ହେଡଲାଇନସ୍:

 ମୁଖ୍ୟମନ୍ତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ପୁଲବାମା ଶହୀଦଙ୍କୁ ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପ୍ରତ୍ୟେକଙ୍କ ନାମରେ ଲଗାଇଲେ ଫୁଲ ଚାରା, ଦାନ କଲେ ପକେଟ ମନି 

ବରଗଡ/ଗୌରାଙ୍ଗ ଚରଣ ଦାଶ :- ଗତ ଫେବୃଆରୀ 14 ତାରିଖର ବର୍ବର ଘଟଣାକୁ ଭାରତବାସୀ କେବେଭି ଭୁଲି ପରିବେନାହିଁ । ସେହିଦିନ ଜାମ୍ମୁର ପୁଲବାମା ଠାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ରେ ନିହତ ହେଇଥିଲେ CRPF ର 40 ଜଣ ବିର ଯବାନ । ସାରା ବିଶ୍ୱ ଏହି ଘଟଣା କୁ ନିନ୍ଦା କରିବା ସହିତ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଆଜି ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏକ ଅବିସ୍ମରଣୀୟ ଢଙ୍ଗରେ । ଏହି ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ଆଜି ଶହୀଦ ମାନଙ୍କର ଉଦ୍ୟେଶ୍ୟ ରେ ନିରବ ପ୍ରାର୍ଥନା କରିବା ସହିତ ବିଦ୍ୟାଳୟ ପରିସର ରେ ପ୍ରତ୍ୟେକ  ଯବାନଙ୍କର ନାମରେ ଗୋଟିଏ ଲେଖାଏ  ଫୁଲ ଚାରା ରୋପଣ କରିଥିଲେ । କେବଳ ସେତିକି ନୁହେ ସେମାନଙ୍କ ପାଖରେ ଆଜି ତାରିଖରେ ଯାହା ପକେଟ ଥିଲା ତାକୁ ମଧ୍ୟ ଦେଇଥିଲେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ |  ଛାତ୍ରଛାତ୍ରୀ ମାନଙ୍କର ଏହି ମନୋଭାବକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

 

0
0
0
s2sdefault