ହେଡଲାଇନସ୍:

ବୀମା ଟଙ୍କା ପାଇଁ ଡିଡିଏ ଅଫିସ୍ ଘେରିଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ କୁମାର ପୁରୋହିତ)  ଗତ ୨୦୧୭ କୃଷି ବର୍ଷରେ ଜିଲ୍ଲା ମରୁଡିଗ୍ରସ୍ତ ହୋଇଥିବାବେଳେ ଚାଷିଙ୍କୁ କୃଷି ବୀମା ସହାୟତା ରାଶି ପ୍ରଦାନ କରାଯାଇଥିଲା । ହେଲେ ଏହି ଜିଲ୍ଲାର ୩ ହଜାରରୁ ଉର୍ଦ୍ଧ୍ୱ  ଚାଷୀଙ୍କୁ ଆଜିଯାଏଁ ମିଳିପାରିନାହିଁ । ଏହାକୁ ନେଇ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ପୁଣିଥରେ ଅସନ୍ତୋଷ ଚାଷୀମାନେ ଏକତ୍ର ହୋଇ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଏହି ଚାଷୀମାନେ ନ୍ୟାଶନାଲ ଇନ୍ସୁରାନ୍ସ କମ୍ପାନୀ ନାରେ ପି୍ରମିୟମ ରାଶି କମ୍ପାନୀ ପାଇଥିବା ନେଇ ଦଲିଲ ସବୁ ରହିଛି । ହେଲେ ବିଭିନ୍ନ ବାହାନା କରି କମ୍ପାନୀ ଚାଷୀଙ୍କୁ ହଇରାଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ବାବଦକୁ ଗତ ଦିନରେ ଦାବି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ କିଛି ଦିନତଳେ କେନନ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଚାଷୀମାନେ ଭେଟ ଜଚ୍ଚାଇଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ  ହୋଇ  ନ ଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା କୃଷି ଉପନିଦେ୍ର୍ଧଶଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିବା ପରେ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଭୁବନେଶ୍ୱରକୁ ଯାଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କୁ ମଧ୍ୟରେ ଲାଲୁ ସାହୁ, ହଲକ୍ଷ୍ମୀ ଚନ୍ଦ ସତନାମୀ, ତିଳକରାମ ମାଝି,ଗିରିଧାରୀ ରାଉତ, ବିଦ୍ୟାଧର ମାଝି, ଈଶ୍ୱର ପ୍ରସାଦ ମାଝୀ, ଅଜତ ରାମ ଗୌଡ, ମସତରାମ ରାଉତ, କୋମଳ ଚନ୍ଦ୍ରକାର ପ୍ରମୁଖ ସାମିଲ ଥିଲେ । 

 

 

 

 

 

 

 

0
0
0
s2sdefault