ହେଡଲାଇନସ୍:

ତିତିଲି କ୍ଷତଗ୍ରସ୍ତଙ୍କ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ତିତିଲି କ୍ଷତିଗ୍ରସ୍ତ ମାନଙ୍କ ବିଭିନ୍ନ ଦାବୀ ଗୁଡିକୁ ନେଇ ପାରଳାଖେମୁଣ୍ଡି ଠାରେ ଅଖିଳ କୃଷକସଭା, ଭାରତୀୟ  କ୍ଷେତମଜଦୁର ୟୁନିଅନ ଏବଂ ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସିଥିଲେ । ପରେ ବିକେଏମୟୁର ରାଜ୍ୟ ସଭାପତି ଜନାସୁବାଷ ଚନ୍ଦ୍ର ରାଓ ଙ୍କ ନେତୃତ୍ୱରେ ଡେପୁଟି କଲେକ୍‍ଟର ବିକାଶ କୁମାର ମହାନ୍ତିଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରିଲିଫ କମିଶନର, ଆରଡିସି,ଡିଆଇଜି,ଏସପି ଓ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସଭା,ୟୁନିଅନ ଓ ସିପିଆଇର ଶତାଧିକ କର୍ମୀ ସମେତ ତିତିଲି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ସ୍ଥାନୀୟ ଫାଏରଷ୍ଟେସନ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ । ବିକେଏମୟୁ ରାଜ୍ୟ ସଭାପତି ତଥା ସିପିଆଇ ଜିଲ୍ଲା ସମ୍ପାଦକ ଜନା ସୁବାସ ରାଓ ଦାବୀ ଗୁଡିକ ଉପରେ ଅଭିଯୋଗ କରି ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେଯେ ତିତିଲି ବାତ୍ୟାରେ ରାୟଗଡ ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ବାସୀ ନାହିଁ ନଥିବା କ୍ଷୟକ୍ଷତି ଜୀବନହାନୀ ସହ ବର୍ଷବର୍ଷର ଜୀବିକା ନଷ୍ଟ ହୋଇଯିବା ସହ ଘର ଗୁଡିକ ଭାଙ୍ଗିଯାଇଇଛି । ଏଭଳି ସ୍ଥିତିରେ କ୍ଷତିପୂରଣ ପାଇବା ପାଇଁ ଆକଳନ ଓ ଚିହ୍ନଟ ସଠିକ ଭାବେ ହୋଇନଥିବା ଯୋଗୁଁ ବହୁ କ୍ଷତିଗ୍ରସ୍ତ ଲୋକେ କ୍ଷତିପୁରଣ ସହାୟତା ପାଇବାକୁ ବଞ୍ଚିତ ଅଛନ୍ତି । ଯୋଗ୍ୟହିତାଧିକାରୀ ତାଲିକାରେ ଅଯୋଗ୍ୟଙ୍କ ନାମ ରହି ସେମାନେ କ୍ଷତିପୁରଣ ଦାବୀରେ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ତେଣୁ ଏ ଦିଗରେ ବିହିତ ତଦନ୍ତ କରାଯାଇ ପାଇଥିବା ଅଯୋଗ୍ୟଙ୍କ ଠାରୁ ତାହା ଆଦାୟ କରି ଏଥିରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯୋଗ୍ୟଙ୍କୁ ଉଚିତ କ୍ଷତିପୁରଣ ସରକାରୀ ସହାୟତା ଯୋଗାଇଦିଆଯିବାକୁ ଦାବୀ କରିଥିଲେ ।

0
0
0
s2sdefault