାଶ ପାଇଁ କିଟ ଏବଂ ୯୪ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବାବେଳେ ଜାତୀୟ ପରିବାର ମଂଗଳ ଯୋଜନାରେ ୨୮ଜଣ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁର ୫ଲକ୍ଷ ୬୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମଂଗଳ ସଂପ୍ରସାରଣ ଅଧିକାରୀ ଅତିଶ କୁମାର ଭୋଇ । ଧନ୍ୟବାଦ ଅର୍ପଣ କରିଥିଲେ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଏମଡି ଆକବର ।

0
0
0
s2sdefault