ହେଡଲାଇନସ୍:

"ଚାପଗ୍ରସ୍ତ ନ ହୋଇ ସ୍ୱଭାବିକ ଭାବେ ନିଜର ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ଚେଷ୍ଟା କର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଚ୍ଥା ଜଣାଇଲେ ଜିଲ୍ଲାପାଳ,କହିଲେ ମନର କଥା 

ଯାଜପୁର/Jayashankar Dash  : ମାଟ୍ରିକ ପରୀକ୍ଷା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ।  ତେଣୁ ସ୍ଥିର ମନ ଓ ଶୃଙ୍ଖଳାର ସହ ଏହାକୁ ସମ୍ମୁଖୀନ ହେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଚଳିତ ମାସ ୨୨ ତାରିଖ ଶୁକ୍ରବାର ଠାରୁ ଓଡିଶାରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଊଚ୍ଥି ।  ଯାଜପୁର ଜିଲ୍ଲାରେ ମଧ୍ୟ ମାଟ୍ରିକ ସହ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ମୋଟ ୧୪୬ ଟି କେନ୍ଦ୍ର ମାଧ୍ୟମରେ ଆରମ୍ଭ  ହେଉଚ୍ଥି ।  ପ୍ରତିଟି ପିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହ ପରୀକ୍ଷା ନିୟନ୍ତ୍ରକ ଯେଉଁ ପରାମର୍ଶ ଦେବେ ସେହି ଅନୁସାରେ ପରୀକ୍ଷା ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଚ୍ଥନ୍ତି ।  ଚ୍ଥାତ୍ର ଚ୍ଥାତ୍ରୀ ପରବର୍ତ୍ତୀ ଜୀବନ ପାଇଁ ଯେଉଁ ସ୍ୱପ୍ନ ଦେଖିଥାନ୍ତି ମାଟ୍ରିକ ହେଉଚ୍ଥି ତାହାର ପ୍ରଥମ ପାହାଚ ।  ସେଥିପ୍ରତି ଅଧିକ ଯତ୍ନବାନ, ଅଧ୍ୟବସାୟ ଓ ନିଷ୍ଠା ଦରକାର । କୈାଣସି ଅନୈତିକ ଉପାୟ ଅବଲମ୍ୱନ କରିବା ଉଚିତ ନୁହେଁ ।  ଚଳିତ ମାଟ୍ରିକ ପରୀକ୍ଷାକୁ ଅଧିକ ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା ପାଇଁ ବିବିଧ ପଦକ୍ଷେପ ନିଆଯାଇଚ୍ଥି ବୋଲି  ଜିଲ୍ଲାପାଳ କହିଚ୍ଥନ୍ତି ।  ଚ୍ଥାତ୍ର ଚ୍ଥାତ୍ରୀ ଯେପରି ବିନା କୈାଣସି ଅସୁବିଧାରେ ପରୀକ୍ଷା ଦେବେ ସେଥିପ୍ରତି ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଚ୍ଥି ।  ପ୍ରଶ୍ନ ପତ୍ର ଗୁଡିକୁ ନୋଡାଲ ସେଣ୍ଟରମାନଙ୍କର କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଚ୍ଥି ।  ତେବେ କୈାଣସି ଶିକ୍ଷକ ଶିକ୍ଷୟତ୍ରୀ ବା କର୍ମଚାରୀ ଯଦି ପରୀକ୍ଷା ନିୟମକୁ ଉଲଙ୍ଘନ କରି କୈାଣସି କାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କଡା ଚେତାବନୀ ଦେଇଚ୍ଥନ୍ତି । ସେହିପରି ଅଭିଭାବକ ମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ନିକଟରେ ଭିଡ ନ କରିବା, କୈାଣସି ଆପତ୍ତିଜନକ ବ୍ୟବହାର ନ କରିବା ବା ପିଲା ମାନଙ୍କୁ ଅଯଥା ବିରକ୍ତ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଚ୍ଥନ୍ତି । ସର୍ବୋପରି ପିଲାମାନେ ଆଦୈା ଚାପଗ୍ରସ୍ତ ନ ହୋଇ ସ୍ୱଭାବିକ ଭାବେ ନିଜର ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ଜିଲ୍ଲାପାଳ ଶ୍ରୀ ଦାସ ପରାମର୍ଶ ଦେବା ସହ ସେମାନଙ୍କର ସପଂଳତା କାମନା କରି ଶୁଭେଚ୍ଚ୍ଥା ଜଣାଇଚ୍ଥନ୍ତି । 

0
0
0
s2sdefault