ହେଡଲାଇନସ୍:

 ଓଡିଶାକୁ କ୍ରୀଡା ସର୍ବୋତ୍ତମ  ପୁରସ୍କାର : ଗ୍ରହଣ କଲେ ନବୀନ ,କହିଲେ "ଶ୍ରେୟ ରାଜ୍ୟବାସୀଙ୍କର"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ ଦରକାର  । ଖେଳରେ ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ  । କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ଆଇକନ କରି ପ୍ରତିଷ୍ଠିତ  କରାଇବ  । ରାଜନୀତିରେ ମଧ୍ୟ ଏକା କଥା  । କ୍ଷମତା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟୀ କରିବ  । କିନ୍ତୁ ସେବାପାଇଁ ଆପଣଙ୍କ ଝୁଙ୍କ ଦ୍ୱାରା ଆପଣ ଲୋକଙ୍କ ହୃଦୟ ଜିତି ପାରିବେ  । 

xxxxx

ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ  । ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ  । ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି  । ବେଳେବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ  ।"

ମୁମ୍ବାଇ :  ସ୍ପୋର୍ଟସ ଷ୍ଟାର କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ ପୁରସ୍କାର ଉତ୍ସବରେ ଓଡିଶାକୁ ପୁରସ୍କୃତ କରାଯାଇଛି  ।  ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ରାଜ୍ୟକୁ କ୍ରୀଡାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କାଯର୍ୟାନ୍ୱୟନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବା ସହ ଏହି ପୁରସ୍କାରକୁ ରାଜ୍ୟର କ୍ରୀଡାବିତ୍, କ୍ରୀଡାପ୍ରେମୀ ଓ ରାଜ୍ୟର ସାଢେ ·ରି କୋଟି ଜନତାଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଛନ୍ତି  ।

 ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଧାରଣତଃ ମନ୍ତ୍ରୀମାନେ କ୍ରୀଡା ପୁରସ୍କାର ପ୍ରଦାନ କରୁଥିବା ଦେଖାଯାଇଥାଏ  । କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ  । ଆଜି ଆପଣମାନେ ଆଶ୍ଚର୍ଯ୍ୟ  ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି  । ଦେଖନ୍ତୁ, ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ  । ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ  । ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି  । ବେଳେବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ  । ଛାଡନ୍ତୁ, ଏଥର ପ୍ରକୃତ ବିଷୟକୁ ଆସିବା  । ଉଭୟ ଖେଳ ଓ ରାଜନୀତିରେ ସଫଳ ହେବା ପାଇଁ ଝୁଙ୍କ ଦରକାର  । ଖେଳରେ ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟ ମୁକୁଟ ଦେବ  । କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ଆଇକନ କରି ପ୍ରତିଷ୍ଠିତ  କରାଇବ  । ରାଜନୀତିରେ ମଧ୍ୟ ଏକା କଥା  । କ୍ଷମତା ପାଇଁ ଆପଣଙ୍କ ଝୁଙ୍କ ଆପଣଙ୍କୁ ବିଜୟୀ କରିବ  । କିନ୍ତୁ ସେବାପାଇଁ ଆପଣଙ୍କ ଝୁଙ୍କ ଦ୍ୱାରା ଆପଣ ଲୋକଙ୍କ ହୃଦୟ ଜିତି ପାରିବେ  । ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ମାନକ  । ଏଭଳି ମନୋଭାବ ବ୍ୟତିରେକ ଆମେ ବଡ ବଡ ସଫଳତା ହାସଲ କରିପାରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ମୁଖ୍ୟମନ୍ତ୍ରୀ ଏ ସମ୍ପର୍କ ଏକ ଉଦାହରଣର ଅବତାରଣା କରିଥିଲେ  । ସେ କହିଥିଲେ ଯେ, ଏ  ବିଷୟରେ ଏକ ସୁନ୍ଦର ଉଦାହରଣ ମୁଁ ଦେବାକୁ ·ହେଁ  । ଆମେ ନିଷ୍ପତ୍ତି  କଲୁ, ଯେ ଓଡିଶାରେ ସବୁ କଚ୍ଚା ଘରକୁ ଆମେ ପକ୍କା ଘରରେ ପରିଣତ କରିବୁ  । ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ  । ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ୱାନ ଥିଲା  । ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା  । ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ସଫଳ ଜିଲ୍ଲା ମାନଙ୍କୁ ସ୍ୱୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା  । ଫଳସ୍ୱରୂପ, ଆମେ ନିର୍ଦ୍ଧିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପ । ଦେଇପାରିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । 

କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରିଥିବାରୁ ହିନ୍ଦୁ ଖବର କାଗଜକୁ ଅଭିନନ୍ଦନ ଜଣାଉଛି  ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହା କ୍ରୀଡାର ବିକାଶ ପାଇଁ ରାଜ୍ୟମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାରେ ସଫଳ ହେବ  । ମୁଁ ଆଶା କରୁଛି, ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ତୀବ୍ର ହେବ  । ଯିଏ ଜିତୁ ବା ହାରୁ, ଖେଳ ଓ ଖେଳର ବିକାଶ ହିଁ ବିଜୟୀ ହେବ  । ହିନ୍ଦୁର ଏହି ପ୍ରେରଣାଦାୟୀ କାର୍ଯ୍ୟ  ପାଇଁ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋର ବିଶ୍ୱାସ, କ୍ରୀଡା ପାଇଁ ପୁଞ୍ଜି ବିନିଯୋଗ ହେଉଛି, ଯୁବଶକ୍ତିର ବିକାଶ ପାଇଁ ପ୍ରକୃତ ବିନିଯୋଗ ଏବଂ ଯୁବଶକ୍ତି ପାଇଁ ପୁଞ୍ଜି ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ  । ତେଣୁ ଦେଶର କ୍ରୀଡାର ବିକାଶ ପାଇଁ ରାଜ୍ୟମାନଙ୍କ ଉଦ୍ୟମ ବା ସଂପୃକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ପ୍ରତ୍ୟେକ ରାଜ୍ୟ ଏବଂ ଏହାର ବାସିନ୍ଦାମାନେ ଏକ ର୍ନିଦ୍ଧିଷ୍ଟ ଖେଳ ପ୍ରତି ବିଶେଷ ଆଗ୍ରହ ଦେଖାଇଥାନ୍ତି 

ସେ କହିଛନ୍ତି ଯେ, ଉଦାହରଣସ୍ୱରୂପ, ଓଡିଶାରେ ହକି  ଏକ ଅଭିନବ ପଦକ୍ଷେପ ଭାବରେ, ଓଡିଶା ସରକାର ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଦଳର ସରକାରୀ ପ୍ରାୟୋଜକ ଦାୟିତ୍ୱ ନେଇଛନ୍ତି  । ଯଦି ରାଜ୍ୟମାନେ ଗୋଟିଏ ବା ଦୁଇଟି ଖେଳର ଉତ୍ତତି ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ ଦେଶର କ୍ରୀଡା ପରିବେଶ ବିପୁଳ ଭାବରେ ଲାଭବାନ ହେବ  । ଯେତେବେଳେ ରାଜ୍ୟମାନେ ଖେଳର ବିକାଶ ପାଇଁ ଆଗେଇ ଆସିବେ, ସେତେବେଳେ କ୍ରୀଡା ପ୍ରତିଭା ଚୟନ ପାଇଁ ଏକ ବିସ୍ତୃତ କ୍ଷେତ୍ର ପ୍ରସ୍ତୁତ ହେବ  । ମୁଁ ଭାବୁଛି, ଆଲମ୍ପିକ ପଦକ ମ ରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ ବୋଲି ମୂଖ୍ୟମନ୍ତ୍ରୀ ଏ ଅବସରରେ ଆଶାପୋଷଣ କରିଥିଲେ  । ଭାରତୀୟ  କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୁରୀରେ ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍. ରାମ, ପୂର୍ବତନ ହକି କ୍ୟାପଟେନ ଏମ.ଏମ. ସୋମେୟା, ଅଲମ୍ପିଆନ ଅଞ୍ଜଳି ଭଗତ ଓ ଅଞ୍ଜୁ ବବି ଜର୍ଜ ପ୍ରମୁଖ ସଦସ୍ୟ ଅଛନ୍ତି  । ଜୁରୀର ଏହି ଚୟନ ସର୍ବସମ୍ମତ ଥିଲା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଜୁରୀରେ ହିନ୍ଦୁ ଗ୍ରୁପର ଅଧ୍ୟକ୍ଷ ଏନ୍. ରାମ, ପୂର୍ବତନ ହକି କ୍ୟାପଟେନ ଏମ.ଏମ. ସୋମେୟା, ଅଲମ୍ପିଆନ ଅଞ୍ଜଳି ଭଗତ ଓ ଅଞ୍ଜୁ ବବି ଜର୍ଜ ପ୍ରମୁଖ ସଦସ୍ୟ ଅଛନ୍ତି  । ଜୁରୀର ଏହି ଚୟନ ସର୍ବସମ୍ମତ ଥିଲା  । 

 

0
0
0
s2sdefault