ହେଡଲାଇନସ୍:

ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ  ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଗଣ ଧାରଣା ଓ ବିକ୍ଷୋଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଗୁଣପୁରରୁ ସିଦ୍ଧାର୍ଥ ଦାଶ: ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଡାରୀ ବ୍ଲକ ଠାରେ ଆଜି ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ଗୁଡାରୀ ବ୍ଲକ କମିଟି ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ରେ ଗଣ ଧାରଣା ଓ ବିକ୍ଷୋଭ  ପାଳନ ହୋଇଯାଇଛି ।

ଏ ଆଇ ସି ସି ଟି ୟୁ ର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଏକ ବିଶାଳ ଶୋଭାଯାତ୍ରା ସହ ଗଣ ଧାରଣା ଦେଇ ଗୁଡାରୀ ଶିକ୍ଷାଧିକାରି ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପାଚିକା ଓ ସହାୟିକା ମାନେ ଦୀର୍ଘ ବର୍ଷ ଧରି ଗୁଡାରୀ ବ୍ଲକ ରେ ଥିବା ବିଭିନ୍ନ ବିଦ୍ୟାଳୟରେ ମାସିକ ୧୦ ଟଙ୍କା ଦରମା ରୁ ଆଜି ପର୍ଯ୍ୟନ୍ତ କାମ କରି ଆସୁଥିଲେ ସୁଦ୍ଧା କୁଲି କାମ କରୁଥିବା ଶ୍ରମିକ ଙ୍କ ଦିନ ମଜୁରୀ ୨୫୦ କିମ୍ବା ତଦୁର୍ଦ୍ଧ୍ବ  ଥିବାନେଇ ଆସନ୍ତୋଷ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ସ୍ମାରକ ପତ୍ରରେ ୮ ଦଫା ଦାବି ରହିଅଛି । ଉକ୍ତ ଦାବି ପତ୍ର ରେ ପାଚିକା ଓ ସହାୟିକା ମାନଙ୍କୁ ୧୮୦୦୦/- ଟଙ୍କା ବେତନ ଯୋଗାଇଦେବା , ପାଚିକା ଓ ସହାୟିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା , ପାଚିକା ଓ ସହାୟିକା ମାନଙ୍କୁ ବୀମା ପ୍ରଦାନ କରିବା , ପୁର୍ବରୁ ବକେୟା ଥିବା ୨୮ ମାସ ର ଦରମା ପ୍ରଦାନ କରିବା ଏବଂ ଗୁଡାରୀ ବି ଇ ଓ ଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ଦାବି ମାନ ରହିଅଛି ।

 

0
0
0
s2sdefault