ବଲାଙ୍ଗିର/ନିରୋଜ ମିଶ୍ର : ହକି ବିଶ୍ୱ କପ ଚାଲିଥିବା ସମୟରେ କୋଣାର୍କ ଉତ୍ସବ ୨୦୧୮ ପାଳନ କରାଯାଇଥିଲା । ଅନ୍ତର୍ଜାତିକ ହକି ଖେଳାଳୀ ମାନଙ୍କ ପାଇଁ କୋଣାର୍କ ଉତ୍ସବ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କଥା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା । ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଏକଥା ଘୋଷଣା କରିଥିଲେ । କିନ୍ତୁ ହକି ଖେଳାଳୀମାନେ ଉସôବ ଦେଖିବା ନେଇ ପର୍ଯ୍ୟଟନ ବିଭାଗ ପାଖରେ କୌଣସି ତଥ୍ୟ ନଥିବା ସୂଚନା ଅଧୀକାର ଆଇନ ଯୋଗେ ମିଳିଥିବା ସୂଚନାରୁ ଜଣାପଡିଛି । ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମି ହେମନ୍ତ ପଣ୍ଡା ରାଜ୍ୟ ପର୍ଯ୍ୟଟନ ବିଭାଗକୁ ମାଗିଥିବା କୋଣାର୍କ ଉତ୍ସବ ସମ୍ବନ୍ଧିୟ କେତେକ ତଥ୍ୟର ଉତ୍ତର ରୁ ଏହା ଜଣାପଡିଛି । କୋଣାର୍କ ଉତ୍ସବ ଉପଭୋଗ କରିବା ପାଇଁ ବିଦେଶୀ ପର୍ଯ୍ୟଟକ ଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇ ନଥିବା ମଧ୍ୟ ଜଣାପଡିଛି । ଗତ ୫ ବର୍ଷରେ ମାତ୍ର ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି । ୨୦୧୪ ମସିହାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ୨୧୦ ଥିବାବେଳେ ୨୦୧୮ ରେ ଏହା ମାତ୍ର ୩୭୦ରେ ପହଞ୍ଚିଛି ଏବଂ ଘରୋଇ ପର୍ଯ୍ୟଟକ ସଂଖ୍ୟା ୨୦୧୪ରେ ୧୩୪୯୪ ଥିବା ବେଳେ ୨୦୧୮ରେ ମାତ୍ର ୧୭୬୯୧ ରହିଛି । ଅର୍ଥାତ୍ ଏହି ୫ ବର୍ଷରେ ଘରୋଇ ଦର୍ଶକଙ୍କ ସଂଖ୍ୟା ସମୂଦାୟ ୪୧୯୭ ବୃଦ୍ଧି ପାଇଛି । ଏହି ତଥ୍ୟରୁ ଅନ୍ତର୍ଜାତିକ ସ୍ତରରେ କୋଣାର୍କ ଉତ୍ସବକୁ ସରକାର ଲୋକପ୍ରିୟ କରିବା ପାଇଁ କେତେ ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ସୂଚନା କର୍ମି ପଣ୍ଡା ପ୍ରକାଶ କରିଛନ୍ତି । କୋଣାର୍କ ଉତ୍ସବର ପ୍ରଚାର ନାମରେ ସରକାର କେବଳ ବହୁ ଆଡମ୍ବର ରେ ଲଘୁ କି୍ରୟା କରୁଛନ୍ତି ବୋଲି ପଣ୍ଡା କହିଛନ୍ତି ।
ହେମନ୍ତ କୁମାର ପଣ୍ଡା