ହେଡଲାଇନସ୍:

ମୋ ସ୍କୁଲ ଅଭିଯାନ ତରଫରୁ ନାଚ, ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ସିନାପାଲି (ନିରାକାର ମେହେର )-ଗୋଟିଏ ଶିକ୍ଷାଅନୁଷ୍ଠାନ ରେ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ମାନଙ୍କ ମଧ୍ୟରେ ପାଠ୍ୟ ଦାନ ର ଆଦାନ ପ୍ରଦାନ ର ଭାବ ବିନିମୟ ସୃଷ୍ଟି ହେଲେ ଶିକ୍ଷା ର ବିକାଶ ଘଟି ଥାଏ |ଏଭଳି ଏକ ମଞ୍ଚ ଯେଉଁ ଠାରେ ପୁରୁଣା ଛାତ୍ର ଛାତ୍ରୀ, ଅଭିଭାବକ ଶିକ୍ଷକ, ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ  ସମସ୍ତଙ୍କୁ ମିଳିମିଶି ଦେଖିବାକୁ ମିଳିଥିବାରୁ ଆଜି ଗୋଡ଼ାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଠାରୁ ଅନ୍ୟ ବିଦ୍ୟାଳୟଗୁଡିକ ମଧ୍ୟ ପ୍ରେରଣା ଯୋଗଇବ ବୋଲି ଅତିଥି ମାନେ ଗୋଡ଼ାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ତରଫରୁ ତଥା ସରସ୍ବତୀ ପୂଜା ଉପଲକ୍ଷେ ଆୟୋଜିତ ସଂସ୍କୃତିକ ମିଳନ କାର୍ଯ୍ୟକ୍ରମ ରେ ମତ ପ୍ରକାଶ କରିଛନ୍ତି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଜଗଦିଶ ଖମାରି ଯୋଗଦାନ କରିଥିଲେ |ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲାପରିଷଦ ସଦସ୍ୟ ପ୍ରିୟ ରଞ୍ଜନ ମେହେର, ଗୋଡ଼ାଲ ସରପଞ୍ଚ ରାସେସ୍ୱର ପାଣିଗ୍ରାହୀ, ଶିକ୍ଷାବିତ ରମେଶ ଦୁବେ, କୁସୁମଜୋର ସରପଞ୍ଚ ଉଦିତ ପ୍ରତୀକ ଜ୍ୟୋତି, ଶିକ୍ଷାବିତ ତ୍ରିନାଥ ନିଆଲ, ପୁରୁଣା ଛାତ୍ର ଶିବାସିସ ପାଣିଗ୍ରାହୀ, ଯୋଗଦାନ କରିଥିଲେ |ମୁଖ୍ୟ ବକ୍ତା ଭାବରେ ଗୋଡ଼ାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଯୋଶୀ ଯୋଗ ଦାନ କରି ଗୋଡ଼ାଲ ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ରେ ଅଢେଇ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରି ବିଦ୍ୟାଳୟ ର ନାମକୁ ନୂଆପଡା ଜ଼ିଲ୍ଲାରେ ଏକ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିବାରେ ଅଞ୍ଚଳବାସି ଙ୍କ ଉଦ୍ୟମକୁ ଭୁ୍ୟଂସ ପ୍ରନ୍ସସା କରିଥିଲେ | ଏହି ଅବସରରେ ବିଭିନ୍ନ ନାଚ ଗୀତ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା | ଯାହା କୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଜନସାଧାରଣ ବେଶ ଉପଭୋଗ କରିଥିଲେ |ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ ଯୋଶୀ, ରୁପସିଂ ନାଏକ ପ୍ରମୁଖ ବେଶ ସହଯୋଗ କରିଥିଲେ |

 

0
0
0
s2sdefault