ହେଡଲାଇନସ୍:

  ଶିକ୍ଷା ଶିଶୁର ଅଧିକାର ନା ସରକାରଙ୍କ ଦୟା : ପ୍ରଶାସନ ବାଟହୁଡ଼ା, ଯୋଜନା ବାୟା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଏଅକଣ ସରକାରଙ୍କ ସଭିଏ,ପଢିବା ସଭିଏଁ ବଢିବା ????

 ଅଢେଇ ଗୋଟିରୁ କମ ଗୃହରେ ଚାଲିଛି ଆଠ ଗୋଟି ଶ୍ରେଣୀ

ପଢିବାକୁ ଶ୍ରେଣୀ ନାହିଁ , ଚାଲିଛି ଋତୁକାଳୀନ ଛାତ୍ରାବାସ 

 ଅଭିଭାବକ ମାନେ ଗାଁରେ ଅଛନ୍ତି ,ହେଲେ  ଦେଖାଯାଇଛି ଦାଦନ

ବରଗଡ/Gouranga Charana Dash :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଝିଟିକି ଗ୍ରାମପଂଚାୟତରେ  ଅବସ୍ଥିତ ମୁନିକେଲ ଗ୍ରାମ । ଏହି ଗ୍ରାମରେ ରହିଛି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ଆଠଟି ଶ୍ରେଣୀ ପାଇଁ ସ୍କୁଲରେ ରହିଛି ମାତ୍ର ତିନି ଗୋଟି ଶ୍ରେଣୀଗୃହ । ତା ଭିତରୁ ଗୋଟିଏ ଗୃହର ଅଧାରୁ ଅଧିକ ବ୍ୟବହାର ହେଉଛି ଅଫିସ କାର୍ଯ ପାଇଁ । ଏବେ ଅଢେଇ ଗୋଟିରୁ କମ ଗୃହରେ ଚାଲିଛି ଆଠ ଗୋଟି ଶ୍ରେଣୀ । ଆଶ୍ଚର୍ଯ ଲାଗିଲେ ବି  ଏହା ସତ । ସମସ୍ୟା କେବଳ ଏତିକି ନୁହଁ ଆହୁରି ଅନେକ ସମସ୍ୟା ଅଛି ଏହି ସ୍କୁଲରେ । ଏହି ସ୍କୁଲରେ ରହିଛି ଏକ ଋତୁକାଳୀନ ଛାତ୍ରାବାସ । ଛାତ୍ରାବାସ ପାଇଁ କୋଣସି ସ୍ୱତନ୍ତ୍ର  ଗୃହ ନାହିଁ  | ସେହି ଶ୍ରେଣୀ ଗୃହରେ ପଡିଛି ଖଟ ଓ ଛାତ୍ରାବାସର ଅନ୍ତେବାସୀଙ୍କର ଜିନିଷପତ୍ର । କଥାଟା ନିଶ୍ଚୟ ଅବାଗିଆ ଲାଗୁଥିବ । ହେଲେ ଏହା ହେଉଛି ଶତ  ପ୍ରତିଶତ ସତ । ଶିକ୍ଷା ବିଭାଗର ଅଧିକାରୀ ମାନଙ୍କର କାର୍ଯଦକ୍ଷତା ,ସଚୋଟ  ପଣିଆ ଓ ପରିବାପାଣିଆ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏହି ସ୍କୁଲ ।

