ହେଡଲାଇନସ୍:

"ଏବେ ଅଯଥା ନୂଆ କଳାକାର ଭତ୍ତା ପାଇଁ ଦୌଡ଼ି ଆବେଦନ କରନ୍ତୁ ନାହିଁ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କଲାକାର ଭତ୍ତା ବାବଦରେ ସ୍ପଷ୍ଟୀକରଣ ଦେଲେ ଜିଲ୍ଲା ସଂସ୍କୃତି ଅଧିକାରୀ  

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ସରକାରଙ୍କ ପକ୍ଷରୁ ଦିଆଗଲା କଲାକାର ଭତ୍ତା। ଏବେ କୌଣସି ବିଜ୍ଞପ୍ତି ନାହିଁ ହେଲେ ଗାଁ ଗହଲି ରେ ନୂତନ ଫର୍ମ ପୂରଣ ଚାଲିଛି। କିଏ ଦେଉଛି ୧୨୦ କିଏ ଦେଉଛି ୨୨୦ ଟଙ୍କା ଆଉ କିଏ ୫୦୦ଟଙ୍କା। ଗାଁ ଗାଁରେ ଏବେ ଶହଶହ ଲୋକ କଲାକାର ଭତ୍ତା ଆଶାରେ ଖର୍ଚ୍ଚାନ୍ତ  ହେଉଛନ୍ତି। ଆଗରୁ ସରକାର ପ୍ରଥମ ପର୍ଯ୍ୟାୟରେ କଲାକାର ଭତ୍ତା ଦେଇସାରିଲେଣି। ଦ୍ୱିତୀୟ ପର୍ଯ୍ୟାୟର କୌଣସି ବିଜ୍ଞପ୍ତି ବା ସୁଚନା ନ ଥାଇ କଲାକାର ଭତ୍ତା ପାଇଁ ଆବେଦନ ନ କରିବାକୁ ଓ କାଗଜ ପତ୍ର ନିଜ ପାଖରେ ରଖି ଯେତେବେଲେ ସୂଚନା ମିଲିବ ସେତେବେଲେ ଦେଲେ କାର୍ଯ୍ୟକାରୀ  ହେବବୋଲି   ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ କଲ୍ୟାଣୀ ଦାସ ଜଣାଇଛନ୍ତି।

 

0
0
0
s2sdefault