ହେଡଲାଇନସ୍:

ସାମ୍ବାଦିକମାନଙ୍କ ପାଇଁ କୌଣସି ଆଖିଦୃଶିଆ ଯୋଜନା ପ୍ରଣୟନ ନହେବା ବିଡମ୍ବନାର ବିଷୟ : ଦିଲ୍ଲୀପ ଶତପଥୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ

ରାୟଗଡା (ସରୋଜ କୁମାର ସାହୁ) –  ପ୍ରେସ ୟୁନିୟନ ରାୟଗଡାର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ତେଜସ୍ୱୀ ଇଂଟନ୍ୟାସନାଲ ହୋଟେଲ ଠାରେ ଆଡମ୍ବର ସହକାରେ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦି ବିଜିନେସ ଷ୍ଟାଣ୍ଡାର୍ଡର ସଂପାଦକ ଦିଲୀପ ଶତପଥି, ମୁଖ୍ୟବକ୍ତା ଭାବେ ନ୍ୟାୟବତୀ ଖବରକାଗଜର ପରିଚାଳକ ତ୍ରୀଦେବ ମହାନ୍ତି, ସମ୍ମାନୀତ ଅତିଥି ଭାବେ କୃଷକ ସମ୍ବାଦ ଓ ସର୍ବଶକ୍ତି ଖବରକାଗଜର ସଂପାଦକ ଭାସ୍କର ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ପରେ ମ୍ୟୁଜିକ ଗ୍ୟାଲେକ୍ସିର କୁନି କୁନି କଳାକାର ମାନଙ୍କ ଦ୍ୱାରା ବନ୍ଦେ  ଉତ୍କଳ  ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲେ । ପ୍ରେସ ୟୁନିୟନର ସାଧାରଣ ସଂପାଦକ ମନୋଜ ସାହୁ ପ୍ରେସ ୟୁନିୟନର ସଂପାଦକୀୟ ପାଠ କରିଥିଲେ ।

