ଧାନ ସଂଗ୍ରହରେ ଅଚଳବସ୍ଥା : ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଲକ ଧରମବନ୍ଧା ମଣ୍ଡିରେ ଧାନ ସଂଗ୍ରହରେ ଅଚଳାବସ୍ଥା ଦେଖା ଦେଇଥିବାରୁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଓ ଏଆରସିଏସ ଅଫିସ ଘେରାଉ କରିଥିଲେ । ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶୃତି ମିଳିବାରୁ ଚାଷୀ ଆନେ୍ଦାଳନରୁ ଓହରି ଥିଲେ । 

          ଧରମବନ୍ଧାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଳିଥିବାରୁ ଚାଷୀଙ୍କ ଧାନ ବିକ୍ରି ହେବାରେ ଅହେତୁକ ବିଲମ୍ବ ହେଉଛି । ଏବେ ମଣ୍ଡିରେ ଶତାଧିକ ଚାଷୀଙ୍କ ୨୫ ହଜାରରୁ ଉର୍ଦ୍ଧ ବସ୍ତା ଧାନ ମଣ୍ଡିରେ ପଡି ରହିଛି । ଶୀତ କାକରରେ ଚାଷୀ ଧାନକୁ ଦିନ ରାତି ଜଗି ରହୁଛନ୍ତି । ଧାନ କିଣିବାକୁ ପେକ୍ସ, ଯୋଗାଣ, ଆରଏମସି, ଏଆରସିଏସ୍ କର୍ମଚାରୀଙ୍କୁ ଚାଷୀ ବହୁ ଅନୁରୋଧ କରିଥିଲେ ଧାନ କିଣୁ ନାହାନ୍ତି । ଶେଷରେ ଆଜି ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନିରାଶ ହୋଇ ଚାଷୀ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଜିଲ୍ଲାପାଳ ଅଫିସ କର୍ମଚାରୀ ଆସି ଦାବୀ ପତ୍ରକୁ ଗ୍ରହଣ କରିଥିଲେ । ଆସନ୍ତା କାଳି ଦୁଇଟି ମଣ୍ଡିର ଧାନ ଉଠାଯିବ ବୋଲି ଏଆରସିଏସ ଓ ଏସିଏସଓ ପ୍ରତିଶୃତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ କଲାର, ଗଏନ୍ଦରାମ ସାହୁ, ଚୁନୁରାମ ସାହୁ, ବଦ୍ରିନାରାୟଣ ଦଣ୍ଡସେନା, ଗୁରାମ ଦଣ୍ଡସେନା, ନିରଜ ସାହୁ, ରଫିକ ମହମ୍ମଦ, ଚମନଲାଲ ନିର୍ମଲକର, ରାକେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault