ହେଡଲାଇନସ୍:

ସୁନିଲ ରାୟ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା, ସଂଜୀବ ପଣ୍ଡାଙ୍କୁ ଆଇନ  ଶୃଙ୍ଖଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ 

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ସୁନିଲ ରାୟଙ୍କୁ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ୱ ମିଳିଛି । ସେହିପରି ସ୍ୱରାଷ୍ଟ୍ର ବିଭାଗରେ ଥିବା ବିନୟାନନ୍ଦ ଝା ଓଏଚଆରସି ଅତିରିକ୍ତ ଡ଼ିଜି ଓ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପଦବୀକୁ ବଦଳି କରାଯାଇଥିବା ବେଳେ ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ଏସଏପି ଆଇଜି ଭାବେ ବଦଳି କରାଯାଇଛି । ଓଏଚଆରସି ଏଡିଜି ତଥା ନିର୍ଦ୍ଦେଶକ ସିଦ୍ଧାର୍ଥ ମହାଡୁ ନରଭନେଙ୍କୁ ଏଚଆରପିସି ଏଡିଜି ଭାବେ ନିଯୁକ୍ତିି ଦିଆଯାଇଛି । 

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଡିଆଇଜି ଏସ.ସାଇନିଙ୍କୁ ବିପିଏସପିଏର ଆଇଜି ଭାବେ ନିଯୁକ୍ତି ମିଳିଥିବା ବେଳେ ଏସଏପି ଡିଆଇଜି ହିମାଂଶୁ ଲାଲଙ୍କୁ ଦକ୍ଷିଣାଞ୍ଚଳ ଡ଼ିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଏସଟିଏଫ୍ ଆଇଜି ଜତିନ୍ଦ୍ର କୋଏଲଙ୍କୁ ଦକ୍ଷିଣାଞ୍ଚଳ ଆଇଜି , ବ୍ରହ୍ମପୁର ଡିଆଇଜି ଆଶିଷ ସିଂଙ୍କୁ ଇଣ୍ଟେଲିିଜେନ୍ସ ଡ଼ିଆଇଜି ଭାବେ ବଦଳି କରାଯାଇଛି । ସେହିପରି ଏଚଆରପିସି ଅତିରିକ୍ତ ଡ଼ିଜିପି ଦାୟିତ୍ୱରେ ଥିବା ମହେନ୍ଦ୍ର ପ୍ରତାପଙ୍କୁ ଜେଲ ଏବଂ ଡ଼ିସିଏସ ଅତିରିକ୍ତ ଡ଼ିଜି କମ୍ ଆଇଜି ଦାୟିତ୍ୱ ମିଳିଛି । ଏହାସହ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ଏସପି, ରାଉରକେଲା ଏସପି ଉମାଶଙ୍କର ଦାସଙ୍କୁ ପୁରୀ ଏସପି, ବିପିଏସପିଏ ଏସପି ସାରା ଶର୍ମାଙ୍କୁ ଗଜପତି ଏସପି, ଦେବଗଡ ଏସପି ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସପି, ବଡବିଲ ଏସଡିପିଓ ରାହୁଲ ଜୈନଙ୍କୁ ଦେବଗଡ଼ ଏସପି, ମାଲକାନଗିରି ଏସଡିପିଓ ଶ୍ରବଣ ବିବେକ ଏମଙ୍କୁ ରାୟଗଡ଼ା ଏସପି, ବାଲିଗୁଡା ଏସଡିପିଓ କେ.ଏନ ଡ଼ìଗଡ଼ìଙ୍କୁ ନବରଙ୍ଗପୁର ଏସପି, ଗଜପତି ଇନଚାର୍ଜ ଏସପି ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସପି, ରାୟଗଡା ଏସପି ରାହୁଲ ପିଆରଙ୍କୁ ଏସପି ଓ ସିଆଇଡ଼ି, କ୍ରାଇମବ୍ରାଞ୍ଚ( ଏସଟିଏଫ) ଦାୟିତ୍ୱ ମିଳିଛି ।

ଏହା ବ୍ୟତୀତ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କୁ କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟର ଅତିରକ୍ତ ଆଇଜି , ଏଏସପି ତଥା ରାଜ୍ୟପାଳଙ୍କ ଏଡିସି ପ୍ରତ୍ୟìଷ ଦିବାକରଙ୍କୁ ଏସପି ପଦବୀକୁ ପଦୋନ୍ନତି ଦିଆଯାଇଛି । କଟକ ଗ୍ରାମ୍ୟର ଏସପି ଇନଚାର୍ଜ ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି , ଏଆଇଜି କେ କେ ଡୋଙ୍ଗାୟତଙ୍କୁ ଏସଆରପି ଇନଚାର୍ଜ ପଦବୀରେ ନିଯୁକ୍ତି ଦିଆଯାଇଛି । 

0
0
0
s2sdefault