        ସରକାରଙ୍କର  ନିୟମ ଅନୁସାରେ ଋତୁକାଳୀନ ଛାତ୍ରାବାସ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ ଥିବା ସ୍କୁଲରେ ଛାତ୍ରାବାସ ହୋଇପାରିବ |  କିନ୍ତୁ ମୁନିକେଲ ସ୍କୁଲରେ ଶ୍ରେଣୀ ଗୃହ ପାଇଁ ଭି କୋଠରୀର ଅଭାବ ରହିଛି । ୟl ଭିତରେ ପୁଣି ପଚାଶ ଜଣ ଅନ୍ତେବାସୀଙ୍କୁ ରଖାଯାଇଛି । ମୂଖ୍ୟତଃ ଏହି ଛାତ୍ରାବାସରେ ଯେଉଁମାନେ ଦାଦନ ଯାଉଛନ୍ତି ସେମାନଙ୍କ ଛୁଆ ମାନେ ଏହି ସ୍ଥାନରେ ରହି ପାଠ ପଢ଼ାଇବା ସରକାରଙ୍କର ମୂଳ ଲକ୍ଷ । କିନ୍ତୁ ଏହି ସ୍କୁଲର ଅବସ୍ଥା ଓ ଏଠାରେ ଥିବା ବ୍ୟବସ୍ଥାକୁ ଦେଖିଲେ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ମୂଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଲେଶମାତ୍ରା ଆଗ୍ରହ ନାହିଁ । ଯେଉଁ ଭଳି ଭାବରେ ଏଠି ଛୁଆମାନଙ୍କୁ ରଖାଯାଇଛି ତାହା ଛୁଆମାନଙ୍କର ଅଧିକାରକୁ ହନନ କରୁଛି । ଶୋଇବା ଖଟ ଉପରେ ବସି  ପାଠ ପଢ଼ୁଥିବା ଛୁଆ କେବଳ ଏହି ସ୍କୁଲରେ ଦେଖା ଯାଇପାରେ । ଏହା ସହିତ ଏହି  ସ୍କୁଲରେ ରହିଥିବା ଛାତ୍ରାବାସରେ ପ୍ରତ୍ୟେକ ଦିନ ସୂଚୀ ମୁତାବକ ଯେଉଁ ଖାଦ୍ୟ ଦେବା କଥା ତାହା ପ୍ରଦାନ କରାଉନାହିଁ ଯାହାକି ଏହି ଛାତ୍ରାବାସକୁ ପରିଚାଳନା କରୁଥିବା ଓ ପରିଚାଳନକୁ ନିରୀକ୍ଷଣ କରୁଥିବା ଅଧିକାରୀ ମାନଙ୍କର ଦାଇତ୍ୱ ଓ କର୍ତବ୍ୟ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି ।

