ହେଡଲାଇନସ୍:

ମିଳିନି ମରୁଡି ସହାୟତା, ବ୍ୟାଙ୍କ ଘେରିଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲ୍ଲା କୋମନା ବ୍ଲକରେ ୨୦୧୬-୧୭ ବର୍ଷ ର ମରୁଡି ସହାୟତା ବର୍ତମାନ ପର୍ଯ୍ୟନ୍ତ ମିଲି ନାହିଁ । ଯାହା ଫଳରେ ଚାଷୀମାନେ ବାଧ୍ୟ ହୋଇ ବ୍ୟାଙ୍କ ଘେରାଉ କରିଛନ୍ତି । ମିଲିଥିବା ସୁଚନା ଅନୁସାରେ ବ୍ଲକ ର ନୂଆଗାଁ, କାଣ୍ଡେତରା, ଠିକପାଲି, ଗଣ୍ଡାମେର ଓ ବୁଦ୍ଧିକୋମନା ପଂଚାୟତର ଶତାଧିକ ଚାଷୀ ବୁଦ୍ଧିକୋମନା ସ୍ଥିତ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଘେରାଉ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ବ୍ୟାଙ୍କ ସେବା ଏଜ ପ୍ରକାର ଠପ୍ ହୋଇଯାଇଥିଲା । ଖବର ପାଇ ଶାଖା ପରିଚାଳକ ଶ୍ରୀ ଆନନ୍ଦ କୁମାର ମହେର ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଚାଷୀଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି କହିଥିଲେ  । ପ୍ରତିଶୃତି ମିଲିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏଥିରେ ନେତ୍ରାନନ୍ଦ ପଣ୍ଡା,ମୁରଲି  ପାଢ଼ି ସମେତ ଆଖ ପାଖ ଅଂଚଳ ର ଶତାଧିକ ଚାଷୀ ସାମିଲ ହୋଇଥିଲେ । 

0
0
0
s2sdefault