ମୁଖ୍ୟବକ୍ତା ତ୍ରିଦେବ ମହାନ୍ତି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସାମ୍ବାଦିକ ଏକ ବୃତି ନୁହେଁ, ଏହା ଏକ ସାଧନା । ତେଣୁ ଯେଉଁ ମାନେ ସାମ୍ବାଦିକ ବୃତିକୁ ସାଧନା ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ତା ହେଲେ ଏ ଦିଗରେ ଆଗେଇବା ଉଚିତ । ସାମ୍ବାଦିକ ମାନେ ସର୍ବଦା ଗୁରୁତ୍ୱପୂଣ୍ଣ ଦାୟିତ୍ୱ ତୁଲାଇଥାନ୍ତି, ଏଥି ସହ ସୁସ୍ଥ ସମାଜ ଗଠନ ଦିଗରେ ମଧ୍ୟ ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରିଥାଏ । ସାମ୍ବାଦିକ ମାନେ ସର୍ବଦା ବାଧାବିଘ୍ନର ସମ୍ମୁଖୀନ ହୋଇ ନିଜ କାର୍ଯ୍ୟ ସଂପାଦନ କରିଥାନ୍ତି । ଯଦି ସାଲିସ ନ କରି ପ୍ରଶାସନର ବିପରୀତ ଦିଗରେ କାମ କରନ୍ତି ତା ହେଲେ ଜୁଲମର ଶୀକାର ମଧ୍ୟ ହୋଇଥାନ୍ତି । ସେହିପରି ମୁଖ୍ୟ ଅତିଥି ଦିଲିପ ଶତପଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସାମ୍ବାଦିକ ମାନେ ହେଉଛନ୍ତି ରକ୍ଷାକର୍ତା । ସାମ୍ବାଦିକ ମାନେ ସର୍ବଦା ନିଜ ଅଂଚଳ, ନିଜ ରାଜ୍ୟ ତଥା ଦେଶର ବିକାଶ ଦିଗରେ କାମ କରିଥାନ୍ତି । ଆଜି ଯାଏଁ ଓଡିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ଯୋଜନା ପ୍ରଣୟନ କରାଯାଇନି ଯାହା ଅତି ବିଡମ୍ବନାର ବିଷୟ ବୋଲି ଶ୍ରୀଶତପଥି ପ୍ରକାଶ କରିଥିଲେ । ଏଥି ସହ ଅଂଚଳ ପଛୁଆ ହୋଇପାରେ କିନ୍ତୁ ସେହି ପଛୁଆ ଅଂଚଳର ସାମ୍ବାଦିକ କେବେ ପଛୁଆ ନହେଁ ବୋଲି ଶ୍ରୀଶତପଥି ପ୍ରକାଶ କରିଥିଲେ । ଗଣମାଧ୍ୟମ ହୋଉଛି ଇତିହାସ, ଆଜିର ଖବର କାଲି ଇତିହାସ ହୋଇ ରହିଯାଏଁ ବୋଲି ମଧ୍ୟ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାସ୍କର ଚନ୍ଦ୍ର ବେହେରା ବଡ ଖବର କାଗଜ ସହ ଛୋଟ ଖବର କାଗଜକୁ ମଧ୍ୟ ପ୍ରାଧ୍ୟାନ ଦେବା ପାଇଁ ଦାବୀ କରିଥିଲେ । ଯଦ୍ୱାରା ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ଭାରସ୍ୟାମ ରହିପାରିବ ବୋଲି ଶ୍ରୀବେହେରା ପ୍ରକାଶ କରିଥିଲେ । ସେହିପରି ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆଜିର ଦିନରେ ସାମ୍ବାଦିକ ନିଜର ମୌଳିସ ସୁବିଧା ପାଇବା ପାଇଁ ମଧ୍ୟ ସଂଘର୍ଷ କରୁଛି । ନା ସରକାରଙ୍କ ତରଫରୁ ନା ପ୍ରଶାସନ ତରଫରୁ କୌଣସି ସୁବିଧା ମିଳୁଛି, ଓଲଟା ଖବର ପରିବେଷଣ ପରେ ସାମ୍ବାଦିକ ମାନଙ୍କୁ ଆକ୍ରୋଶର ଶିକାର  ହେବାକୁ ପଡୁଛି ବୋଲି ଶ୍ରୀ ଖାଡେଙ୍ଗା  ପ୍ରକାଶ କରିଥିଲେ । 

ସ୍ୱର୍ଗତ ସାମ୍ବାଦିକ ସୁବାଷ ପଣ୍ଡା, ସ୍ୱର୍ଗତ ସାମ୍ବାଦିକ ସୁରେଶ ପାଢୀଙ୍କ ସ୍ମୃତିକୁ ଉଦ୍ଜୀବିତ  କରିବା ପାଇଁ ସ୍ୱର୍ଗତ ସୁବାଷ ପଣ୍ଡାଙ୍କ ସ୍ତ୍ରୀ ସ୍ନେହଲତା ପାଢୀ ଏବଂ ସ୍ୱର୍ଗତ ସୁରେଶ ପାଢୀଙ୍କ ସ୍ତ୍ରୀ ସଙ୍ଗିତା ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲେ । ଏଥିସହ ପରିବେଶବିତ୍ ବୁଟି ଗୌଡଙ୍କୁ ପିରବେଶର ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ମାନପତ୍ର ସହ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ପ୍ରେସ ୟୁନିୟର ସଦସ୍ୟ  ସୁରେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ସୂର୍ଯ୍ୟ , ସରୋଜ କୁମାର ସାହୁ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋଷ ଦଳେଇ, ଶ୍ରୀନିବାସ ବଳିଆର ସିଂ, ଶ୍ରୀଧର ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରେସ ୟୁନିୟନର ସଦସ୍ୟ ରଶ୍ମିରଂଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜ କୋରପୁଟ ସଂସ୍କରଣର ଶାଖା ପରିଚାଳକ ରାକେଶ ପାଢୀ, ଜିଲ୍ଲା ବରିଷ୍ଠ  ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ପଣ୍ଡା, ଉପଦେଷ୍ଟା ନରସିଂହନାଥ ପାଢୀ, ସଦସ୍ୟଙ୍କ ସହ ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ  । 

0
0
0
s2sdefault