ହେଡଲାଇନସ୍:

ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ସାଇନ୍ସ ଆଣ୍ଡ ଟେକ ଏକ୍ସପୋ ୨୦୧୯ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗୁଣପୁର ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ ପରିସରରେ ଆଜି ସାଇନ୍ସ ଆଣ୍ଡ ଟେକ ଏକ୍ସପୋ ୨୦୧୯ ଉଦଘାଟିତ ହୋଇଯାଇଛି |ଏହି ଉଦଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଉତ୍କଳ ଆଲୁମିନାର ଉତ୍ପାଦନ ବିଭାଗର ଉପସଭାପତି ରବି ନାରାୟଣ ମିଶ୍ର ଯୋଗଦେଇ ନୂତନ ଚିନ୍ତାଧାରା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ | ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ପ୍ରତିରକ୍ଷା ଗବେଷଣା ଓ ଉନ୍ନତି ବିକାଶ ସଂଗଠନ ବୈଞ୍ଜାନିକ ଡ଼ଃ.ଏସ..ରାଜେନ୍ଦ୍ରନ ଯୋଗଦେଇ ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବା ସହ ନୂତନ ଜ୍ଞାନ କୌଶଳ କରି ଗବେଷଣା କ୍ଷେତ୍ରରେ ନିଜକୁ ନିୟୋଜନ କରି ଦେଶ ତଥା ସମାଜର ଉନ୍ନତିରେ ସହଭାଗିତା ହେବା ପାଇଁ ଆହ୍ୱାନ ଦେଇଥିଲେ | ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ .ସତ୍ୟ ପ୍ରକାଶ ପଣ୍ଡା ବିଶ୍ୱବିଦ୍ୟାଳୟରେ ଚାଲୁ ରହିଥିବା ବିଭିନ୍ନ ଗବେଷଣା କାର୍ଯ୍ୟକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନେ ଉନ୍ନତ ମାନର କାର୍ଯ୍ୟ କରି ନିଜର ଭବିଷ୍ୟତ ଗଢିବାରେ ଯତ୍ନବାନ ହେବା ନେଇ ମତବ୍ୟକ୍ତ କରିଥିଲେ | 

ଜି .ଆଇ.ଇ. ଟି. ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼ଃ. ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଏହି ଯାନ୍ତ୍ରିକ ବିଜ୍ଞାନମେଳା ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମନ୍ତେ, ଏହି ଭଳି ଏକ ମଞ୍ଚ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରକାଶ କରିଛନ୍ତି | ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଟି.କିସେନ କୁମାର ରେଡ୍ଡୀ ଏହି ବିଜ୍ଞାନ ପ୍ରଦର୍ଶନୀରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ | ଡିନ,ସ୍କୁଲ ଅଫ ଇଂଜିନିୟରିଂ ଡ଼ଃ.କେ. ସେନଠୀଲ କୁମାର ମଞ୍ଚାସିନ ଥିଲେ | ଆବାହକ ପ୍ରଫେସର ସୁବ୍ରଜିତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ପ୍ରଫେସର ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରେ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ସାଇନ୍ସ ଆଣ୍ଡ ଟେକ ଏକ୍ସପୋର ଟି -ସାର୍ଟ ଏବଂ ଜାତୀୟ ସେବା ଯୋଜନାର ବାର୍ଷିକ ପତ୍ରିକା ପ୍ରୟାସର ଉନ୍ମୋଚନ କରାଯାଇଥିଲା | ଜି.ଆଇ,ଇ.ଟି.ବିଶ୍ୱବିଦ୍ୟାଳୟର ମହା ନିର୍ଦ୍ଦେଶକ  ଡ଼ଃ.ଜଗଦୀଶ ପଣ୍ଡାଙ୍କ ସମତେ ବିଭିନ୍ନ ବିଭାଗର ମୁଖ୍ୟ ଅଧ୍ୟାପକ ,ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

ଆଜି ଏହି ପରିପେକ୍ଷରେ ସ୍ଥାନୀୟ ଗାନ୍ଧୀ ପବ୍ଲିକ ସ୍କୁଲ, ଟାଉନ କାମ୍ପସ ଠାରୁ ବିଶ୍ୱବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା | ଏହି ସାଇନ୍ସ ଆଣ୍ଡ ଟେକ ଏକ୍ସପୋ ତିନି ଦିନ ଧରି ଚାଲୁରହିଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି | ଏହି ପ୍ରଦର୍ଶନୀରେ ୧୦୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକଳ୍ପ ଯଥା ମୋଡେଲ ଫୀସଟା, ମେଗା ସ୍ଟକଚର ଓ କ୍ରାଫ୍ଟ ,ଆର୍ଟ ଗ୍ୟାଲେରୀ , ରୋବଟିକ୍ସ ପ୍ରଭୁତି ସ୍ଥାନ ପାଇଛି |

0
0
0
s2sdefault