           ଗତ କିଛି ମାସତଳେ ଯେତେବେଳେ ଋତୁକାଳୀନ ଛାତ୍ରାବାସ ପାଇଁ ସ୍କୁଲ ଚୟନ କରାଯାଉଥିଲା ସେତେବେଳେ ଆମେ ପାଇକମାଲ BEO ଚୁଡାମଣି ବାରିକ ଓ ABEO ଜନକ ଲାଲ ମେହେର ଙ୍କୁ ଜଣାଇଥିଲୁ ଯେ ଏହି ସ୍କୁଲରେ ଛାତ୍ରାବାସ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ | କୋଣସି ଅଧିକାରୀ ଏହି ଅଭିଯୋଗ ଉପରେ କର୍ଣ୍ଣପାତ  ନକରି ନିଜ ଇଛା ରେ କାମ କରିଥିଲେ ଯାହାଫଳରେ ଆଜି ଛୁଆମାନେ ସରକାରଙ୍କର ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ମଧ୍ୟ ପାଇଁ ପାରୁନାହାନ୍ତି ।  ଅନ୍ୟ ଏକ ଅଭିଯୋଗ ହେଲା ଯେ ଏହି ଛାତ୍ରାବାସ ରେ ଏମିତି ବହୁତ ଅନ୍ତେବାସୀ ଅଛନ୍ତି ଯେଉଁମାନଙ୍କର ଅଭିଭାବକ ମାନେ ଗ୍ରାମରେ ଅଛନ୍ତି ,ଅଥଚ ସେମାନେ ଦାଦନ ଯାଇଥିବା ଦର୍ଶାଯାଇଛି । ଏହିପାଇଁ ଛାତ୍ରାବାସ ପରିଚାଳକଙ୍କର ଭୂମିକା ଉପରେ ସନ୍ଦେହ ଦୃଢ଼ୀଭୁତ  ହେଉଛି କି କୌଣସି ନ କୌଣସି ଜାଗାରେ ନିଶ୍ଚିତ ଭାବରେ ବଡ ଧରଣର ଘୋଟଲା ହେଇଛି ।ଘୋଟଲା ହେଇଛି ଓ ହେଉଛି ଏହା ସ୍ଥାନୀୟ ଶିକ୍ଷା ବିଭାଗ ର ବାବୁ ମାନେ ଭଲ ଭାବରେ ଜାଣିଛନ୍ତି | ହେଲେ କାର୍ଯ୍ୟାନୁଷ୍ଠାନ  କିଛି ହେଇ ନାହିଁ । ବିହାଗୀୟ ଅଧିକାରୀ ମଙ୍କର ନୀରବତାର ପଛରେ କି ପ୍ରକାର କାରଣ ରହିଛି ?ଏପଟେ  ଗତ ଗୁରୁବାର ଦିନ ପାଇକମାଲ BEO ଙ୍କୁ ମୁନିକେଲ ଛାତ୍ରାବାସରେ ଛୁଆମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟପେୟ ବାବଦରେ ଆମେ କହିଥିଲୁ । ହେଲେ BEO ମହାଶୟଙ୍କର ଉତ୍ତର ଶୁଣି ଆଶ୍ଚର୍ଯ ଲାଗିଲା । ମହାଶୟ କହିଲେ ଯେ ଋତୁକାଳୀନ ଛାତ୍ରାବାସର ସମସ୍ତ ଦାଇତ୍ୱ DPC ଓ ଛାତ୍ରାବାସ ପରିଚାଳକଙ୍କର । ଏଠାରେ ବିଭାଗୀୟ ଅଧିକାରୀ ମାନଙ୍କର ଭିତରେ ତାଳ ମେଳ ନଥିବା ସ୍ପଷ୍ଟ ଅନୁମାନ କରାଯାଉଛି । ଯାହାଫଳରେ କି ଛାତ୍ରାବାସ ପରିଚାଳକ ନିଜ ମନଇଚ୍ଛା କାରବାର ଚଳାଇଛନ୍ତି । ଏହି ବିଷୟରେ ଛାତ୍ରାବାସ ପରିଚାଳକ ନିଧି ମେହେର  ଓ BRC ଜନକ ଲାଲ ମେହେରଙ୍କୁ ଆମେ ପଚାରିବା ସହିତ ତାଙ୍କର ପ୍ରତିକ୍ରିୟା ଚାହିଁଥିଲୁ କିନ୍ତୁ ଆମର କୋଣସି ପ୍ରଶ୍ନ ର ତାଙ୍କର ପାଖରେ ସନ୍ତୋଷ ଜନକ ଉତ୍ତର ନଥିଲା । ହେଲେ ଗୋଟିଏ କଥା ଯେ ଏହିଭଳି କୁକର୍ମ କରୁଥିବା ଲୋକ କିମ୍ବା କୁକର୍ମକୁ ପ୍ରଶ୍ରୟ ଦେଉଥିବା ଅଧିକାରୀ ମାନଙ୍କର ବିରୋଧ ରେ ଦୃଢ କାର୍ଯନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ତତ୍ପର ହେବକଥା । ନହେଲେ ସରକାର ଯୋଜନା ପରେ ଯୋଜନା କରୁଥିବେ ଓ ଅପାରଗ ଅଧିକାରୀ ମାନଙ୍କର ଅପାରଗତା ଯୋଗୁ ଯୋଜନା ଫେଲ ମରୁଥିବ ।

 

0
0
0
s2sdefault