ହେଡଲାଇନସ୍:

"ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବାରୁ କୁଡ଼ୁମୀ ଜାତି ତାଙ୍କ ନିକଟରେ କୃତଜ୍ଞ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି  )- ଭାରତରେ ବସବାସ କରୁଥିବା କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ପୁନଃ ଅନ୍ତର୍ଭୁକ୍ତ କରାଇବା ଦାବି ନେଇ କୁଡ଼ୁମୀ ସେନା ଦୀର୍ଘ ଦିନରୁ ଆନେ୍ଦାଳନ ଚଳାଇ ଆସୁଛି । ଉକ୍ତ ଆନେ୍ଦାଳନ  ପୁରରୁ ଆରମ୍ଭ ହୋଇ ଦିଲ୍ଲୀରେ ପହଁଞ୍ଚି ସାରିଛି । ଅତୀତରେ ପଶ୍ଚିମବଙ୍ଗ ସରକାର କୁଡ଼ୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରାଇବା ନିମନ୍ତେ କେନ୍ଦ୍ରକୁ ସୁପାରିଶ କରିସାରିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଦିଗରେ ଅଣଦେଖା ପ୍ରଦର୍ଶନ କରୁଥିବାର ଅଭିଯୋଗ ଆଣି ସରକାରଙ୍କୁ ବିଭିନ୍ନ ସମାବେଶ ଆୟୋଜନ ମାଧ୍ୟମରେ ସେନା ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା । ନିକଟରେ ସେନାର ଏକ ପ୍ରତିନିଧି ମଣ୍ଡଳୀ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଆଲୋଚନା କରିବା ପରେ ନିଜର ଦାବି ଉପସ୍ଥସାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କୁଡ଼ୁମୀ ସମ୍ପଦ୍ରାୟକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ କୁଡ଼ୁମୀ ବିକାଶ ପରିଷଦ ଗଠନ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରି କୁଡ଼ୁମୀ ବିକାଶ ପରିଷଦ ଗଠନର ଘୋଷଣା  କରିଥିବାରୁ ସମଗ୍ର କୁଡ଼ୁମୀ ଜାତି ତାଙ୍କ ନିକଟରେ କୃତଜ୍ଞ ବୋଲି କୁଡ଼ୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ବାରିପଦା ଷ୍ଟାଡ଼ିଅମ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ସେହିପରି ଅନ୍ୟପଟେ କିଛି ପ୍ରତ୍ୟକ୍ଷ ରାଜନୀତିରେ ସଂପୃକ୍ତ ଥିବା କୁଡମୀ ଜାତିର ଲୋକମାନେ ଏହାକୁ ନେଇ ବିଭ୍ରାନ୍ତିକର ପ୍ରଚାର ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ କୁଡମୀ ବିକାଶ ପରିଷଦ ଗଠନର ଘୋଷଣା ସମୟରେ ଆମର ମୁଖ୍ୟ ଦାବିରୁ ଓହରି ଯିବା ପାଇଁ କିମ୍ବା କୁଡମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ ଅଥବା ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିବେ ନାହିଁ ବୋଲି ସେପରି କୈଣସି ସର୍ତ୍ତ ରଖିନାହାନ୍ତି । ଅନ୍ୟ ପକ୍ଷ୍ୟରେ କୁଡମୀ ସେନା ଏହି ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଯେଉଁ ଭଳି ଆନେ୍ଦାଳନ ଚଳାଇ ଆସୁଥିଲା ଆଗକୁ ମଧ୍ୟ ଦାବୀ ହାସଲ ହେବା ପର୍ଯ୍ୟନ୍ତ ସେହଭଳି ଆନେ୍ଦାଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ଜୟମୁନୀ ମହାନ୍ତ  ପ୍ରକାଶ କରିଛନ୍ତି । ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସେନାର ଉପ ସଭାପତି ଦିବ୍ୟ ସିଂ ମହାନ୍ତ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନେଶ କୁମାର ମହାନ୍ତ ,ମୟୁରଭଞ ଜିଲା ସଭାପତି ଦୂର୍ଗା ଚରଣ ମହାନ୍ତ, କେନ୍ଦୂଝର ଜିଲା ସଭାପତି ଗୋପାଳ ମହାନ୍ତ, ସୁନ୍ଦରଗଡ ଜିଲା ସଭାପତି ଯଶକେତନ ମହାନ୍ତ , ଖୋର୍ଦ୍ଧା ଜିଲା ସଭାପତି ମୋନମୋହନ ମହାନ୍ତ , ବାଲେଶ୍ୱର ଜିଲା ସଭାପତି ମନୋରଞନ ମହାନ୍ତ , କଟକ ଜିଲା ସଭାପତି ରୁଦ୍ରଦେବ ମହାନ୍ତ , ଢେଙ୍କାନାଳ ଜିଲା ସଭାପତି ପଦ୍ମଲୋଚନ ମହାନ୍ତ . ଯାଜପୁର ଜିଲା ମହିଳା ସଭାପତି ଗୀତାଞଳି ମହାନ୍ତ , ଅନୁଗୁଳ ଜିଲା ସଭାପତି ଅସ୍ମୀତା ମହାନ୍ତ ,ମୟୁରଭଞ ଜିଲା ମହିଳା ସଭାପତି ସବୀତା ମହାନ୍ତ ପ୍ରମୁଖଙ୍କ ସମେତ ବିନତୀ ମହାନ୍ତ , ମନୋଜ କୁମାର ମହାନ୍ତ , ଡମ୍ବୁରୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault