ଝାରସୁଗୁଡା (ବିକ୍ରମ ମହାପାତ୍ର) :ଲଖନପୁର ବ୍ଲକ ତଥା ତହସିଲର ଦଳଗା ଓ ସରଣ୍ଡା ମାଲ ପଂଚାୟତ ଆଖପାଖ ଗ୍ରାମର ବେଆଇନ ପଥର କ୍ରସର ଓ ବ୍ଳାଷ୍ଟିଙ୍ଗ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ତାହା ବନ୍ଦ କରିବା ପାଇ ଅଞ୍ଚଳବାସୀ ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି | ଉଭୟ ପଂଚାୟତର ସରପଞ୍ଚଙ୍କ ସହ ଗ୍ରାମର ୮୦ ଜଣ ଏହି ଅଭିଯୋଗ କରିଛନ୍ତି | ପଥର ଖାଦାନ ଓ କ୍ରସରଗୁଡିକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବାରୁ ବହୁ ପରିମାଣର ବାୟୁ ପ୍ରଦୂଷଣ ହେବା ସହ ଉଚ୍ଚ କ୍ଷମତା ସମ୍ପନ ବ୍ଳାଷ୍ଟିଙ୍ଗ ଯୋଗୁ ଗ୍ରାମରେ କମ୍ପନ ସୃଷ୍ଟି ହେଉଛି | ଏହା ଦ୍ଵାରା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଖୋଲା ଖୋଲି ଉଲ୍ଲଘଂନ ହେଉଥିବା ଅଂଚଳ ବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି | କ୍ରସର ଗୁଡିକ ରାସ୍ତା ପାର୍ଶ୍ୱରେ ଥିବାରୁ ଅଧିକ ଧୂଳି ଧୂଆଁ ଯୋଗୁ ଲୋକେ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିବା ସହ ଶତାଧିକ ସଂଖ୍ୟକ ଭାରି ଯାନ ଓ ଟ୍ରାକ୍ଟର ଯୋଗେ ପଥର ଚାଲାଣ ହେଉଥିବାରୁ ରାସ୍ତା ମଧ୍ୟ ଖରାପ ହେଉଛି | ଉଭୟ ପଂଚାୟତରେ ଏକାଧିକ କ୍ରସର ବହୁଦିନ ଧରି କାର୍ଯ୍ୟ କରୁଥିବା ବେଳେ ବେଆଇନ ଭାବେ ବିନା ରାଜସ୍ବ ପଇଠରେ ଏ ସବୁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି | ଏଥି ସହ ଗ୍ରାମବାସୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ ଶାଖା,ଝାରସୁଗୁଡାରେ ମଧ୍ୟ ଅଭିଯୋଗ କରିଛନ୍ତି |
ରାଜ୍ୟ
ଲଖନପୁର ବ୍ଲକ ଅଂଚଳରେ ବେଆଇନ ପଥର କ୍ରସର ଓ ବ୍ଳାଷ୍ଟିଙ୍ଗ : ପ୍ରଦୂଷଣ ବୃଦ୍ଧି, ବଢ଼ାଉଛି ଅଂଚଳବାସୀଙ୍କ ଦୁର୍ଦ୍ଦଶା
- Hits: 446