ହେଡଲାଇନସ୍:

ଅଗ୍ନିସମ ସେବା କେନ୍ଦ୍ର ତରଫରୁ ଟାଉନ ହାଇସ୍କୁଲରେ କୌଶଳ ପ୍ରଦର୍ଶନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁରରୁ ନୀଳ ଦୀପ : ପଦ୍ମପୁର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ  ନିଆଁ ଲାଗିଥିଲା ସ୍ଥାନରୁ କିପରି ସୁରକ୍ଷିତ ଭାବରେ ଖସିବା, ତରଲ କଠିନ ଓ ଗ୍ୟାସୀୟ ପଦାର୍ଥରେ ନିଆଁ ଲାଗିଲେ କିପରି ନିଆଁ ଲିଭାଇବା ତାର ଏକ ପ୍ରସିକ୍ଷଣ ତଥା କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସସରରେ ଆୟୋଜିତ ସଭାରେ ଅଗ୍ନିସମ ସେବା ଅଧିକାରୀ ଶକ୍ତିପ୍ରସାଦ ନାୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ନିଆଁ ଲାଗିବାର ପ୍ରକାର ଭେଦ ଓ ନିଆଁ ଲିଭାଇବାର କୌଶଳ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଅଗ୍ନିସମ ଅଧିକାରୀ ଶ୍ରୀଯୁକ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଗ୍ନିକମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏଥିରେ ଅର୍ଜୁନ ବାଗ,ଡିଲେଶ୍ବର ମୁଣ୍ଡା,ସପ୍ନେଶ୍ବର ବେହେରା,ଶେଷଦେବ ପୁଟେଲ,ଭଗତରାମ ଶବର,ସୂର୍ଯ୍ୟକାନ୍ତ ବିଶ୍ବାଲ,ଦେବହରି ବରିହା,ଶୁଶିଲ କୁମାର ଟେଟେ,ହେମନ୍ତ ଟପୋ ଓ ଶୁଶିଲ ବାଗ ବିଭିନ୍ନ କୌଶଲ ପ୍ରଦର୍ଶନ କରିଥିଲେ ।ଶେଷରେ ଶିକ୍ଷକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault