ହେଡଲାଇନସ୍:

କଲିକେଶଙ୍କ ଉଦ୍ୟମ ସଫଳ ହେଲା :  ଅଙ୍ଗ ନଦୀ ଉପରେ ସେତୁ ପାଇଁ ନାବାର୍ଡ ଦ୍ୱାରା ଅର୍ଥ ମଞ୍ଜୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ, ଖର୍ଚ ହେବ  ୩୦୫୧ଲକ୍ଷ ଟଙ୍କା 

ବଲାଙ୍ଗୀର/ ନିରୋଜ ମିଶ୍ର : ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟାରେ ଆଗଲପୁର ବ୍ଲକ ଅଞ୍ଚଳରେ ଅଙ୍ଗନଦୀ ଉପରେ କୁଟାସିଙ୍ଘା-କପାଶିରା ସେତୁ ପାଇଁ ନାବାର୍ଟ ଆର୍ଥୀକ ଅନୁଦାନ ମଞ୍ଜୁରୀ ରାଶି ରାଜ୍ୟ ସରକାରଙ୍କୁ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ସମ୍ବନ୍ଧରେ ସାଂସଦଙ୍କୁ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ପତ୍ରରେ ସେତୁର ଲମ୍ବ ତଥା ଅନ୍ୟାନ୍ୟ ବିଷୟରେ ସବିଶେଷ ସୁଚନା ପ୍ରଦାନ କରି ଆସନ୍ତା ୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ପାଇଁ ୩୦୫୧ଲକ୍ଷ ଟଙ୍କା ମଞ୍ଜୁର କରିଥିବା କଥା ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ମାଣ ହେଲେ ଏହି ଅଞ୍ଚଳରେ କୃଷି ଏବଂ ବାଣିଜ୍ୟର  ଉନ୍ନତି ହୋଇ ପାରିବ । ଆଗଲପୁର ଏବଂ ଲୋଇସିଂହାରୁ ସିଧା ସଳଖ ବଲାଙ୍ଗିର ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ଗମନା ଗମନର ସୁବିଧା ସଙ୍ଗେ ସଙ୍ଗେ ମୁଖ୍ୟ ରାସ୍ତା ରେ ଭିଡ କମିଯିବ । ଏତଦ୍ଭିନ୍ନ ଆଗଲପୁର ଅଞ୍ଚଳରୁ ବୁର୍ଲାକୁ ଡାକ୍ତରଖାନାକୁ ମଧ୍ୟ ରାସ୍ତାର ଦୁରତା କମିଯିବ । ଏହି ଅଞ୍ଚଳ ବାସୀ ଦିର୍ଘଦିନରୁ ଏହି ସେତୁ ଦାବୀ କରିଆସୁଥିଲେ ଏବଂ ତାହା ତିନି ବର୍ଷ ମଧ୍ୟରେ ସମାପ୍ତ ହେବାର ଜଣା ପଡିଛି । 

 

0
0
0
s2sdefault