ହେଡଲାଇନସ୍:

ଫେବୃଆରୀ ୨୨ ପଯ୍ୟନ୍ତ କଣ୍ଟ :  ସିଡ୍ୟୁଲ ବ୍ଲକ ଘୋଷଣା ନ ହେଲେ ୨୩ ରୁ ଆନ୍ଦୋଳନ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା(Bikram Mahapatra) : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କିରମୀରା ଓ ଲଇକେରା ବ୍ଲକ କୁ ଫେବୃଆରୀ ୨୨ ଶୁଦ୍ଧା ସିଡ୍ୟୁଲ ବ୍ଲକ ଘୋଷଣା କରାନଗଲେ ୨୩ ତାରିଖରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କାରାଯିବା ସହ ୨୦୧୯ ସାଧାରଣ ନିର୍ବାଚନ ରେ ଆଦିବାସୀ ଭୋଟ ବର୍ଜନ କାରାଯିବ ବୋଲି ଚେତାବନୀ ଦିଆଯାଇଛି |ଝାରସୁଗୁଡା କାପୂମାଲ ଠାରେ ଥିବା ଗୌଣ୍ଡୱାନା ଭାବନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଦିବାସୀ ସମାଜର ନେତୃବୃନ୍ଦ ଏହି ଚେତାବନୀ ଦେଇଛନ୍ତି |ଦୀର୍ଘ ଦିନ ଧରି ଏହି ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ବିଧିବନ୍ଧ ପ୍ରସ୍ତାପ କେନ୍ଦ୍ର ସରକାର ଙ୍କ ନିକଟକୁ ପଠାଇ ଥିଲେହେଁ କେନ୍ଦ୍ର ସରକାର ଫାଇଲ ର ନାଲିଫିତା ତଳେ ଚାପି ରଖିଛନ୍ତି  |ଦୁଇଟି ଯାକ ବ୍ଲକ କୁ ଫେବୃଆରୀ ୨୨ ସୁଦ୍ଧା ସିଡ୍ୟୁଲ ବ୍ଲକ ଘୋଷଣା କରିବାସହ ଆଇ.ଟି.ଡି.ଏ.କାର୍ଯ୍ୟାଳୟ ଖୋଲିବା ଦିଗରେ ସରକାର ବିଜ୍ଞପ୍ତି ପ୍ରକାଶ ନ କଲେ ୨୩ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅହରାତ୍ର ଧାରଣା ଓ ବିକ୍ଷୋବ,ଉଭୟ ବ୍ଲକ କାର୍ଯ୍ୟାଳୟରେ ତାଲା ପକେଇବା ସହ ସରକାରୀ ଗାଡି ଚଲା ଚଳ ବନ୍ଦ କରିବା, ଅଫିସର ଓ କର୍ମଚାରୀଙ୍କୁ ନ ଛାଡିବା ଏବଂ ନ୍ୟାୟ ନ ମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି | ଏଥିସହ ଏହି ଦାବି ପୂରଣ ଦିଗରେ କିଛି ସ୍ଥାନୀୟ ନେତା କଣ୍ଟା ସାଜି ଆଦିବାସୀଙ୍କୁ ପ୍ରତିଶୃତି ଦେଇ ସରକାରଙ୍କୁ ବିପରୀତ ଦିଗ ଦେଖାଉଛନ୍ତି |ବିଧାୟକ ପଦରେ ଥାଇ ଦିନେ ଦରଦ ଦେଖାଇ ନ ଥିବା ନେତା ପଦରୁ ଇସ୍ତଫା ଦେବା ପରେ ପୁରୁଣା ଦିନର ଚିଠି ବାହାର କରି ବିଭ୍ରାନ୍ତ କରୁଛନ୍ତି | ଏଣୁ ଏହି ନେତାଙ୍କର ମୁଖା ଖୋଲା ଯିବ ବୋଲି ଆଦିବାସୀ ନେତା ମାନେ କହିଛନ୍ତି | ସୂଚନା ଯୋଗ୍ୟଯେ,୨୦୧୧ ମସିହାରୁ ଏହି ବ୍ଲକ ଦ୍ବୟ ସିଡ୍ୟୁଲ ବ୍ଲକ ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛି | ଦେଶର ମୋଟ ୬୪୦ ଜିଲ୍ଲା ମଧ୍ୟ ରୁ ୨୫୦ ଟି ଜିଲ୍ଲାକୁ ପଛୁଆ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ ଝାରସୁଗୁଡା ଜିଲ୍ଲାର ଏହି ଦୁଇଟି ବ୍ଲକ ସ୍ଥାନ ପାଇଥିଲା |ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନ ଜାତି ଗବେଷଣା ଏବଂ ତାଲିମ ନିର୍ଦେଶାଳୟ ପକ୍ଷରୁ ଏହି ଦୁଇ ବ୍ଲକ ରେ ସର୍ଭେ କରାଯାଇ କିରମୀରା ବ୍ଲକ ରେ ଅନୁସୂଚିତ ଜନ ଜାତି ସଂଖ୍ୟା ୫୨.୬୯ % ଓ ଲଇକେରା ବ୍ଲକ ରେ ୫୧.୭୮% ଥିବା ଜଣା ପଡିଥିଲା | ସାମ୍ବାଦିକ ସଂମ୍ବିଳନୀରେ  ଗୌଣ୍ଡବାଁନା ଗୋଉଣ୍ଡ ମହା ସଭାର ରାଜ୍ୟ ସଭାପତି ମହିନ୍ଦ୍ର ନାୟକ,ସମ୍ମିଳିତ ଆଦିବାସୀ ସମାଜ ଜିଲ୍ଲା ସଭାପତି ବୁନ୍ଦେ ଧୁରୁଆ,କିଷାନ ସମାଜ ପ୍ରଗତିଶୀଳ ମଂଚ ର ସଭାପତି ରତ୍ନାକର ପ୍ରଧାନ,ସମ୍ପାଦକ ପଦ୍ମଲୋଚନ ବୁଦୁଲା,ମୁଣ୍ଡା ସମାଜ ସଭାପତି ଦୁବରାଜ ମୁଣ୍ଡା,ଡମ୍ୱରୁଧର ନାୟକ,ନିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault