ହେଡଲାଇନସ୍:

ପଟ୍ଟାମୁଣ୍ଡାଇବାସୀ ପାଇବେ ଉତ୍ତମ ସ୍ୱାସ୍ଥ୍ୟସେବା :   ସ୍ୱାସ୍ଥ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬ କୋଟି ଟଙ୍କା ବ୍ୟୟରେ ହସ୍ପିଟାଲ ସୌଧ ଉଦ୍ଘାଟିତ

ପଟ୍ଟାମୁଣ୍ଡାଇ - କେନ୍ଦ୍ରାପଡା ଜିଲ୍ଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୁମୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲଲାର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାରୁ ରାଜନଗର, ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ଅଂଚଳବାସୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପଟ୍ଟାମୁଣ୍ଡାଇ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ସବଡିଭିଜନ ହସ୍ପିଟାଲ ମାନ୍ୟତା ପ୍ରଦାନ କରିବା ସହିତ ୬କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନୂତନ ମହିଳା ଓ ଶିଶୁ ଚିକିତ୍ସା  ସୌଧ ନିର୍ମାଣ କରାଯାଇଛି ବୋଲି ଆଜି ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିସରରେ ନବ ନିର୍ମିତ ସୌଧର ଉଦଘାଟନ କରି ଆୟୋଜିତ କାର୍ଯ୍ୟକ୍ରମରେରେ ରାଜ୍ୟ ସ୍ୱାସ୍ଥ୍ୟ,  ପରିବାର କଲ୍ୟାଣ ଓ  ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଉତ୍ତମ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଡାକ୍ତର ନିଯୁକ୍ତି ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଏଇ ଅବସରରେ ଘୋଷଣା କରିଥିଲେ । କେନ୍ଦ୍ରାପଡା ବିଧାୟକ କିଶୋର ତରାଇ, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା ଓ ଜିଲ୍ଲା ଯୋଜନାବୋର୍ଡ ସଦସ୍ୟ ଧ୍ରୁବ ସାହୁ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି  କାର୍ଯ୍ୟକ୍ରମରେ  କେନ୍ଦ୍ରାପଡା ଉପଜିଲ୍ଲାପାଳ ସଞୟ କୁମାର ମିଶ୍ର, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ  ପ୍ରଦୀପ ମନ୍ତ୍ରୀ, ଏଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡା. ନିରାକାର ପରିଡା,ପୂର୍ତ୍ତ ବିଭାଗ ସହ ନିର୍ବାହୀଯନ୍ତ୍ରୀ ଇଂ. ପ୍ରଶାନ୍ତ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ପ୍ରାକ୍ତନ ପୌରାଧ୍ୟକ୍ଷ ବୈଜୟନ୍ତୀମାଳା ଲେଙ୍କା ଓ ହେମନ୍ତ ସାହୁ, ପ୍ରାକ୍ତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ଜିଲ୍ଲା ଯୁବବିଜେଡି ସଂପାଦକ ଅଶୋକ ଧଳ, ଜିଲ୍ଲା ବିଜେଡି ସଂପାଦକ ଗୋପିବଲ୍ଲଭ ନାୟକ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ନଗର ମହିଳା ବିଜେଡି ସଭାନେତ୍ରୀ ଲାଏନା ଦାଶ, ଯୁବନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ସାରଥୀ ଦାଶ, ଯୁବନେତା ସଞୟ ଜେନା, ବରିଷ୍ଠ ନେତା ଶ୍ରୀକାନ୍ତ ସାହୁ, ଡିପିଏଚ ମିର୍ଜ୍ଜା ମଞୁର ବେଗ, ଡିପିଏମ ପିକେ ବାନାର୍ଜୀ, ପିଏଚଇଓ ଶ୍ରୀଧର ମଳିକ, ଡିପିଏମ ପ୍ରଶାନ୍ତ କୁମାର ଜେନା, ବ୍ଲକ କଂଗେସ ସଭାପତି ଯଦୁମଣି ଦାଶ, ନଗରକଂଗ୍ରେସ ସଭାପତି ପ୍ରଦୀପ ପ୍ରଧାନ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପିସିସିସଭ୍ୟ ମଳୟ ଦାସ, ପୂର୍ବତନ କାଉନସିଲର ମୋହନ ଦାସ, ଯୁବନେତା ତପନ ପାତ୍ର, ଟୁନା ଦାଶ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଏଇ ଅବସରରେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତି ପାଇଁ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ସଂପାଦକ ଗୋପିନାଥ ତ୍ରିପାଠୀ ଓ ସମାଜସେବୀ ବାବାଜି ପରିଡା ସବଡିଭିଜନ ହସ୍ପିଟାଲରେ ଡାକ୍ତର, ଆମ୍ବୁଲାନ୍ସ ଓ ଆବଶ୍ୟକ ଔଷଧ ଯୋଗାଇ ଦେବାକୁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସବଡିଭିଜନ ହସ୍ପିଟାଲ ଉଦଘାଟନ ଉସôବରେ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀଜେନା, ବିଧାୟକ ଶ୍ରୀତରାଇ ଓ ଜିଲ୍ଲା ଯୋଜନାବୋର୍ଡ ସଦସ୍ୟ ଶ୍ରୀସାହୁ ପଟ୍ଟାମୁଣ୍ଡାଇ ଉପକଣ୍ଠରେ ପହଁଚିବା ମାତ୍ରେ ଯୁବନେତା ସ୍ୱପ୍ନରଞନ ବେହେରା, ବୁଢା ଲେଙ୍କା, ଡାମରପୁର ସରପଂଚ ନିରଞନ ମାଝି, ଓଉପଦା ସରପଂଚ ସୁବାଷ ଖଟୁଆ, ଦୋଷିଆ ସରପଂଚ ପ୍ରଭାତ ପ୍ରଧାନ, ପୂର୍ବତନ ସରପଂଚ କିଶୋର ଜେନା, ରଞିତ ସାହୁ, ମଳୟ ମଳିକ, ରଞିତ ମଳିକ, ବାସୁଦେବ ପ୍ରଧାନ ପ୍ରମୁଖ ବହୁ ବିଜେଡିନେତା ଓ କର୍ମକର୍ତା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ଉଦ୍ଘାଟନ ଉସôବସ୍ଥଳକୁ ପାଛୋଟି ନେଇଥିଲେ । ସେହିପରି ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ବ୍ଲକ କଂଗ୍ରେସ ସଭାପତି ଯଦୁମଣି ଦାସ, ନଗର କଂଗ୍ରେସ ସଭାପତି ପ୍ରଦୀପ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପିସିସିସଭ୍ୟ ମଳୟ ଦାସ, ଯୁବନେତା ତପନ ପାତ୍ର, ପୂର୍ବତନ କାଉନସିଲର ମୋହନ ଦାସ (ନମି), ସଂସାରଫଳ ସରପଂଚ ମିନତୀପାତ୍ର, ଶ୍ରୀରାମପୁର ସରପଂଚ ବିରଚିଂ ନାରାୟଣ ଦାସ, ଯୁବନେତା ଟୁନା ଦାସ ଓ ଆଲୋକ ଧଳ ପ୍ରମୁଖ ବହୁ କଂଗ୍ରେସନେତା ଓ କର୍ମକର୍ତା ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ଉସôବସ୍ଥଳକୁ ପାଛୋଟି ନେଇଥିଲେ । ଚଳିତବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ସବଡିଭିଜନ ହସ୍ପିଟାଲ ସୌଧ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଛି । 

0
0
0
s2sdefault