ହେଡଲାଇନସ୍:

ଘୁ ଉଦୟଗିରି ନାମ ବଦଳାଇ କେ ଉଦୟଗିରି କରାଯାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ  ଯାହା କି ସମଗ୍ର ଜ଼ିଲ୍ଲା ର କେନ୍ଦ୍ର ସ୍ଥଳି କହିଲେ ଅତ୍ୟୁକ୍ତି ହେବ ନାହିଁ |  ଶହ ଶହ ବର୍ଷ ପରେ ଘୁମୁସର ଉଦୟଗିରି ର ନାମ ପରିବର୍ତ୍ତନ କରି କନ୍ଧମାଳ ଉଦୟଗିରି ନାମକରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି  ଅଂଚଳବାସୀଙ୍କ  ଦାବିକୁ  ସମର୍ଥନ ଜଣାଇ ଘୁ ଉଦୟଗିରି କଂଗ୍ରେସ ମଧ୍ୟ ଦାବି କରିଛି |  ଦାବି ସଂକ୍ରାନ୍ତରେ ଅଞ୍ଚଳବାସୀ ଦସ୍ତଖତ ସହ ଦାବିପତ୍ର ମୁଖ୍ୟମନ୍ତ୍ରୀ  ଆର ଡି ସି , ବ୍ରହ୍ମପୁର , ରାଜସ୍ବ ମନ୍ତ୍ରୀ , ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ ପ୍ରଦାନ କରିଛନ୍ତି  ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଏବଂ ବ୍ଲକ ସଭାପତି ତାର୍ଜ଼ାନ ସାହୁ ଅଞ୍ଚଳ ବାସୀଙ୍କ ଦାବିକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ , ଆରଡିସି, ଜ଼ିଲ୍ଲାପାଳ , ଉପଜ଼ିଲ୍ଲାପାଳଙ୍କୁ  ଦାବି ପତ୍ର ପ୍ରଦାନ କରି ଥିବା ସୁଚନା ମିଳିଛି | ଘୁ ଉଦୟଗିରି କୁଇ ଭାଷାଭାଷୀ  ଅଞ୍ଚଳ  ଅଞ୍ଚଳବାସୀ | ଭାଷା ସଂସ୍କୃତି ଧର୍ମୀୟ ଭାବନା ଇତ୍ୟାଦି ବେଶ ଭିନ୍ନ |  ଏହାର ସାମଞ୍ଜସ୍ୟ ଘୁମୁସର ଅର୍ଥାତ ବର୍ତମାନର ଗଂଜାମ ଜ଼ିଲ୍ଲା ସହିତ କୌଣସି ସମ୍ପର୍କ ନାହିଁ | ତେଣୁ ସରକାର କୁଇ ଭାଷାଭାଷୀଙ୍କ ଭାବନାକୁ  ସମ୍ମାନ ଦେଇ ଘୁ ଉଦୟଗିରି ର ନାମ ପରିଵର୍ତନ କରି କେ . ଉଦୟଗିରି ନାମକରଣ କରିବା ଜରୁରୀ ବୋଲି ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ପ୍ରତିକ୍ରିୟା ଦେଇଛନ୍ତି |

 

0
0
0
s2sdefault