ହେଡଲାଇନସ୍:

ବାହାଘର ପାଇଁ ଡାକି ଆସିଥିଲେ, ବନ୍ଧା ହୋଇଗଲେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅବକାରୀ ବିଭାଗର ବିଚିତ୍ର ନୀତି:  ପାଣିକୁ ପଶିଥିବା କୁଚିଆକୁ ମାଫ, ରୋହୀ ଭକୁରଙ୍କୁ ଛାଡି ଦଣ୍ଡି କେରାଣ୍ଡି ଉପରେ ମାଡ  

ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ଅଞ୍ଚଳରେ ବର୍ତ୍ତମାନ ଅହେତୁକ ଭାବେ ବେଆଇନ ମଦ ଓ ବିଭିନ୍ନ ନିଶା କାରବାର ବୃଦ୍ଧିପାଇବାରେ ଲାଗିଛି । ଫଳରେ ସଟ୍ଟା,ଜୁଆଠୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ନଜରକୁ ଆସୁଛି । ଯଦ୍ଦ୍ଵାରା ଅନେକ ପରିବାର ତଳିତଳାନ୍ତ ହେଉଛନ୍ତି । ବେଆଇନ ମଦ ବ୍ୟବସାୟୀଙ୍କ ଉପରେ ରୋକଲଗାଇବା ଦାବୀକୁ ସ୍ଥାନୀୟ ପୋଲିସ ଆମ ଡ୍ୟୁଟି ନୁହେଁ ବୋଲି ଚୁପ ରହୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ଅଭାବ ଦର୍ଶାଉଛି । ଜିଲ୍ଲାରେଏହି କାରବାର ଅହେତୁକ ବୃଦ୍ଧିପାଇବା ଓ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାର ଜନପ୍ରତିକ୍ରୀୟା ହେବାଦ୍ୱାରା ଅନେକ ସ୍ଥାନରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ ଆରମ୍ଭ କରିଛି । ହେଲେ ପରିତାପର ବିଷୟ ବଡବଡ ମାଲିକମାନେ ମଦ କାରବାରରେ ଲିପ୍ତଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ଛୋଟ ଛୋଟ ବ୍ୟବସାୟୀ ଅବା ନିରୀହ ଲୋକଙ୍କୁ ମଧ୍ୟ ଗିରଫ କରି ବାହାଦୂରୀ ମାରୁଥିବା ନଜରକୁ ଆସୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଓଗାଁରେ ନଜରକୁ ଆସିଛି । ପ୍ରକାଶଯେ, ଗତ ୭ ତାରିଖ ଦିନ ଦେଓଗାଁରେ ତୁଷୁରା ଅବକାରୀ ବିଭାଗର କର୍ମଚାରୀମାନେ କେତେକ ମଦ ବିକ୍ରେତାଙ୍କ ଘରକୁ ଅତର୍କିତ ଚଢ଼ାଉ କରିଥିଲେ । ଜନୈକ ଭିନ୍ନକ୍ଷମ ବିକ୍ରେତା ନିକଟସ୍ଥ ଯୋଗୀସାଗରକୁ ପଶିଯିବାରୁ କାଳେ ବିଭାଗ ଉପରେ ବିପଦ ସୃଷ୍ଟି ହୋଇପାରେ ବୋଲି ଉକ୍ତ କୁଚିଆଙ୍କୁ ମାଫ କରିଦେଇ ଚାଲିଯାଇଥିବା ବେଳେ ବ୍ଲକ ରାସ୍ତା ପାଶ୍ୱର୍ରେ ଜନୈକ ପୁରାତନ କୁଚିଆଙ୍କ ଘରକୁ ଚଢ଼ାଉ କରିଥିଲେ । ସେଠାରେ ପ୍ରକୃତ କୁଚିଆ ଅନୁପସ୍ଥିତ ଥିବା ବେଳେ ତାଙ୍କ ଜଣେ ଦୂରସମ୍ପର୍କିୟ ଭାଇ ବାହାଘର ଯିବାପାଇଁ ଡାକିବାକୁ ଯାଇଥିବା ଜଣେ ନୀରିହ ଯୁବକଙ୍କୁ କୁଚିଆର ଆଖ୍ୟାଦେଇ କାହାରି କଥା ନଶୁଣି  ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଅକାରଣରେ ଗିରଫ ହୋଇଥିବା କବି ଠାକୁର ନାମକ ଯୁବକ ବେଲରେ ଆସିବାପରେ ନ୍ୟାୟ ପାଇଁ ସୋମବାର ବଲାଙ୍ଗିର ଅବକାରୀ ବିଭାଗର ଦ୍ୱାରସ୍ଥ ହୋଇଛି । ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଏହାର ପ୍ରତିବାଦରେ ଅଭିଯୋଗ କରିଥିବା ବେଳେ ଅବକାରୀ ଅଧିକ୍ଷକ ଅନୁପସ୍ଥିତ ଥିବାରୁ ବରିଷ୍ଠ  କିରାଣୀଙ୍କୁ ଲିଖିଭାବେ ଅବଗତ କରି ଏହାର ନିରପେକ୍ଷ ତଦନ୍ତ କରିବାକୁ ନିବେଦନ କରିଥିବା ଜଣାପଡିଛି । ଏ ସମ୍ପର୍କରେ ଅବକାରୀ ବିଭାଗ ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ପଚାରିବାରୁ ସଂପୃକ୍ତ ଯୁବକଙ୍କ ଅଭିଯୋଗ ପାଇଛୁ, ଯଦି ତାଙ୍କୁ ଅକାରଣରେ ଗିରଫ କରାଯାଇଛି ତାହେଲେ ତାର ପ୍ରକୃତ ତଦନ୍ତ କରାଯିବ ବୋଲି କହିଥିଲେ ।

0
0
0
s2sdefault