ବାଲେଶ୍ୱର(ଉଜ୍ଜ୍ୱଳ କର) : ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସେଟଲମେଣ୍ଟ କାର୍ଯ୍ୟାଳୟ ନିକଟସ ଅଙ୍ଗାରଗଡିଆ ରେଲୱେ ଲେଭଲକ୍ରସିଂ ଉପରେ ଉଡନ୍ତାପୋଲ(Fly over)ର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାକୁ କଲିକତାର ରେଲୱେ ଠିକାଦାର ଲୋଖୋ- ସତ୍ୟନ୍ଦ୍ର ଜେଭି କମ୍ପାନୀ ଦ୍ୱାରା ଲେଭଲ କ୍ରସିଂ ନିକଟରେ ପାଇଲିଂ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ବାମପଦା ସୁରକ୍ଷା ମଞ୍ଚର ଦୀର୍ଘଦୀନର ଦାବୀ ଏବଂ ବାରମ୍ବାର ଆନ୍ଦୋଳନ ତଥା ବାଲେଶ୍ୱର ଲୋକସଭା ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ପ୍ରଚେଷ୍ଟା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ସହଯୋଗ, ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର ସହଯୋଗରେ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିଛି ବୋଲି ବାମପଦା ସୁରକ୍ଷା ମଞ୍ଚର ସଭାପତି ବିଶ୍ୱଜିତ ଘୋଷ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟ ଆରମ୍ଭ ହେବା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି । ଏହି ଅବସରରେ ବାମପଦା ସୁରକ୍ଷା ମଞ୍ଚ ତରଫରୁ ଲେଭଲ କ୍ରସିଂ ଠାରେ ଶତାଧିକ ପଥଚାରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏଥିରେ ବାମପଦା ସୁରକ୍ଷା ମଞ୍ଚର ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ନାୟକ, ଧୀରନ୍ଦ୍ର ମହାପାତ୍ର, ଡାଃ ଦୀନବନ୍ଧୁ ମହାପାତ୍ର, କୈଳାସ ପତି ତିୱାରୀ, ସଭ୍ୟ ରାଜେନ୍ଦ୍ର ପଣ୍ଡା, ସନ୍ୟାସୀ ବେହେରା, ରାମକୃଷ୍ଣ ରାଉତ, ରବିନ୍ଦ୍ର ଦାସ, ସୀତାକାନ୍ତ ସ୍ୱାଇଁ, କମଳା ବିନ୍ଧାଣୀ, କାର୍ତ୍ତିକ ସେଠୀ, ବିଜେପି ଜିଲ୍ଲା ସଭାପତି ମଦନ ମହୋନ ଦତ୍ତ, ଜିଲ୍ଲାପରିଷଦ ସଭ୍ୟ ବିପିନ ମାରାଣ୍ଡି, ସୀତାରାମ ପ୍ରଧାନ, ସରସ୍ୱତୀପୁର ସରପଞ୍ଚ ରଶ୍ମିରେଖା ବେହେରା, ଲକ୍ଷ୍ମଣ ଦାସ, ଭାସ୍କର ଚନ୍ଦ୍ର ପାଢୀ, ଚିତ୍ତ ରଂଜନ ପଣ୍ଡା, ବାମପଦା ସୁରକ୍ଷା ମଞ୍ଚର ସମ୍ପାଦକ ଅନଙ୍ଗ ପଟ୍ଟନାୟକ, ଚାରୁଚନ୍ଦ୍ର ମହାନ୍ତି, ମହାନ୍ତି, ରବିନ୍ଦ୍ର ମିସ୍ତ୍ରୀ, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
ଅଙ୍ଗାରଗଡିଆ ଉଡନ୍ତା ପୋଲର କାର୍ଯ୍ୟ ଆରମ୍ଭ
- Hits: 372