ହେଡଲାଇନସ୍:

ବାଲେଶ୍ୱରରେ ଇଲେକ୍ସନ ୱାଚର କାର୍ଯ୍ୟକ୍ରମ : ଭୋଟରମାନଙ୍କୁ ସଚେତନ କରିବା ଏହାର ଉଦ୍ଦେଶ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର(ଉଜ୍ଜ୍ୱଳ କର ) : ବାଲେଶ୍ୱରଠାରେ ଜାତୀୟ ଇଲେକସନ ୱାଚର ରାଜ୍ୟ ଉପକ୍ରମ ତର‘ରୁ ଭୋଟର ସଚେତନତା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଏବଂ ଗଣତନ୍ତ୍ରକୁ ସୁଦୃଢ କରିବା ଦିଗରେ ଭୋଟରମାନଙ୍କୁ ସଚେତନ କରିବା ଏହାର ଉଦ୍ଦେଶ୍ୟ  ବୋଲି କହିବା ସହ କେହି ବି ଯେପରି ଭୋଟ ଅଧିକାର ସାବ୍ୟସ୍ତ କରିବାରୁ ବାଦ୍ ନ ପଡନ୍ତି ସେହିପାଇଁ ଏହି ଅଭିଯାନ ଉଦ୍ଧିଷ୍ଟ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇଲେକସନ୍ ୱାଚର ଜିଲ୍ଲା ସଂଯୋଜକ ଶ୍ରୀ ଉବାଚକ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହାର ଉଦେ୍ଧଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଇଲେକସନ୍ ୱାଚ୍ ତର‘ରୁ ପ୍ରସ୍ତୁତ କରାଯାଇଥିବା ପୋଷ୍ଟରକୁ ଉନ୍ମୋଚନ କରିଥିଲେ । ପରେ ବିଭିନ୍ନ ଭିଡିଓ ମାଧ୍ୟମରେ ସଚେତନତାଧର୍ମୀ ଆଲୋକ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ସତ୍ୟଜିତ ମହାନ୍ତି, କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ପ୍ରମୁଖ ମଂଚାସୀନ ଥିବା ବେଳେ ସାମ୍ବାଦିକ ଶ୍ରୀ ରତିକାନ୍ତ ପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ପରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାଗମନ କରିଥିଲେ । ଏହା ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରି ନିର୍ବାଚନ ଓ ଭୋଟ ଅଧିକାର ସଂପର୍କରେ ଜନଚେତନା ଜାଗ୍ରତ କରିବ । ନିର୍ବାଚନକୁ ସ୍ୱଚ୍ଛ, ଉତରଦାୟୀ କରିବା ଏବଂ ଅର୍ଥ ଓ ବାହୁବଳର ପ୍ରଭାବକୁ ହ୍ରାସ କରିବା ଏହାର ଅସଲ ଉଦେ୍ଧଶ୍ୟ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

0
0
0
s2sdefault