ହେଡଲାଇନସ୍:

ଲୁଲୁ ମହାପାତ୍ରଙ୍କର ୫୫ ତମ ଜୟନ୍ତୀ  ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର  – ପୂର୍ବତନ ବିଧାୟକ, ଯୁବ ନେତତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ ଗୁରୁବାର ତା ୧୪.୨.୨୦୧୯ ରିଖ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ  ହୋଇଯାଇଅଛି । ଏହି ଜନ୍ମଜୟନ୍ତୀ ସଭାରେ ସ୍ମତି କମିଟି ଅଧ୍ୟକ୍ଷ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି  ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ପୂର୍ବତନ ବିଧାୟକ ତଥା କମିଟି ସଭାପତି ଚିନ୍ମୟ ପ୍ରସାଦ ବେଉରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ହିଂମାଶୁ ଲେଙ୍କା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଉଦ୍ଘାଟକ ଭାବେ, ବିରୋଧି ଦଳର ଉପନେତା ଶ୍ରୀଯୁକ୍ତ ଚିରଞ୍ଜିବ ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ଭାବରେ ପିସିସିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ,  ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା ଯୋଗ ଦେଇ ଲୁଲୁ ମହାପାତ୍ରଙ୍କ ବିଷୟରେ ସ୍ମତି ଚାରଣ କରିଥିଲେ । ଗତ ୯ ତାରିଖରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିବା କୃର୍ତିପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ମତି କମିଟିର କର୍ମକର୍ତାଙ୍କ ନାମ କମିଟିର ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ସାହୁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ କୁମାର ପଣ୍ଡା, ଆଲୋକ ମିଶ୍ର, ଆଲୋକ ମହାନ୍ତି, ମାନସ ଆଚାର୍ଯ୍ୟ, ପ୍ରତାପ ଜେନା, ଘନଶ୍ୟାମ ମହାନ୍ତି, ହେମନ୍ତ ବିଶ୍ୱାଳ,  ଆଦିତ୍ୟ ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ପ୍ରଫୁଲ ସୁନାନି, ତରୁଣ ମିଶ୍ର, ସତ୍ୟସ୍ମିତ ମହାନ୍ତି, ସନ୍ତୋଷ ନନ୍ଦ, ଅକ୍ଷୟ କୁମାର ତୁଙ୍ଗ ସାମନ୍ତ, ପଦ୍ମାକର ଗୁରୁ, କିର୍ତନାନନ୍ଦ ଦାସ, ମନୋଜ ବିଶ୍ୱାଳ, ବିଶ୍ୱ ଦାସ, କିରଣ ସାହୁ, ସଂଜୟ ରାୟ, ସରୋଜ ପରିଡ଼ା, ଜୀ ଶ୍ରୀଧର, ରିଜୁୱାନ ଅଲ୍ଲୀ ଖାନ, ସାଗର ପରିଡ଼ା ଏବଂ ବହୁ ବୁଦ୍ଧିଜୀବି ଜନସାଧାରଣ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଶ୍ରୀନିବାସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault